ନାଲୋକ୍ସୋନ
ନାଲୋକ୍ସୋନ, ଅନ୍ୟ ନାମ ନାରକାନ ଏଲ ଔଷଧ ଯାହା ଓପିଓଏଡ ବା ଏହାର ଅତିମାତ୍ରାର ପ୍ରଭାବକୁ ଅକାମି କରିଦିଏ । [୧] ଏହାକୁ ଏକା ପିଲରେ ମିଶେଇ ଦେଲେ କୁପ୍ରଭାବ କମିଯାଏ । ଶୀରାରେ ଇଞ୍ଜେକସନ ଆକାରରେ ଦେଲେ ୨ ମିନିଟ ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦେଲେ ୫ ମିନିଟ ପରେ ଏହାର ପ୍ରଭାବ ଆରମ୍ଭ ହୁଏ । [୧] ଏହାକୁ ନାକରେ ଶୁଙ୍ଘେଇ ବ୍ୟବହାର କରାଯାଇପାରେ । [୨] ଏହି ଔଷଧର ପ୍ରଭାବ ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ରହେ । [୩] ଏକାଧିକ ମାତ୍ରା ଦିଆଯାଏ କାରଣ ଓପିଓଏଡର କାର୍ଯ୍ୟକାଳ ନାଲୋକ୍ସୋନ ଅପେକ୍ଷା ଅଧିକ । [୧]
Clinical data | |
---|---|
Trade names | Narcan, Evzio |
Synonyms | 17-allyl- 4,5α-epoxy- 3,14-dihydroxymorphinan- 6-one |
AHFS/Drugs.com | monograph |
Pregnancy category | |
Routes of administration | Endotracheal, intranasal, IV, IM |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 2% (Oral, 90% absorption but high first-pass metabolism) |
Metabolism | Liver |
Onset of action | 2 min (IV), 5 min (IM)[୧] |
Elimination half-life | 1–1.5 h |
Duration of action | 30 to 60 min[୧] |
Excretion | Urine, Biliary |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.006.697 |
Chemical and physical data | |
Formula | C19H21NO4 |
Molar mass | ୩୨୭.୩୮ g·mol−1 |
3D model (JSmol) | |
| |
| |
(what is this?) (verify) |
ଓପିଓଏଡ ନିର୍ଭରଶୀଳ ବ୍ୟକ୍ତିଙ୍କୁ ଏହା ଦେଲେ ଓପିଓଏଡ ପ୍ରତ୍ୟାହାର ଲକ୍ଷଣ ଯେପରିକି ଉତ୍ତେଜନା, ଅଇ, ବାନ୍ତି, ଦୃତ ହୃତ୍ପିଣ୍ଡ ଗତି ଓ ସ୍ୱେଦ ନିର୍ଗମ ହୁଏ । ଏହାକୁ ପ୍ରତିରୋଧ କରିବା ନିମନ୍ତେ କିଛି ମିନିଟ ଅନ୍ତରରେ ଅଳ୍ପ ମାତ୍ରାରେ ଏହା ଦିଆଯାଏ । ହୃତ୍ପିଣ୍ଡ ରୋଗ ଆଗରୁ ଥିଲେ ଅଧିକ ସମସ୍ୟା ସୃଷ୍ଟି ହୁଏ । [୧] ଅଳ୍ପ ସଂଖ୍ୟକ ମହିଳାଙ୍କୁ ଗର୍ଭାବସ୍ଥାରେ ଦେଇ ଦେଖାଯାଇଛି, ଏହା ନିରାପଦ । [୪] ନାଲୋକ୍ସୋନ ଏକ ବିଶୁଦ୍ଧ ଓପିଓଏଡ ବିରୋଧୀ ଔଷଧ । ଓପିଓଏଡଦ୍ୱାରା ଶ୍ୱାସକ୍ରିୟା ଓ କେନ୍ଦ୍ରୀୟ ସ୍ନାୟୁମଣ୍ଡଳର ଶକ୍ତିହୀନତାକୁ ପଛକୁ ଫେରେଇଦିଏ (reverse) । [୧]
ସନ ୧୯୬୧ରେ ଜ୍ୟାକ ଫିସମ୍ୟାନ,ମୋଜେସ ଜେ. ଲୋୱେନସ୍ଟେନ ଓ ସାଙ୍କ୍ୟୋ କମ୍ପାନୀଦ୍ୱାରା ପେଟେଣ୍ଟ କରାଯାଇଥିଲା । ସନ ୧୯୭୧ରେ ଓପିଓଏଡ ଅଧିକ ମାତ୍ରାର ଔଷଧ ନିମନ୍ତେ ଏହାକୁ ମଞ୍ଜୁର କରାଯାଇଥିଲା । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୬] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୧][୭] ପ୍ରତି ଡୋଜ ବା ମାତ୍ରା ପିଛା ଏହାର ମୂଲ୍ୟ 0.୫0ରୁ ୫.୩0 ଆମେରିକୀୟ ଡଲାର । [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Naloxone Hydrochloride". The American Society of Health-System Pharmacists. Retrieved Jan 2, 2015.
- ↑ Roberts, James R. (2014). Roberts and Hedges' clinical procedures in emergency medicine (6 ed.). London: Elsevier Health Sciences. p. 476. ISBN 9781455748594.
- ↑ Bosack, Robert (2015). Anesthesia Complications in the Dental Office. John Wiley & Sons. p. 191. ISBN 9781118828625.
- ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Yardley, William (14 December 2013). "Jack Fishman Dies at 83; Saved Many From Overdose". New York Times. Retrieved 2015-07-06.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richard J. (2013). Tarascon pocket pharmacopoeia : 2014 classic shirt-pocket edition (28 ed.). Sudbury: Jones & Bartlett Learning. p. 174. ISBN 9781284053982.
- ↑ "Naloxone HCL". International Drug Price Indicator Guide. Retrieved 13 August 2015.[permanent dead link]