ଧନୁ ସଂକ୍ରାନ୍ତି
ପୌଷ ମାସର ପ୍ରଥମ ଦିନ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ ।[୧] ଏହା ପ୍ରାୟତଃ ଡିସେମ୍ବର ୧୪ ବା ୧୫ ତାରିଖରେ ପଡ଼େ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି (ପ୍ରାୟତଃ ଜାନୁଆରୀ ୧୪ତାରିଖ) ପର୍ଯ୍ୟନ୍ତ ଚାଲିଥାଏ ।[୨] ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ I ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ । ଏ ମାସର ସଂକ୍ରାନ୍ତି ପୁରୁଷ ପଶୁ ଜାତି, ପୌଢା ବୟସ, ରକ୍ତବସ୍ତ୍ର ପରିଧାନ କରି ଗୋରଚନା ଲେପନ ଓ ବେଲପତ୍ର ଭୂଷିତ ହୋଇ ଦୁର୍ମୁଖାବସ୍ଥାରେ ସୀସା ଆସି, ପୂର୍ବ ଦିଗକୁ ଦୃଷ୍ଟି ଦେଇ ଦକ୍ଷିଣ ଦିଗକୁ ଗମନ କରିବେ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା'ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ । ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ ।[୩] [୪]
ଆଧାର ସମ୍ପାଦନ କରନ୍ତୁ
- ↑ "Festivals of Orissa - Dhanu Sankranti". orissa.oriyaonline.com. Retrieved 25 December 2012.
Dhanu Sankranti is celebrated on the first day of lunar Pousha month.
- ↑ "Jagannath temple to remain open throughout Dec 31 night". dailypioneer.com. 2012. Retrieved 25 December 2012.
The Pahili Bhog is the traditional morning offering to the Trinity which continues from the Dhanu Sankranti to Makara Sankranti as per the Odia almanac.
- ↑ "The Hindu : Other States / Orissa News : 'Dhanu muan' price goes through the roof". hindu.com. 2009. Retrieved 25 December 2012.
Since long, people of Orissa used to prepare 'muan' for ritualistic offering during puja on Dhanu Sankranti.
- ↑ ସମାଜ ରବିବାର, ପୃଷ୍ଠା- ୭, ୯-୧୫.୧୨.୧୨