ନମିତା ଥାପର
ନମିତା ଥାପର (ଜନ୍ମ ୨୧ ମାର୍ଚ୍ଚ ୧୯୭୭) ଜଣେ ଭାରତୀୟ ଉଦ୍ୟୋଗୀ ଏବଂ ଜଣେ ବ୍ୟବସାୟ କାର୍ଯ୍ୟନିର୍ବାହୀ ଅଟନ୍ତି ।[୧] ସେ ଏମକ୍ୟୋର ଫାର୍ମାସ୍ୟୁଟିକାଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି ।[୨] ସେ ଶାର୍କ ଟ୍ୟାଙ୍କ ଇଣ୍ଡିଆରେ ୧୦୦ ରୁ ଅଧିକ କମ୍ପାନୀରେ ଅର୍ଥ ବିନିଯୋଗ କରୁଥିବା ଜଣେ ପ୍ରମୁଖ ନିବେଶକ ଭାବରେ କାର୍ଯ୍ୟ କରିଛନ୍ତି । ସେ ଥାପର ଉଦ୍ୟୋଗୀ ଏକାଡେମୀର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି ।
ନମିତା ଥାପର | |
---|---|
ଜନ୍ମ | ପୁଣେ, ମହାରାଷ୍ଟ୍ର, ଭାରତ | ୨୧ ମାର୍ଚ୍ଚ ୧୯୭୭
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଫୁକୁଆ ସ୍କୁଲ୍ ଅଫ୍ ବିଜିନେସ୍, ବ୍ରିହାନ୍ ମହାରାଷ୍ଟ୍ର କଲେଜ ଅଫ୍ କମର୍ସ |
ବୃତ୍ତି | ବ୍ୟବସାୟୀ |
ସକ୍ରିୟ ବର୍ଷ | ୧୯୯୬-ବର୍ତ୍ତମାନ |
ଏମକ୍ୟୋର ଫାର୍ମାସ୍ୟୁଟିକାଲ୍ସ | |
ଟେଲିଭିଜନ | ଶାର୍କ ଟ୍ୟାଙ୍କ ଇଣ୍ଡିଆ (୨୦୨୧ - ବର୍ତ୍ତମାନ) |
ବୈବାହିକ-ସାଥୀ | ବିକାଶ ଥାପର (୨୦୦୩) |
ସନ୍ତାନ | ୨ |
ପ୍ରାଥମିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାନମିତା ବ୍ୟବସାୟୀ ସତୀଶ ରମଣଲାଲ ମେହେଟ୍ଟାଙ୍କ ଝିଅ ଅଟନ୍ତି ।[୩][୪] ସେ ୨୦୦୧ ମସିହାରେ ଡ୍ୟୁକ୍ ୟୁନିଭରସିଟିର ଫୁକୁଆ ସ୍କୁଲ୍ ଅଫ୍ ବିଜିନେସ୍ ରୁ ଏମବିଏ ସମାପ୍ତ କରିଥିଲେ ଏବଂ ପରେ ସେ ICAIର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଲେ ।[୫]
ବୃତ୍ତି
ସମ୍ପାଦନାଏମବିଏ ଶେଷ କରିବା ପରେ ସେ ଗାଇଡାଣ୍ଟ କର୍ପୋରେସନରେ ବିଜନେସ୍ ଫାଇନାନ୍ସ ହେଡ୍ ର ଭୂମିକା ଗ୍ରହଣ କରିବା ପାଇଁ ଆମେରିକା ଯାଇଥିଲେ । ପରେ, ସେ ଭାରତକୁ ସ୍ଥାନାନ୍ତରିତ ହୋଇଥିଲେ, ଯେଉଁଠାରେ ସେ ଏମକ୍ୟୋର ଫାର୍ମାସ୍ୟୁଟିକାଲ୍ସରେ CFOର ଭୂମିକା ଗ୍ରହଣ କରିଥିଲେ ।[୬] ପରେ ତାଙ୍କୁ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ବିକାଶ ଥାପରଙ୍କୁ ବିବାହ କରିଥିଲେ । ତାଙ୍କର ଜୟ ଏବଂ ବୀର ନାମକ ଦୁଇ ପୁତ୍ର ସନ୍ତାନ ଅଛନ୍ତି ।
ଆଧାର
ସମ୍ପାଦନା- ↑ "When Shark Tank India's Namita Thapar addressed being called a 'nepo-kid' and 'papa ki pari'; says 'one needs to have entrepreneurial mindset' - Exclusive". The Times of India. 14 March 2024.
- ↑ "Namita Thapar: Growth Champion". 10 December 2021.
- ↑ "Namita Thapar shuts down troll who asked: 'if daddy's money hadn't been there…'". 13 March 2024.
- ↑ "Queen size". The Times of India.
- ↑ "namita thapar Profile".
- ↑ "Meet Namita Thapar: The businesswoman with a Rs 600 crore net worth, Rs 50 crore mansion, and a taste for luxury". 15 February 2024.