ନାଭି ନାଡ଼ ନିର୍ଗମନ

ପ୍ରସବ ସମୟରେ ଶିଶୁ ବାହାରିବା ପୂର୍ବରୁ ନାହି ବାହାରି ଆସିଲେ ଏହି ନାମ ଦିଆଯାଏ ।

ନାଭି ନାଡ଼ ନିର୍ଗମନ ବା ଅମ୍ବିଲିକାଲ କର୍ଡ଼ ପ୍ରୋଲାପ୍ସ (Umbilical cord prolapse) ନାମ ଦିଆଯାଏ ଯେତେବେଳେ ପ୍ରସବ (labor) ସମୟରେ ଶିଶୁ ବାହାରକୁ ଆସିବା ପୂର୍ବରୁ ନାହି ନାଡ଼ (umbilical cord) ଜରାୟୁରୁ (uterus) ବାହାରକୁ ବାହାରିଆସେ ।[] ଏହା ଏକ ଚିନ୍ତାର ବିଷୟ ଯେହେତୁ ନାହି ଉପରେ ଚାପ ପଡ଼ିବା ଯୋଗୁ ଶିଶୁର ରକ୍ତ ଯୋଗାଣ ବନ୍ଦ ହୋଇଯାଏ ବା କମିଯାଏ ।[]

ନାଭି ନାଡ଼ ନିର୍ଗମନ (Umbilical cord prolapse)
ନାଭି ନାଡ଼ ନିର୍ଗମନ, ସନ ୧୭୯୦ର ବର୍ଣ୍ଣନା
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Obstetrics)
ବିପଦ କାରକଗର୍ଭସ୍ଥ ଶିଶୁର ଅସାଧାରଣ ଅବସ୍ଥିତି, ସମୟପୂର୍ବ ପ୍ରସବ (prematurity), ଜମଜ ଗର୍ଭ, ପୂର୍ବରୁ ଅନେକ ଗର୍ଭାବସ୍ଥା [][]
ରୋଗ ନିର୍ଣ୍ଣୟ ପଦ୍ଧତିପ୍ରସବ ସମୟରେ ହଠାତ ଶୁଶୁର ହୃଦ୍‌ଗତି କମିଯିବା ଓ ଯୋନୀପଥରେ ନାହି ଅନୁଭବ କରିବାଦ୍ୱାରା []
ସଠିକ ରୋଗ ନିର୍ଣ୍ଣୟଆବରପସିଓ ପ୍ଲାସେଣ୍ଟି (Abruptio placentae)[]
ଚିକିତ୍ସାଦୃତ ପ୍ରସବ, ସାଧାରଣତଃ ସିଜରିଆନ ସେକସନ (cesarean section) ସାହାଯ୍ୟରେ[]
Prognosis୧୦% ମୃତ୍ୟୁ ସଙ୍କଟ []
ପୁନଃପୌନିକ< ୧% ଗର୍ଭ[]

ପୂର୍ବରୁ ଦୁଇଟି ଶିଶୁ ଜନ୍ମ ହୋଇସାରିଥିଲେ ଓ ଚଳିତ ପ୍ରସବ ସମୟରେ ଜରାୟୁ ମଧ୍ୟରେ ଶିଶୁର ଅସାଧାରଣ ଅବସ୍ଥିତି ଥିଲେ ନାଭି ନାଡ଼ ନିର୍ଗମନ ସଙ୍କଟ ଅଧିକ ରହେ ।[] ସମୟପୂର୍ବ ପ୍ରସବ (prematurity), ଛୋଟ ଶିଶୁ, ଜମଜ ଗର୍ଭ, ପୂର୍ବରୁ ଅଧିକ ଗର୍ଭ ହୋଇଥିଲେ ଓ ଅଧିକ ଗର୍ଭୋଦକ ଥିଲେ ଏହି ସଙ୍କଟ ଅଧିକ ରହେ ।[][] ଆମ୍ନିଓଟୋମି (medical rupture of the amniotic sac ଏହାର କାରକ ବିଷୟଟି ବିବାଦାତ୍ମକ ଅଛି ।[][] ପ୍ରସବ ସମୟରେ ହଠାତ୍ ଶିଶୁର ହୃଦ୍‌ଗତି କମିଗଲେ ଏହା ସନ୍ଦେହ କରାଯାଏ । [] ନାଭି ନାଡ଼ ଦେଖିଲେ ବା ଭିତରେ ଅନୁଭବ କରି ନିର୍ଣ୍ଣୟ କରାଯାଇପାରେ ।[]

ଏଭଳି କେଶ୍‌ର ପରିଚାଳନାରେ ତୁରନ୍ତ ପ୍ରସବ କରେଇବାକୁ ଧ୍ୟାନ ଦିଆଯାଏ, ସାଧାରଣତଃ ସିଜରିଆନ ସେକସନ (cesarean section) ଜରିଆରେ ।[] ସମ୍ଭବ ହେଲେ ଶିଶୁକୁ ହାତ ସାହାଯ୍ୟରେ ଉପରକୁ ଠେଲି ଦିଆଯାଏ ।[] ନି-ଚେଷ୍ଟ ପୋଜିସନ (knee-chest position) ବା ଯଦି ଏହା ସମ୍ଭବ ନହୁଏ ଟ୍ରେଣ୍ଡେଲେନବର୍ଗ ପୋଜିସନ (Trendelenburg position) ବ୍ୟବ‌ହାର କରାଯାଏ ।[] ଉପ‌ଯୁକ୍ତ ଚିକିତ୍ସାରେ ଅଧିକାଂଶ କେଶ୍‌ର ଫଳାଫଳ ଭଲ ରହେ । []

ପ୍ରତି ୫୦୦ ପ୍ରସବରେ ଜଣକର ନାଭି ନାଡ଼ ନିର୍ଗମନ ସମସ୍ୟା ଉପଜେ ।[] ୧୦% କେଶ୍‌ରେ ଶିଶୁର ମୃତ୍ୟୁ ସଙ୍କଟ ରହେ ।[] ଜନ୍ମ ତୃଟି (en:congenital anomalies) ଥିଲେ ବା ପ୍ରିମାଚ୍ୟୁର ଶିଶୁ (prematurity) ଥିଲେ ଏହା ସଙ୍କଟ ରହେ ।[] ଏଭଳି ରୋଗୀଙ୍କୁ ଆଶୁ ଚିକିତ୍ସା କରାଯା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Lore, Marybeth (March 2017). "Umbilical Cord Prolapse and Other Cord Emergencies". The Global Library of Women's Medicine. doi:10.3843/GLOWM.10136.
  2. ୨.୦ ୨.୧ ୨.୨ ୨.୩ Sayed Ahmed, WA; Hamdy, MA (2018). "Optimal management of umbilical cord prolapse". International Journal of Women's Health. 10: 459–465. doi:10.2147/IJWH.S130879. PMC 6109652. PMID 30174462.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Holbrook, BD; Phelan, ST (March 2013). "Umbilical cord prolapse". Obstetrics and Gynecology Clinics of North America. 40 (1): 1–14. doi:10.1016/j.ogc.2012.11.002. PMID 23466132.

ବାହ୍ୟ ଲିଙ୍କ

ସମ୍ପାଦନା
ଶ୍ରେଣୀବିଭାଗ
ବାହାର ଉତ୍ସ