ନଡ଼ିଆ ଧର୍ମ (ଇଂରାଜୀ: କୋକୋନଟ ରିଲିଜିଅନ, ଭିଏତନାମ ଭାଷା:Tinh Do Cu Si)[୧] ଦକ୍ଷିଣ ଭିଏତନାମର "କୋକୋନଟ କିଙ୍ଗଡମ"ରେ ପ୍ରଚଳିତ ଏକ ଦେଶଜ ଓ ଏକ ଅଧୁନା-ବିରତ ଧର୍ମ । ଏହା ୧୯୬୩ରେ ପ୍ରତିଷ୍ଠିତ ହୋଇଥିଲା । ଏହି ଧର୍ମ ପ୍ରଧାନତଃ ବୁଦ୍ଧବାଦ ଓ ଖ୍ରୀଷ୍ଠିଆନ ବିଶ୍ୱାସକୁ ନେଇ ତିଆରି ହୋଇଥିଲା । ଏଥିରେ ପ୍ରତିଷ୍ଠାତା ଓ ଭିଏତନାମୀ ବିଦ୍ୱାନ ନୁଏନ ଥାନହ ନାମଙ୍କ ଚିନ୍ତାଧାରା ମଧ୍ୟ ମିଶିଥିଲା । ଏହି ଧର୍ମଧାରାଟି ୧୯୭୫ ମସିହାରେ ଭିଏତନାମୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧୂଳିସାତ ହୋଇଥିଲା । ଶୀର୍ଷରେ ଥିବା ବେଳେ ଏଥିରେ ପାଖାପାଖି ୪୦୦୦ ଧର୍ମାବଲମ୍ବୀ ଥିଲେ ।

୧୯୬୯ରେ ଫଟୋ ଉଠାଯାଇଥିବା ନଡ଼ିଆ ଧର୍ମର ଭାସମାନ ପାଗୋଡ଼ା ।

ଅନୁଶୀଳନ ସମ୍ପାଦନା

ନଡ଼ିଆ ଧର୍ମ କେବଳ ନଡ଼ିଆ ଖାଇବା ଓ ନଡ଼ିଆ ରସ ପିଇବା ସପକ୍ଷରେ ଯୁକ୍ତିବାଢ଼ିଥାଏ ।[୨] ଏହି ଧର୍ମଧାରାର ସାଧୁମାନେ ନଅଟି କନିଆଁ ଯାଏ ବିବାହ କରିବା ଅନୁମୋଦିତ ଥିଲା ।[୩]

ଆଧାର ସମ୍ପାଦନା

  1. Dodd, Jan (2003). The Rough guide to Vietnam (4 ed.). Rough Guides. p. 142. ISBN 9781843530954.
  2. "Coconut religion". Vinhthong. Archived from the original on October 22, 2013. Retrieved May 25, 2013.
  3. Hoskin, John; Howland, Carol (2006). Vietnam (4 ed.). New Holland Publishers. p. 115. ISBN 9781845375515.[permanent dead link]