ନର୍ମଦା କର

ଓଡ଼ିଶାର ପ୍ରଥମ ମହିଳା ସ୍ନାତକ

ନର୍ମଦା କର (୧୮୯୩ - ୧୯୮୦) ଓଡ଼ିଶାର ପ୍ରଥମ ମହିଳା ସ୍ନାତକ [୧]

ନର୍ମଦା କର
ଜନ୍ମ(1893-10-12)୧୨ ଅକ୍ଟୋବର ୧୮୯୩
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୮୦(1980-09-13) (ବୟସ ୮୬)
କଲିକତା, ଭାରତ
ଅନ୍ୟ ନାମନର୍ମଦା କର
ଜଣାଶୁଣାପ୍ରଥମ ମହିଳା ଓଡ଼ିଆ ସ୍ନାତକ
ଜୀବନସାଥୀଜିତେନ୍ଦ୍ର କୁମାର ବିଶ୍ୱାସ

ପିଲାଦିନ ସମ୍ପାଦନ କରନ୍ତୁ

୧୮୯୩ ମସିହା ଅକ୍ଟୋବର ମାସ ୧୨ ତାରିଖରେ ତତ୍କାଳୀନ ବିଟ୍ରିଶ ଶାସନାଧୀନ ଭାରତର କଟକଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଗ୍ମୀ ବିଶ୍ୱନାଥ କର ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଏବଂ ଉତ୍କଳ ସାହିତ୍ୟର ପ୍ରତିଷ୍ଠାତା ସମ୍ପାଦକ । ୧୯୧୦ ମସିହାରେ କଲିକତା ବିଶ୍ୱବିଧ୍ୟାଳୟରୁ ଏଣ୍ଟ୍ରାନ୍‌ସ ପାସ୍‌ କରି ସେ ଐତିହାସିକ ବେଥୁନ୍‌ କଲେଜରେ ପଢ଼ିଲେ ଏବଂ ୧୯୧୪ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ସ୍ନାତକ ଡିଗ୍ରୀ(ସମ୍ମାନ ଓ ଡିଷ୍ଟିଂସନ୍ ସହ)[୨] ହାସଲ କଲେ । ୨୬ ବର୍ଷ ବୟସରେ ସେ ଜଣେ ବଙ୍ଗାଳୀ ଓକିଲ ଜିତେନ୍ଦ୍ର କୁମାର ବିଶ୍ୱାସଙ୍କୁ ବାହାହେଲେ । ଜିତେନ୍ଦ୍ର ପରବର୍ତ୍ତୀ ସମୟରେ ମୁନ୍‌ସିଫ୍ ଓ ସବ୍‌ ଜଜ୍‌ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପିଲାମାନଙ୍କର ଶିକ୍ଷା ଦୃଷ୍ଟିରୁ ନର୍ମଦା କଲିକତାଠାରେ ବାସ କଲେ । ଜୀବନର ଶେଷ ପର୍ଯ୍ୟାୟରେ କଟକ ଫେରିବାର ପ୍ରବଳ ଇଚ୍ଛା ସତ୍ତ୍ୱେ ତାହା ଫଳବତୀ ହୋଇପାରି ନ ଥିଲା । ଶେଷରେ ସେ ୧୯୮୦ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ମୃତ୍ୟୁବରଣ କରିଥିଲେ[୩]

କୃତି ସମ୍ପାଦନ କରନ୍ତୁ

ନର୍ମଦା ମହିଳାମାନଙ୍କୁ ଶିକ୍ଷିତ ହେବାକୁ ଉତ୍ସାହିତ କରୁଥିଲେ[୪] । ତାଙ୍କରି ଉତ୍ସାହରେ ତାଙ୍କ ପୁତ୍ର ବଧୁ ଭାରତି ବିଶ୍ୱାସ ଏମ୍‌.ଏ. ପାସ୍‌ କରିଥିଲେ । ଅନୁବାଦ ସାହିତ୍ୟରେ ତାଙ୍କରି ବ୍ୟୁତ୍ପତ୍ତି ଥିଲା[୫]। ୧୯୨୬ ମସିହାରେ ତାଙ୍କଦ୍ୱାରା ଟଲଷ୍ଟୟଙ୍କ ସାହିତ୍ୟର ଗୁଡିଏ ଅନୁବାଦ ପ୍ରସାଦ ନାମରେ ପ୍ରକାଶିତ ହୋଇଛି ।

ଆଧାର ସମ୍ପାଦନ କରନ୍ତୁ

ବାହାର ତଥ୍ୟ ସମ୍ପାଦନ କରନ୍ତୁ