ନଅଙ୍କ ଦୁର୍ଭିକ୍ଷ


ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା [୧] । କେବଳ ଓଡ଼ିଶାର ଲୋକସଂଖ୍ୟାର ଏକ ତୃତୀୟାଂଶ ଲୋକ (ଏକ ନିୟୁତ) ଏହାର ଶିକାର ହୋଇଥିଲେ ।

A 1907 map of Orissa, shown as the southwestern region of Greater Bengal. Coastal Balasore district was one of the worst-hit areas in the Orissa famine of 1866.

କାରଣସମ୍ପାଦନ କରନ୍ତୁ

ଏହା ପୂର୍ବରୁ ୧୮୬୫ ମସିହାରେ ଏହି ରାଜ୍ୟ ମରୁଡ଼ି ପ୍ରପୀଡ଼ିତ ହୋଇଥିଲା । ଏହି ବର୍ଷ ମୌସୁମୀ ଜନିତ ବର୍ଷା ବହୁତ ଅଳ୍ପ ହୋଇ ଅଦିନରେ ସରିଗଲା । ତଦାନ୍ତନୀନ ଇଂରେଜ ସରକାରର ବେଙ୍ଗଲ ବୋର୍ଡ ଅଫ ରେଭେନ୍ୟୁ ମରୁଡ଼ିର କ୍ଷୟକ୍ଷତି ଆକଳନ ଓ ମରୁଡି ପ୍ରପୀଡ଼ିତ ଲୋକଙ୍କ ସଂଖ୍ୟା ସଠିକ ଭାବେ ହିସାବ କରି ପାରି ନ ଥିଲେ । ଗଚ୍ଛିତ ଖାଦ୍ୟ ମଇ ୧୮୬୬ ସୁଦ୍ଧା ସରିଗଲା ଓ ତା ପରେ ପ୍ରବଳ ବର୍ଷା ହୋଇ ବନ୍ୟା ଆସିଗଲା ।

ଦୁର୍ଭିକ୍ଷ ଓ ଖାଦ୍ୟ ଯୋଗାଣସମ୍ପାଦନ କରନ୍ତୁ

ରାସ୍ତା ଘାଟର ଅବସ୍ଥା ସେତେବେଳେ ବହୁତ ଶୋଚନୀୟ ଥିବାରୁ ଖାଦ୍ୟ ଯୋଗାଣ ମଧ୍ୟ ସଠିକ ଭାବେ ହୋଇପାରି ନ ଥିଲା । ସ୍ଥଳ ପଥରେ ଖରାପ ପାଗ ଓ ରାସ୍ତା ଯୋଗୁ ଖାଦ୍ୟ ଯୋଗାଣ ସମ୍ଭବ ହେଲା ନାହିଁ । ଜଳ ପଥରେ ସବୁ ଅଞ୍ଚଳକୁ ମଧ୍ୟ ଯୋଗାଣ ହୋଇପାରିଲା ନାହିଁ । ୧୦,୦୦୦ ଟନ ଚାଉଳ ଆମଦାନୀ କରି ଯୋଗେଇଲା ବେଳକୁ ସେପ୍ଟେମ୍ବର ମାସ ହୋଇଯାଇଥିଲା [୧]। ଏଣୁ ୧୮୬୬-୬୭ ମସିହାରେ ଦୁର୍ଭିକ୍ଷ ହେଲା ।

ମୃତ୍ୟୁର କାରଣସମ୍ପାଦନ କରନ୍ତୁ

ଏହି ଦୁର୍ଭିକ୍ଷରେ ପ୍ରାୟ ଲକ୍ଷ ଲୋକ ମୃତ୍ୟୁ ବରଣ କରିଥିଲେ । ଖାଦ୍ୟ ଅଭାବ ଯୋଗୁ, ଅଖାଦ୍ୟ ଖାଇବା ଯୋଗୁ, ଅଖାଦ୍ୟ ଖାଇ କଲେରା ରୋଗରେ ପୀଡ଼ିତ ହେବା ଯୋଗୁ ଓ ପରେ ପରେ ମ୍ୟାଲେରିଆ ତଥା ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେବା ଯୋଗୁ ଲୋକମାନେ ମରିଥିଲେ । ୧୮୬୮ ମସିହା ବେଳକୁ ଯଥେଷ୍ଟ ଖାଦ୍ୟ ଯୋଗାଣ ହେବାରୁ ଦୁର୍ଭିକ୍ଷର ଅନ୍ତ ହେଲା।

ଦୁର୍ଭିକ୍ଷର ରାଜନୈତିକ ପରିଣାମସମ୍ପାଦନ କରନ୍ତୁ

ଏହି ଦୁର୍ଭିକ୍ଷ ଭାରତୀୟ ବୁଦ୍ଧିଜୀବିମାନଙ୍କ ଉପରେ ଖୁବ ଅଧିକ ପ୍ରଭାବ ପକାଇଥିଲା ଓ ସେମାନଙ୍କୁ ଇଂରେଜ ରାଜୁତିରକୁ ପ୍ରଭାବ ପ୍ରତି ସେମାନଙ୍କ ଆଖି ଖୋଲିଥିଲା। ଏପରିକି ମରୁଡି ପଡିଥିବା ସମୟରେ ଇଂରେଜ ସରକାର ୨୦,୦୦,୦୦,୦୦୦ ପାଉଣ୍ଡ ଚାଉଳ ଇଂଲଣ୍ଡକୁ ରପ୍ତାନି କରିଥିଲେ। ଦାଦାଭାଇ ନାରୋଜୀ ଏହି ଘଟଣାକୁ ଆଧାର କରି କହିଥିଲେ ଯେ ଇଂଲଣ୍ଡ ନିଜର ଉନ୍ନତୀ ଭାରତୀୟ ମାନଙ୍କ ରକ୍ତକୁ ଶୋଷି ହାସଲ କରିଛି

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Imperial Gazetteer of India vol. III 1907, p. 486

ଅଧିକ ଦେଖନ୍ତୁସମ୍ପାଦନ କରନ୍ତୁ