ନାଗ ସାଇ ମନ୍ଦିର
ଶ୍ରୀ ନାଗ ସାଇ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ତାମିଲନାଡୁ ପ୍ରଦେଶରେ ଥିବା କୋଏମ୍ବାଟୁର ସହରରେ ଅବସ୍ଥିତ ଓ ଶିରିଡ଼ି ସାଇ ବାବାଙ୍କୁ ସମର୍ପିତ ହୋଇଛି ।
ଶ୍ରୀ ନାଗ ସାଇ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କୋଏମ୍ବାଟୁର |
ଦେବାଦେବୀ | ଶିରିଡ଼ି ସାଇ ବାବା |
Festivals | Ramnavami Day for 9 days
Darshan Day on 7 January Maha Samadhi Day for 10 days Guru Poornima |
Location | |
ସ୍ଥାନ | Mettupalayam Road, Coimbatore |
State | ତାମିଲ ନାଡ଼ୁ |
Country | ଭାରତ |
ଭୌଗଳିକ ଅବସ୍ଥିତି | 11°01′38″N 76°57′02″E / 11.02722°N 76.95056°E |
Architecture | |
Type | Tamil architecture |
Completed | 1939 |
Website | |
http://www.srinagasai.com |
ଇତିହାସ
ସମ୍ପାଦନା୧୯୩୯ ଖ୍ରୀଷ୍ଟାବ୍ଦରେ ନରସିଂହ ସ୍ୱାମୀଜି, ଶ୍ରୀ ସି ବରଦାରାଜ ଆୟାଃ, ଶ୍ରୀ ଏଭିକେ ଚାରୋ ସନ ୧୯୩୯ରେ କୋଏମ୍ବାଟୁର ସାଇ ଆନ୍ଦୋଳନ ଆରମ୍ଭ କରିଥିଲେ ।
ଭକ୍ତଙ୍କର ଦର୍ଶନ ନିମନ୍ତେ ଶ୍ରୀ ସାଇବାବା ମଠ ଅନୁଷ୍ଠାନ ଅବସ୍ଥିତ । ଏହି ମନ୍ଦିରର ରକ୍ଷଣାବେକ୍ଷଣ ନିମନ୍ତେ ଶ୍ରୀ ଏଭିକେ ଚାରିଙ୍କୁ ସ୍ୱାମୀ ନିଯୁକ୍ତ କରିଥିଲେ । ୧୯୪୨ ମସିହାରେ ସି ବରଦାରାଜା ଆୟାଃ ଏହି ମନ୍ଦିର ନିମନ୍ତେ ଏକ ଏକର ଜାଗା ଦାନ କରିଥିଲେ ଯେଉଁଠାରେ ଏକ ଚାଳ କୁଡ଼ିଆ ଘର ତିଆରି କରି ଶ୍ରୀ ସାଇବାବା ମିସନ ଗୃହ ତିଆରି ହେଲା ଓ ପରବର୍ତ୍ତୀ ସମୟରେ ଏହାର ଶ୍ରୀ ସାଇ ବାବା ମାଡାମ ନାମକରଣ ହୋଇଥିଲା । ସେଠାରେ ସାଇ କୋଏମ୍ବାଟୁରର ଭକ୍ତମାନେ ଗୁରୁବାର ଓ ରବିବାର ଦିନ ଏକତ୍ରିତ ହୋଇ ସାଇ ଭଜନ କରୁଥିଲେ । ଫେବୃୟାରୀ ୧୯୬୧ ତାରିଖ ଦିନ ଶିରିଡ଼ି ସାଇ ବାବାଙ୍କର ଏକ ଶଙ୍ଖ ମର୍ମରରେ ନିର୍ମିତ ବିଗ୍ରହ ‘ସତ୍ୟ ସାଇ ବାବା’ ସ୍ଥାପନ କରିଥିଲେ ।[୧] ସତ୍ୟ ସାଇ ବାବା ପ୍ରଥମ ଥର ନିମନ୍ତେ ଶିରିଡ଼ି ସାଇ ବାବାଙ୍କର ବିଗ୍ରହ ଉନ୍ମୋଚନ କରିଥିଲେ ।
ନାଗ ସାଇ ମନ୍ଦିର ନାମକରଣ ପଛରେ ଏକ କାହାଣୀ ଥିବା ଶିରିଡ଼ି ସାଇ ଭକ୍ତମାନେ କହନ୍ତି । ଫୁଲ ବଗିଚାରୁ ଏକ ନାଗ ସାପ ବାହାରି ଆସି ସାଇଙ୍କର ଦର୍ଶନ କରେ ଓ ପ୍ରବଚନ ଶୁଣେ ।
ନାଗ ଆଗମନ
ସମ୍ପାଦନାକୋଏମ୍ବାଟୁରର ଶିରିଡ଼ି ସାଇଙ୍କର ଶ୍ରୀ ନାଗ ସାଇ:
ଏକ ଚମତ୍କାର ଘଟଣା ୧୯୪୩ ମସିହାର ଜାନୁଆରୀ ୭ ତାରିଖ ଘଟିଥିଲା । ଏକ କ୍ଷୁଦ୍ର ଆକାର କିନ୍ତୁ ବଡ଼ ଫଣା ବିଶିଷ୍ଠ ନାଗ ସାପ ବାବାଙ୍କର ଚିତ୍ର ସାମନାକୁ ଆସିଲା ଯାହାର ଫଣାରେ ତ୍ରିଶୂଳ, ଶଙ୍ଖ ଓ ଚକ୍ର ଚିହ୍ନ ଥିଲା ଓ ବାଦ୍ୟର ତାଳ ଅନୁସାରେ ଖେଳୁଥିଲା । ତାହା ଉପରେ ଆଲୋକ ଓ ଆରତିର କୌଣସି ପ୍ରଭାବ ପଡ଼ୁନଥିଲା । ଲୋକମାନେ ଭୟଭୀତ ହେଉନଥିଲେ । ବାବାଙ୍କର ଭକ୍ତମାନେ ଚାଙ୍ଗୁଡ଼ି ଚାଙ୍ଗୁଡ଼ି ପୁଷ୍ପ ବର୍ଷଣ ତା’ ଉପରେ କରିଥିଲେ । ଏହି ଫୁଲ ଗଦା ଭିତରେ ବୁଡ଼ି ରହିଥିଲେ ମଧ୍ୟ ନାଗ ହଲଚଲ ହେଉନଥିଲା ।
ନାଗ ଆବିର୍ଭାବର ଦ୍ୱିତୀୟ ଦିନ ସେହି ନାଗାର ଫୋଟୋ ଉଠେଇବାକୁ ଜଣେ ଫୋଟୋଗ୍ରାଫର ଆସିଥିଲେ କିନ୍ତୁ ଫୁଲ ଗଦା ଭିତରେ ସେ ଲୁଚିଯାଇଥିଲା ।[୨] ସେହି ଫୁଲ ଗଦାକୁ ବାହାର କରିବାକୁ କାହାର ସାହସ ନଥିଲା । ଏଥି ନିମନ୍ତେ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା । ଏହା ପରେ ସେହି ଫୁଲ ଗଦାରୁ ନାଗ ବାହାରି ଆସିଲା ଓ ଲାଗିଲା ଯେମିତି ସମସ୍ତଙ୍କ ପ୍ରାର୍ଥନାର ଉତ୍ତର ଦେବା ପାଇଁ ଫୋଟୋଗ୍ରାଫର ନିମନ୍ତେ ଆସିଛି । ଏହା ପରେ ସେମାନଙ୍କର ନିୟମିତ କାମ କରିବାକୁ ସକ୍ଷମ କରିବା ନିମନ୍ତେ ସେଠାରୁ ଚାଲିଯିବାକୁ ସମସ୍ତେ ଭକ୍ତି ସହକାରେ ନାଗକୁ ପ୍ରାର୍ଥନା କରିଥିଲେ ଓ ସେମାନଙ୍କର ଡାକ ଶୁଣି ନାଗ ଧୀରେ ଧୀରେ ବାହାରି ଆସି ସାଇ ବାବାଙ୍କ ଛବି ଚାରିପାଖରେ ବୁଲିବା ପରେ ଏକ ବୁଦା ଭିତରେ ଥିବା ଉଇ ହୁଙ୍କା ଭିତରକୁ ଚାଲିଗଲା ।
ଏହି ଖବର ‘ଶ୍ରୀ ସାଇ ସତଚରିତ ତାମିଲ ଅଧ୍ୟାୟ ୩୫’ରେ ଛପା ଯାଇଥିଲା ।
ସେହି ଦିନଠାରୁ କୋଏମ୍ବାଟୁରର ସାଇ ଭକ୍ତମାନେ ସେହି ସ୍ଥାନକୁ ପବିତ୍ର ଭୂମି ରୂପରେ ମାନିଲେ ଓ ତାଙ୍କୁ “ଶ୍ରୀ ନାଗ ସାଇ” ନାମରେ ପୂଜା କଲେ । ସେଠାରେ ୨୬ ଫେବୃଆରୀ ୧୯୬୧ ତାରିଖ ଦିନ ଏକ ଶଙ୍ଖ ମର୍ମର ବିଗ୍ରହ ସ୍ଥାପନ କରିଥିଲେ ।
ସ୍ୱର୍ଣ୍ଣିମ ରଥ
ସମ୍ପାଦନାଏହି ମନ୍ଦିରରେ ସାଇ ବାବାଙ୍କର ଏକ ସ୍ୱର୍ଣ୍ଣିମ ରଥ ଉପରେ ସ୍ୱର୍ଣ୍ଣିମ ବିଗ୍ରହ ଅଛି ଯାହା ଜାନୁଆରୀ ୬ ତାରିଖ ୨୦୦୭ ମସିହାରେ ସ୍ଥାପିତ ହୋଇଥିଲା । ସପ୍ତାହରେ ଥରେ ଗୁରୁବାର ଦିନ ରାତି ୮:୦୦ ସମୟରେ ସେହି ରଥ ପରିକ୍ରମା କରେ ।
ଧୁନି
ସମ୍ପାଦନାଶିରିଡ଼ିରୁ ପବିତ୍ର ଧୁନି ଶିଖା ଆଣି ରଖାଯାଇଛି । ଏହି ଧୁନିର ବିଭୁତି ଭକ୍ତଙ୍କୁ ପ୍ରସାଦ ଭାବରେ ଦିଆଯାଏ ଯାହାର ସମସ୍ତ ରୋଗ ଉପଶମ କରିବାର ଶକ୍ତି ରହିଛି ।
ଆଧାର
ସମ୍ପାଦନା- ↑ R, Balapattabi (1 August 2006). Nectarine Leelas of Bhagawan Sri Sathya Sai Baba. Sai Towers. p. 108. ISBN 9788178990095. Retrieved 29 March 2015.
- ↑ Ruhela, Satya Pal (1994-01-01). What Researchers Say on Sri Shirdi Sai Baba (in ଇଂରାଜୀ). M.D. Publications Pvt. Ltd. ISBN 9788185880853.