ନାସାଲ ସେପ୍ଟାଲ ହେମାଟୋମା
ନାସାଲ ସେପ୍ଟାଲ ହେମାଟୋମା ବା ନାସାପଟ ରକ୍ତଗୁଳ୍ମ (ଇଂରାଜୀ ଭାଷାରେ Nasal septal hematoma), କୁହାଯାଏ ଯେତେବେଳେ ନାସାପଟର ଅସ୍ଥି ବା ଉପାସ୍ଥି ନିକଟରେ ରକ୍ତ ଜମିଯାଏ ।[୧] ଏହାର ଲକ୍ଷଣ ମଧ୍ୟରେ ନାକ ଅବରୋଧ ଏବଂ ଯନ୍ତ୍ରଣା ହୋଇପାରେ ।[୧] ନାକପଟର ଗୋଟିଏ ପାଖ ବା ଉଭୟ ପାଖ ଜଡିତ ହୋଇପାରନ୍ତି ।[୧] ଠିକ୍ ସମୟରେ ଚିକିତ୍ସା ନ ମିଳିଲେ ବିକଳାଙ୍ଗ ନାକ, ନାସାପଟ ପୁଞ୍ଜିତ ପୂଜ, କିମ୍ବା ନାସାପଟ ଛିଦ୍ର ହୋଇପାରେ | [୨] [୧]
Nasal septal hematoma | |
---|---|
Nasal septal hematoma | |
ବିଭାଗ | Otolaryngology |
ଲକ୍ଷଣ | Blockage of the nose, pain[୧] |
ଆକ୍ରାନ୍ତ ସମୟ | Within 72 hours of trauma[୧] |
କାରଣ | Trauma, bleeding problems[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination[୧] |
ସଠିକ ରୋଗ ନିର୍ଣ୍ଣୟ | Nasal polyps, nasal septum deviation, hemangioma[୧] |
ଚିକିତ୍ସା | Incision and drainage, nasal packingref name=NEJM2015/> |
ପୁନଃପୌନିକ | Rare[୧] |
ନାକ ଆଘାତ ଯୋଗୁଁ ଏହା ସାଧାରଣତଃ ଦେଖାଯାଏ ।[୧] ଏହା ବିଭିନ୍ନ ଉପାୟରେ ଯେପରିକି ପତନ, ଆକ୍ରମଣ, ଅସ୍ତ୍ରୋପଚାର କିମ୍ବା ଶିଶୁ ନିର୍ଯାତନା ଯୋଗୁ ହୋଇପାରେ । [୧] ରକ୍ତସ୍ରାବ ଜନିତ ସମସ୍ୟା ହେତୁ ମଧ୍ୟ ଏହା ହୋଇପାରେ ।[୧] ହେମାଟୋମା ଯୋଗୁ ଉପାସ୍ଥିକୁ ରକ୍ତ ଯୋଗାଣ ବଞ୍ଚିତ ହୋଇପାରେ ।[୨] ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ ।[୧]
ଏହାର ଚିକିତ୍ସାରେ ହେମାଟୋମାକୁ ତୁରନ୍ତ ଖୋଲାଯାଇ ରକ୍ତ ନିଷ୍କାସନ କରାଯାଏ ନାକ ପ୍ୟାକ କରାଯାଏ ।[୨] ନାସାଲ୍ ସେପ୍ଟାଲ୍ ହେମାଟୋମା ବିରଳ ରୋଗ ଅଟେ ।[୧] ବିଶେଷ କରି ପିଲାମାନଙ୍କ କ୍ଷେତ୍ରରେ ଏହି ରୋଗ ଜଣାପଡ଼ି ନ ପାରେ । [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Gupta, Gunjan; Mahajan, Kunal (2022). "Nasal Septal Hematoma". StatPearls. StatPearls Publishing. Archived from the original on 5 February 2022. Retrieved 5 February 2022.
- ↑ ୨.୦ ୨.୧ ୨.୨ Kass, Jason I.; Ferguson, Berrylin J. (2015-05-28). "Treatment of Hematoma of the Nasal Septum". New England Journal of Medicine. 372 (22): e28. doi:10.1056/NEJMvcm1010616. ISSN 0028-4793. PMID 26017844. Archived from the original on 2022-02-05. Retrieved 2022-01-02.