ନାଟ୍ୟ ଶାସ୍ତ୍ର
ନାଟ୍ୟ ଶାସ୍ତ୍ର ହେଉଛି ସଂସ୍କୃତରେ ବର୍ଣ୍ଣନା ହୋଇଥିବା କଳା । ଏହାକୁ ଭରତ ମୁନି ଲେଖିଥିଲେ। ଏହା ଖ୍ରୀଷ୍ଟପୂର୍ବ ୨୦୦ ଏବଂ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସମାପ୍ତ ହୋଇଥିଲା।ଏଥିରେ କଳା ବିଷୟରେ ବର୍ଣ୍ଣନା କରା ଯାଇଛି। ଏଥିରେ ନାଟ୍ୟ କଳା ପ୍ରତିଯୋଗିତା ଓ କିପରି ମଞ୍ଚ ପରିଚାଳନା କରାଯିବ ସେ ସବୁ ବିଷୟରେ ବର୍ଣ୍ଣିତ।କେମିତି ଅଭିନୟ କରାଯିବ ଅଙ୍ଗଭଙ୍ଗି,ସାଜଶଯ୍ୟା,ପୋଷାକ,ଅଭିନୟ ଓ କଳା ନିର୍ଦ୍ଦେଶକଙ୍କ ଲକ୍ଷ୍ୟ,ସଙ୍ଗୀତର ଲୟ,ବାଦ୍ୟଯନ୍ତ୍ର, କଳା ଅଭିନୟ ବିଷୟରେ ବର୍ଣ୍ଣିତ।
ଏହା ସଂସ୍କୃତ ବିଷୟରେ ଲିଖିତ ପାଠ୍ୟ କ୍ରମରେ ସମ୍ପୃକ୍ତ । ଏହି ଶବ୍ଦଟି ଦୁଇ ଭାଗରେ ବିଭକ୍ତ, ନାଟ୍ୟ ଓ ଶାସ୍ତ୍ର ।ଏହାର ମୂଳ ଶବ୍ଦ ନାଟ୍ୟ ନାଟ । ଏହାର ଅର୍ଥ କଳାକୁ ଉପସ୍ଥାପନ କରିବା । ଏହା କଳାକୁ ଅଭ୍ୟାସ ଓ ଏହାକୁ ଜାଣିବାର ଉନ୍ନତ ପନ୍ଥା । ଏଥୁରେ ୩୬ଟି ବିଷୟବସ୍ତୁ ରହିଛି । ସେ ସବୁ କଳା,ସଙ୍ଗୀତ,ନାଟକ କଥାବସ୍ତୁ ଉପରେ ଆଧାରିତ ।
ଲେଖକ
ସମ୍ପାଦନାନାଟ୍ୟ ଶାସ୍ତ୍ରର ରଚନା କେବେ ହୋଇଥିଲା, ତାହା ସଠିକ ଭାବେ କହିବା ବହୁତ କଷ୍ଟକର ହେଲେ ମଧ୍ୟ ଅନୁମାନ କରାଯାଏ, ଖ୍ରୀଷ୍ଟପୂର୍ବ ୫୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହା ଲେଖା ହୋଇଥିଲା ଏବଂ ପରବର୍ତ୍ତୀ କାଳରେ, ଧୀରେ ଧୀରେ ଏହାକୁ ବିସ୍ତାର କରାଯାଇଥିଲା । ନାଟ୍ୟ ଶାସ୍ତ୍ରର ପ୍ରକୃତ ରଚୟିତା କିଏ, ତାହା କହିବା ମଧ୍ୟ କଷ୍ଟସାଧ୍ୟ । ହିନ୍ଦୁ ସଂସ୍କୃତି ଋଷି ଭରତଙ୍କୁ ନାଟ୍ୟ ଶାସ୍ତ୍ରର ରଚୟିର ଭାବେ ଆଖ୍ୟାନ ପ୍ରଦାନ କରିଛି । ନାଟ୍ୟସୁତ୍ରରେ ପାଣିନୀଙ୍କ ବିଷୟରେ ଲେଖା ଅଛି। ଯିଏ କି ସଂସ୍କୃତ ବ୍ୟାକରଣର ପ୍ରାଥମିକତା ବିଷୟରେ ବର୍ଣ୍ଣନା କରିଛନ୍ତି। ହିନ୍ଦୁ ମନେ କଳା, ବେଦ, ଗୀତା, ଓ ନୃତ୍ୟ ସହିତ ସମ୍ପୃକ୍ତ। ବହୁପୂର୍ବରୁ ସଙ୍ଗୀତ ହିନ୍ଦୁ ସଂସ୍କୃତି ସହିତ ଜଡ଼ିତ।ହିନ୍ଦୁ ସଂସ୍କୃତି ଓ ସଙ୍ଗୀତ ପ୍ରସିଦ୍ଧି ଲାଭ କରିଆସିଛି। ନାଟ୍ୟଶାସ୍ତ୍ରରେ ସବୁ ଶ୍ଳୋକରେ ୩୨ଟି ବିଷୟ ରହିଛି। ଏଥିରେ ଶିବଙ୍କ ତାଣ୍ଡବ,ରାସ,ଭାବ, ଅଭିନୟ କଳା,ସରଳ ନୃତ୍ୟ ଶୈଳୀ, ନୃତ୍ୟ ସମୟରେ ତାଳ ଲୟ ଉପରେ ବିସ୍ତୁତ ଭାବେ ବର୍ଣିତ।