ନାଭି ନାଡ଼

ଗର୍ଭସ୍ଥା ଶିଶୁର ବେକରେ ନାଭି ନାଡ଼ ଗୁଡ଼େଇହୋଇଯିବା

ନାଭି ନାଡ଼ ନାମ ଦିଆଯାଏ ଯେତେବେଳେ ଗର୍ଭସ୍ଥ ଶିଶୁ ବା ଫିଟସର (fetus) ନାହି (umbilical cord) ତା ବେକରେ ଗୁଡ଼େଇ ହୋଇଯାଇଥାଏ ।[୧] ଏହି ଅବସ୍ଥାରେ ଶ୍ୟାମଳ ବର୍ଣ୍ଣର ମୁଖମଣ୍ଡଳ, ମୁଖରେ କ୍ଷୁଦ୍ର ଲାଲ ବା ବାଇଗିଣି ରଙ୍ଗର ଦାଗ ବା ପେଟେକି (petechia), ନେତ୍ର ଝିଲ୍ଲୀ ବା କଞ୍ଜକ୍ଟାଇଭା ଭିତରେ ରକ୍ତସ୍ରାବ (bleeding in the whites of the eye) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୧] ଏହା ଜଟିଳ ହେଲେ ଆଦ୍ୟ ପୁରୀଷ ବା ମେକୋନିଅମ |Meconium), ଶ୍ୱାସକ୍ରିୟା ସଙ୍କଟ (respiratory distress), ଆନିମିଆ, ସ୍ଟିଲବାର୍ଥ (stillbirth) ଇତ୍ୟାଦି ଦେଖାଯାଏ ।[୧] ଅଧିକ ଥର ଗୁଡ଼େଇ ହୋଇଥିଲେ ଅଧିକ ସଙ୍କଟ ରହେ ।[୩]

ନାଭି ନାଡ଼ (Nuchal cord)
ଜରାୟୁ (uterus) ଭିତରେ ଥିବା ଶିଶୁର ବେକ ଓ ବାହୁରେ ନାଭି ନାଡ଼ ଗୁଡ଼େଇହୋଇ ରହିଛି ।
ଉଚ୍ଚାରଣ
  • /ˈnʲu.kəl/
ବିଭାଗସ୍ତ୍ରୀରୋଗ ବିଜ୍ଞାନ (Obstetrics), ଶିଶୁରୋଗ ବିଜ୍ଞାନ (pediatrics)
ଲକ୍ଷଣଶ୍ୟାମଳ ବର୍ଣ୍ଣର ମୁଖମଣ୍ଡଳ, ମୁଖରେ କ୍ଷୁଦ୍ର ଲାଲ ବା ବାଇଗିଣି ରଙ୍ଗର ଦାଗ ବା ପେଟେକି (petechia), ନେତ୍ର ଝିଲ୍ଲୀ ବା କଞ୍ଜକ୍ଟାଇଭା ଭିତରେ ରକ୍ତସ୍ରାବ (bleeding in the whites of the eye)[୧]
ରୋଗ ନିର୍ଣ୍ଣୟ ପଦ୍ଧତିପ୍ରସବ (labor) ସମୟରେ ଶିଶୁର ହୃଦ୍‌ଗତି ହାର ଦେଖି ସନ୍ଦେହ କରାଯାଏ ଓ ଅଲ୍ଟ୍ରାସାଉଣ୍ଡ (ultrasound) କରି ନିଶ୍ଚିତ କରାଯାଏ । [୧]
ସଠିକ ରୋଗ ନିର୍ଣ୍ଣୟପ୍ରସବ ସମୟରେ ଅମ୍ଳଜାନ ଅଭାବ (Birth asphyxia)[୧]
ଚିକିତ୍ସାପ୍ରସବ ସମୟରେ ନାଭି ନାଡ଼ ଖୋଲିଦିଆଯାଏ ଓ ଏହା ସମ୍ଭବ ନହେଲେ କାଟିଦିଆଯାଏ । [୨]
Prognosisସାଧାରଣତଃ ଭଲ[୧]
ପୁନଃପୌନିକସମୁଦାୟ ଶିଶୁଜନ୍ମର ୨୫%[୨]

ପ୍ରସବ (labor) ସମୟରେ ଶିଶୁର ହୃଦ୍‌ଗତି ହାର ଦେଖି ସନ୍ଦେହ କରାଯାଏ ।[୧] ଶିଶୁର ମୁଣ୍ଡ ବାହାରକୁ ଆସିଲା ପରେ ବେକରେ ଆଙ୍ଗୁଠି ଚାଳନା କରି ନୁକାଲ କର୍ଡ଼ ଥିବା ଜାଣିହୁଏ । [୪] ପ୍ରସବ ପୂର୍ବରୁ ଅଲ୍ଟ୍ରାସାଉଣ୍ଡ (ultrasound) କରି ନିଶ୍ଚିତ କରାହୁଏ ।[୧]

ପ୍ରସବ ସମୟରେ ଏହି ଅବସ୍ଥା ଚିହ୍ନଟ ହୋଇଗଲେ ନାଭି ନାଡ଼ ଖୋଲିଦିଆଯାଏ ଓ ଏହା ସମ୍ଭବ ନହେଲେ କ୍ଲାମ୍ପ କରିସାରି କାଟିଦିଆଯାଏ ।[୨] ପ୍ରସବ ସାଧାରଣ ଭାବରେ ହୁଏ ଓ ଅବସ୍ଥା ଭଲ ରହେ ।[୫][୧] ଦୀର୍ଘକାଳୀନ ମସ୍ଥିଷ୍କ କ୍ଷତି ବା ସେରେବ୍ରାଲ୍ ପାଲ୍‌ସି ହୋଇପାରେ ।[୧][୬] ଏକ ଚତୁର୍ଥାଂଶ ପ୍ରସବ କାଳରେ ଏହି ଅବସ୍ଥା ଉପୁଜେ ।[୨] ଏଭଳି ଅବସ୍ଥାର ବର୍ଣ୍ଣନା ଖ୍ରୀ:ପୂ: ୩୦୦ରୁ ହିପୋକ୍ରାଟିସ (Hippocrates) ଅମଳରୁ ଲିପିବଦ୍ଧ ଅଛି ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Peesay, Morarji (6 December 2017). "Nuchal cord and its implications". Maternal Health, Neonatology and Perinatology. 3 (1): 28. doi:10.1186/s40748-017-0068-7. PMC 5719938. PMID 29234502.{{cite journal}}: CS1 maint: unflagged free DOI (link)
  2. ୨.୦ ୨.୧ ୨.୨ ୨.୩ "Nuchal Cord". Merck Manuals Consumer Version. June 2018. Archived from the original on 9 April 2021. Retrieved 2 October 2018.
  3. Hasegawa, J; Matsuoka, R; Ichizuka, K; Sekizawa, A; Okai, T (March 2009). "Ultrasound diagnosis and management of umbilical cord abnormalities". Taiwanese Journal of Obstetrics & Gynecology. 48 (1): 23–7. doi:10.1016/S1028-4559(09)60031-0. PMID 19346188.
  4. Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. e23. ISBN 9780323084307.
  5. Adams, James G. (2012). Emergency Medicine E-Book: Clinical Essentials (Expert Consult -- Online) (in ଇଂରାଜୀ). Elsevier Health Sciences. p. 1064. ISBN 978-1455733941.
  6. MacLennan, AH; Thompson, SC; Gecz, J (December 2015). "Cerebral palsy: causes, pathways, and the role of genetic variants". American Journal of Obstetrics and Gynecology. 213 (6): 779–88. doi:10.1016/j.ajog.2015.05.034. PMID 26003063.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ