ଧୁକୁଡ଼ି ଦ୍ୱାର

(ଧୁକୁଡ଼ି ଦ୍ଵାରରୁ ଲେଉଟି ଆସିଛି)

ଜଗନ୍ନାଥ ମନ୍ଦିରର ଭିତରକାଠ ବାମପଟେ ରହିଅବା ଦ୍ୱାର ହେଉଛି ଧୁକୁଡ଼ି ଦ୍ୱାର

ନାମକରଣ ସମ୍ପାଦନା

ଧୁକୁଡ଼ି ଦ୍ୱାର ଅର୍ଥ ବଡ଼ କବାଟ ତଳ ଆଡ଼କୁ ଅବା ଛୋଟ କବାଟ ବା ଚୋରି କବାଟ, କାନୁରେ ଅବା ଛୋଟ ଗଳି କବାଟ ।[୧] ପୂର୍ବରୁ ଘରମାନଙ୍କରେ ଧୁକୁଡ଼ି ଦ୍ୱାର ରହୁଥିଲା । ଏହା ଗୋଟିଏ ଘର ସହ ଆଉ ଗୋଟିଏ ଘରର ସମ୍ପର୍କ ରକ୍ଷାକରେ । ଯୌଥ ପରିବାରରେ ଏହିପରି ଦ୍ୱାର ରହିଥାଏ ।

ଅବସ୍ଥିତି ଓ ବ୍ୟବହାର ସମ୍ପାଦନା

ବଡ଼ଦେଉଳର ଜଗମୋହନରୁ ଭିତରକାଠକୁ ପ୍ରବେଶ କରିବା ପରେ ପ୍ରଥମ ବାମପଟ ଦ୍ୱାର ହେଉଛି ଧୂକୁଡ଼ି ଦ୍ୱାର । ଏହି ଦ୍ୱାର ଗୁପ୍ତନୀତି ପାଇଁ ବ୍ୟବହାର ହୁଏ । ଏହି ଦ୍ୱାର ଦେଇ ସିଧା ସଳଖ ଅଣସର ପିଣ୍ଡିରେ ପହଞ୍ଚି ହୁଏ । ଜଗନ୍ନାଥଙ୍କ ଅଣସର ସେବା ସମୟରେ ଦଇତା ଓ ପତି ମହାପାତ୍ର ସେବକମାନେ ସେହି ଦ୍ୱାରରେ ଅଣସର ଘରକୁ ଯାଇଥାନ୍ତି । ସେହି ଦ୍ୱାର ଦେଇ ଜଗନ୍ନାଥଙ୍କ ଅଣସର ସାମଗ୍ରୀ ଭିତରକୁ ଆସିଥାଏ । ଓଷୁଅଠାରୁ ଖଳି, ଚନ୍ଦନଠାରୁ ଘଣା ସବୁ ସେହି ଦ୍ୱାର ଦେଇ ଭିତରକୁ ଯାଏ । ସେହି ରାସ୍ତା ଦେଇ ମଧ୍ୟ ଖଡ଼ି ପ୍ରସାଦ ଓ ରାଜପ୍ରସାଦ ବାହାରି ଗଜପତିଙ୍କ ନିକଟକୁ ଯାଏ । ଏହି ଦ୍ୱାର ଦେଇ ଗର୍ଭଗୃହରୁ ଥାଳି ଖେଚୁଡ଼ି ବିମଳାଙ୍କ ପାଖକୁ ଯାଏ । ଜଗନ୍ନାଥଙ୍କର ସମସ୍ତ ପୂଜା ସାମଗ୍ରୀ ଏହି ଦ୍ୱାର ଦେଇ ଭିତରକୁ ପ୍ରବେଶ କରେ ।[୧] ଏବେ ଏହି ଦ୍ୱାର ଭକ୍ତଙ୍କ ପ୍ରସ୍ଥାନ ପାଇଁ ବ୍ୟବହାର କରାଯାଉଛି । ସାହାଣମେଲା, ପରିମାଣିକ ଦର୍ଶନ ବା ଭିତରକାଠ ଦର୍ଶନ ପରେ ଭକ୍ତମାନେ ଏହି ଧୁକୁଡ଼ି ଦ୍ୱାର ଦେଇ ବାହାରିଥା'ନ୍ତି ।[୧]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଧୁକୁଡ଼ି ଦ୍ୱାର". ପ୍ରମେୟ. ୪ ଜୁନ୍ ୨୦୧୫. Retrieved 11 September 2015. {{cite news}}: Check date values in: |date= (help)[permanent dead link]

ବାହାର ଲିଙ୍କ ସମ୍ପାଦନା