ନାଗଫେଣୀ (cactus) ସପୁଷ୍ପକ ପରିବାର ଏକ ଜୀବ-ବୈଜ୍ଞାନିକ ଫୁଲ ଅଟେ , ଯାହା ନିଜର ମୋଟା, ଫୁଲିଥିବା ଶରୀରରେ ପାଣି ଭରିକରି ଶୁଷ୍କ ବା ମରୁଭୂମି (ବାଲି ଯୁକ୍ତ ସହର) ପରିସ୍ଥିତିରେ ଜୀବିତ ରହିବା ଏବଂ ନିଜ କଣ୍ଟାରେ ସମ୍ପୂର୍ଣ୍ଣ ଭାବେ ଭରିହୋଇଥିବା ରୂପ ପାଇଁ ଜଣାଯାଏ । ଏହାର ପାଖାପାଖି ୧୨୭ ଜୀବ-ବୈଜ୍ଞାନିକ ବଂଶରେ ଏବଂ ୧୭୫୦ ଜୀବ-ବୈଜ୍ଞାନିକ ଜାତି ସଂଗଠିତ ହୋଇଛନ୍ତି ଏବଂ ସେଗୁଡ଼ିକ ନବଜଗତ (ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା)ର ମୂଳ ନିବାସୀ ଅଟନ୍ତି । ଏମାନଙ୍କ ମଧ୍ୟରୁ କେବଳ ଗୋଟିଏ ଜାତି ହିଁ ପୂର୍ବଜଗତରେସ୍ଥିତ ଆଫ୍ରିକା ଓ ଶ୍ରୀଲଙ୍କାରେ ବିନା ମାନବୀୟ ହସ୍ତକ୍ଷେପଦ୍ୱାରା ପହଞ୍ଚିଥିଲେ [] ଏବଂ ଜଣାଯାଏ ଯେ, ଏହାକୁ ପକ୍ଷୀମାନଙ୍କଦ୍ୱାରା ପ୍ରସାରିତ କରାଯାଇଥିଲା । ସମସ୍ତ ନାଗଫେଣୀ ପ୍ରାୟତଃ ମାଂସାଳ (ମୋଟା ଯୁକ୍ତ) ଗଛ ହୋଇଥାନ୍ତି , ଯିଏ ନିଜ ଶରୀରରେ ପାଣି ବଞ୍ଚାଇ ରଖିଥାଏ । ଏହାର ପତ୍ର ମଧ୍ୟ ବିଶେଷ ରୂପେ କଣ୍ଟାର ସ୍ୱରୂପ ଧାରଣ କରିଥାଏ । [] ଏହି ଗଛ ସାଧାରଣତଃ ଗରମ, ଶୁଷ୍କ ଜଳବାୟୁ ଅନୁକୂଳରେ ଦେଖାଯାଇଥାଏ ।

ସିଙ୍ଗାପୁର ବୋଟାନିକ ଗାର୍ଡେନର ନାଗଫେଣୀ ଗଛ
Many species of cactus have long, sharp spines, like this Opuntia.

ନାଗଫେଣୀର ୧,୫୦୦ରୁ ୧,୮୦୦ ପ୍ରଜାତି ଅଧିକାଂଶ "Core Cacti"ର ଦୁଇ ସମୂହ ମଧ୍ୟରୁ ଗୋଟିଏରେ ଆସିଥାନ୍ତି , ଯଥା: Opuntias (ଉପ ପରିବାର Opuntioideae) ଏବଂ Cactoids (ଉପ ପରିବାର Cactoideae) । ଏହି ଦୁଇ ସମୂହରୁ ଅଧିକାଂଶ ସଦସ୍ୟ ମଧ୍ୟରୁ ନାଗଫେଣୀକୁ ଅତି ସହଜରେ ଚିହ୍ନିବା ଯୋଗ୍ୟ ହୋଇଥାଏ ।

ଥିୟୋଫ୍ରାଷ୍ଟସ(Theophrastus) "କ୍ୟାକ୍ଟସ" (ନାଗଫେଣୀର ଇଂରାଜୀ ନାମ) ଶବ୍ଦର ବ୍ୟବହାର କରୁଥିବା ପ୍ରଥମ ବ୍ୟକ୍ତି ଥିଲେ । ଏହା ପ୍ରାଚୀନ ଗ୍ରୀକରୁ ଆସିଛି ପ୍ରାଚୀନ ଗ୍ରୀକ: κάκτος kaktos । ଥିୟୋଫ୍ରାଷ୍ଟସ ଏହାର ବ୍ୟବହାର ଏକ ମେରୁଦଣ୍ଡ ଯୁକ୍ତ ଗଛ ପାଇଁ କରିଥିଲେ , ଯାହାର ପରିଚୟ ନିଶ୍ଚିତ ରୂପେ ଜ୍ଞାତ ନାହିଁ ।[] ନାଗଫେଣୀ ଗଛ ଶୁଖିଲା, ଗରମ ଜଳବାୟୁରେ ଏକ ମହତ୍ତ୍ୱପୂର୍ଣ୍ଣ ଖାଦ୍ୟ ଶୃଙ୍ଖଳାର ଅଂଶ ଅଟେ । ଏବେ ଏହା ଦୁନିଆର ବିଭିନ୍ନ ଅଂଶରେ ବ୍ୟାପିଯାଇଛି , ଏବଂ ବହୁତ ଲୋକ ସେହି ଗଛ ଗୁଡିକୁ ମାଟି ପାତ୍ର କିମ୍ବା ବଗିଚାରେ ଲାଗେଇବାକୁ ପସନ୍ଦ କରିଥାନ୍ତି ।

ବିଂଶ ଶତାବ୍ଦୀର ଆରମ୍ଭରୁ ନାଗଫେଣୀରେ ରୁଚି ବଢିଛି । ପ୍ରତ୍ୟେକ ବର୍ଷ ବୈଜ୍ଞାନିକମାନେ ନୂତନ ପ୍ରକାର ନାଗଫେଣୀର ଅନୁସନ୍ଧାନ କରିଥାନ୍ତି । ଏହାର ଖରାପ ପ୍ରଭାବ ହେଉଛି, ନାଗଫେଣୀକୁ ଖୋଜିବା ପାଇଁ ଜଙ୍ଗଲର ବିଭିନ୍ନ ଜାଗାକୁ ଖୋଳିଥାନ୍ତି , ଯାହାଦ୍ୱାରା କିଛି ପ୍ରକାର ସଙ୍କଟ ଅନୁଭବ ହୋଇଥାଏ ।

ଉପଯୋଗୀକରଣ

ସମ୍ପାଦନା

ଉପଯୋଗୀକରଣ ଏପରି ଏକ ପ୍ରକ୍ରିୟା ଅଟେ ଯାହା ଜୀବନ୍ତ ଜିନିଷକୁ ଜୀବନ୍ତ ରଖିବା ଏବଂ ନିଜପରି ଆହୁରି ଅଧିକ ବନେଇବା ପାଇଁ ସାହାଯ୍ୟ କରିଥାଏ । ନାଗଫେଣୀ ପାଖେ ସେହି ଜାଗାରେ ରହିବା ପାଇଁ ବହୁ ଅନୁକୂଳନ ପରିସ୍ଥିତି ରହିଛି ଯାହା ବେଳେ ବେଳେ ଅଧିକ ସମୟ ପର୍ଯ୍ୟନ୍ତ ଶୁଖିଥାଏ । ଅନ୍ୟ ସମୟରେ ଏହି ସ୍ଥାନରେ ବହୁତ ବର୍ଷା ହୋଇପାରେ ।

ମାଟିର ଶୀର୍ଷ ପାଖେ ନାଗଫେଣୀରେ ବହୁ ଛୋଟ, ପତଳା ମୂଳ ରହିପାରେ । ଏହି ମୂଳ ବର୍ଷା ପରେ ପାଣିରେ ଯଥା ଶୀଘ୍ର ଭରିଯାଏ । ଗୋଟିଏ ନାଗଫେଣୀରେ ଏକ ଲମ୍ବା, ମୋଟା ମୂଳ ରହିପାରେ, ଯାହାକୁ "ଟ୍ୟାପରୁଟ" କୁହାଯାଏ । ଟ୍ୟାପରୁଟ ମାଟିରେ ଅତି ଗଭୀରତାରୁ ବଢିଥାଏ । ଯେତେବେଳେ ଶୀର୍ଷରେ ମାଟି ଶୁଖିଯାଏ ସେତେବେଳେ ଏହା ପାଣି ପର୍ଯ୍ୟନ୍ତ ପହଞ୍ଚି ପାରେ ।

ମୋଟା କାଣ୍ଡରେ ନାଗଫେଣୀର ପାଣି ଜମା ହୋଇ ରହିଥାଏ । କାଣ୍ଡ ଶକ୍ତ ଶରୀରରେ ଆବରଣ ହୋଇଥାଏ ଏବଂ ମହମ (ମହୁସିଠା)ରେ ଘୋଡେଇ ହୋଇଥାଏ । ମୋଟା ମହମ ଯୁକ୍ତ ଶରୀର ପାଣିର ଅସୁବିଧାକୁ କମେଇ ଥାଏ । ଏହାର ପତ୍ରରେ ବହୁତ ଶକ୍ତ ଏବଂ ବଡ଼ ବଡ଼ କଣ୍ଟା ରହିଥାଏ । ବହୁ ଜୀବଜନ୍ତୁ ନାଗ ଫେଣୀ ଭିତରର ପାଣିକୁ ଆଶା କରିଥାନ୍ତି, କିନ୍ତୁ ଏହାର ମୋଟା ଚମଡା ଏବଂ ଶକ୍ତ କଣ୍ଟା ପାଇଁ ସେମାନେ ପାଣିକୁ ସଂଗ୍ରହ କରିପାରନ୍ତି ନାହିଁ ।

ବ୍ୟବହାର

ସମ୍ପାଦନା

ନାଗଫେଣୀ ସାଧାରଣତଃ "House Plant" (ଘରୋଇ ଗଛ) ରୂପେ ଉପଜାତ ହୋଇଥାଏ । ସେଗୁଡିକ ସୁନ୍ଦର ଏବଂ ବିକଶିତ କରିବା ପାଇଁ ଅତ୍ୟନ୍ତ ସହଜ ଅଟେ । କିଛି ନାଗଫେଣୀ ଗଛ ବଗିଚାରେ ଲଗାଯାଏ, ମୁଖ୍ୟତଃ ଶୁଖିଲା ଜାଗାରେ । ଏହାକୁ ସାଧାରଣତଃ ଜୀବିତ ବାଡ଼ ରୂପେ ବ୍ୟବହାର କରାଯାଏ । ମରିଯାଇଥିବା ଗଛକୁ ବେଳେବେଳେ କୋଠା ଘରପାଇଁ ବ୍ୟବହାର କରାଯାଏ ।

କିଛି ଲୋକ ନାଗଫେଣୀକୁ ଖାଦ୍ୟପେୟ ରୂପେ ବ୍ୟବହାର କରିଥାନ୍ତି । Dactylopius coccus ଏକ ପ୍ରକାର ସ୍କେଲ କୀଟ ଅଟେ ଯେଉଁଥିରୁ କୋଚିନିୟଲ ଡ଼ାଇ ମିଳିଥାଏ ।[ଆଧାର ଲୋଡ଼ା] ଏହି କୀଟ ନାଗଫେଣୀରେ ପୋଷକ ତତ୍ତ୍ୱ ଭରପୁର ମାନରେ ରଖିଥାଏ ।[ଆଧାର ଲୋଡ଼ା] ଲାଲ ଡ଼ାଇ ତିଆରି କରିବା ପାଇଁ କୀଟ ଶରୀର ଏବଂ ଅଣ୍ଡାରୁ କୈରାମିନିକ ଏସିଡ଼ ବାହାର କରାଯାଇ ପାରେ ।[ଆଧାର ଲୋଡ଼ା]

ଗ୍ୟାଲେରି

ସମ୍ପାଦନା
  1. Anderson, Edward F. 2001. The cactus family. Pentland, Oregon: Timber Press. ISBN 978-0-88192-498-5
  2. Angiosperm Phylogeny Group (2009). "An update of the Angiosperm Phylogeny Group classification for the orders and families of flowering plants: APG III" (PDF). Botanical Journal of the Linnean Society. 161 (2): 105–121.
  3. Johnson, A.T.; Smith, H.A. (1972), Plant names simplified : their pronunciation, derivation & meaning, Buckenhill, Herefordshire: Landsmans Bookshop, ISBN 978-0-900513-04-6 {{citation}}: Unknown parameter |lastauthoramp= ignored (|name-list-style= suggested) (help), p. 19