ନର୍ଗିସ ସେଠୀ (ଉର୍ଦ୍ଦୁ: نرگس سیٹھی) ପାକିସ୍ଥାନୀ ପ୍ରଶାସନିକ ସେବାର ଜଣେ ଅବସରପ୍ରାପ୍ତ ପାକିସ୍ଥାନୀ ନାଗରିକ ସେବା ଅଧିକାରୀ ଅଟନ୍ତି ଯିଏକି ପାକିସ୍ଥାନର କ୍ୟାବିନେଟ ସଚିବ ଏବଂ ପାକିସ୍ଥାନର ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଭାବରେ ବିପିଏସ-୨ ଶ୍ରେଣୀରେ କାର୍ଯ୍ୟ କରିଥିଲେ ।[୧] ସେଠୀଙ୍କଦ୍ୱାରା ପରିଚାଳିତ ଅନ୍ୟାନ୍ୟ ହେଭିୱେଟ କାର୍ଯ୍ୟରେ ଜଳ ଓ ଶକ୍ତି ସଚିବ, ଅର୍ଥନୈତିକ ବ୍ୟାପାର ସଚିବ ଏବଂ ପାକିସ୍ଥାନର ପ୍ରତିରକ୍ଷା ସଚିବ ଅନ୍ତର୍ଭୁକ୍ତ । [୨]

ଅକ୍ଟୋବର ୨୦୧୦ ମସିହାରେ ସେଠୀଙ୍କୁ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନିଙ୍କଦ୍ୱାରା ଫେଡେରାଲ ସେକ୍ରେଟାରୀ ପଦରେ ପଦୋନ୍ନତି ଦିଆଯାଇଥିଲା । ସିଭିଲ ସର୍ଭିସରୁ ଅବସର ନେବାପରେ ତାଙ୍କୁ ଫେଡେରାଲ ପବ୍ଲିକ ସର୍ଭିସ କମିଶନର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।[୩]

ଶିକ୍ଷା ସମ୍ପାଦନା

ସେଠୀ କରାଚୀ ବିଶ୍ୱବିଦ୍ୟାଳୟରୁ ଆନ୍ତର୍ଜାତିୟ ସମ୍ପର୍କରେ ସ୍ନାତକୋତ୍ତର ଡିଗ୍ରୀ, କୁଏଡ଼-ଏ-ଆଜମ ବିଶ୍ୱବିଦ୍ୟାଳୟରେ ପ୍ରତିରକ୍ଷା ଅଧ୍ୟୟନ ଏବଂ ଯୁକ୍ତରାଷ୍ଟ୍ରର ଏକ ବିଶ୍ୱବିଦ୍ୟାଳୟରୁ ବିକାଶ ପ୍ରଶାସନରେ ମାଷ୍ଟର ଆଫ ସାଇନ୍ସ ହାସଲ କରିଥିଲେ । [୪]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ସଲିମ ସେଠୀଙ୍କୁ ବିବାହ କରିଛନ୍ତି ଯିଏ ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସେବା ଅଧିକାରୀ ମଧ୍ୟ ଅଟନ୍ତି ।

ସେ ଦେଶର ଇତିହାସରେ ପ୍ରଥମ ମହିଳା ଯିଏକି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଭାବରେ ପୋଷ୍ଟ ହୋଇଥିଲେ ।

ପୁରସ୍କାର ଏବଂ ସ୍ୱୀକୃତି ସମ୍ପାଦନା

୨୦୧୨ ମସିହାରେ ପାକିସ୍ଥାନର ରାଷ୍ଟ୍ରପତିଙ୍କଦ୍ୱାରା ସୀତାରା-ଇ-ଇମିତିଆଜ (ଷ୍ଟାର ଅଫ ଏକ୍ସଲେନ୍ସ) ପୁରସ୍କାର ପ୍ରାପ୍ତ ହୋଇଥିଲା ।[୫]

ଆଧାର ସମ୍ପାଦନା

  1. Nargis Sethi calls it a day Pakistan Today (newspaper), Published 18 October 2014, Retrieved 5 July 2018
  2. Ghumman, Khawar (2 June 2014). "Nargis Sethi takes 'power'". Dawn (newspaper). Retrieved 5 July 2018.
  3. "Nargis Sethi, Ahmad Farooq designated FPSC members". 13 December 2015.
  4. Editorial, Reuters. "Officer Profile - Quotes - Reuters.co.in". IN. Archived from the original on 6 June 2014. Retrieved 9 November 2017. {{cite web}}: |first= has generic name (help)
  5. President announces 185 civilian awards The Express Tribune (newspaper), Published 15 August 2011, Retrieved 5 July 2018