ଧଣ୍ଡୋ କେଶବ କାର୍ଭେ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଧଣ୍ଡୋ କେଶବ କାର୍ଭେ ଜଣେ ସମାଜକର୍ମୀ ଓ ହିନ୍ଦୁ ସାଧୁ ଥିଲେ । ସେ ଭାରତର ମହାରାଷ୍ଟ୍ର ରାଜ୍ୟସ୍ଥିତ ସେରାବାଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନାରୀ ଅଧିକାର ତଥା ନାରୀ କଲ୍ୟାଣ ଓ ବିଧବା ବିବାହ ଭଳି ସାମାଜିକ କାମ ପାଇଁ ସେ ଭାରତ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଧଣ୍ଡୋ କେଶବ କାର୍ଭେ | |
---|---|
ଜନ୍ମ | |
ମୃତ୍ୟୁ | ୯ ନଭେମ୍ବର ୧୯୬୨ | (ବୟସ ୧୦୪)
ବୈବାହିକ-ସାଥୀ(s) | Radhabai and Godubai |
ସନ୍ତାନ | Raghunath Karve, Shankar Karve, Dinkar Karve, Bhaskar Karve |
ପ୍ରାରମ୍ଭିକ ଜୀବନ
ସମ୍ପାଦନାକାର୍ଭେ ମହାରାଷ୍ଟ୍ର ରାଜ୍ୟସ୍ଥିତ ସେରାବାଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ଡାପୋଲି ଜିଲ୍ଲାର ମୁରୁଦଠାରେ କଟିଥିଲା । ମୁରୁଦର ଏକ ସରକାରୀ ବିଦ୍ୟାଳୟରେ ସେ ପାଥମିକ ଶିକ୍ଷା ଗ୍ରହଣ କରିଥିଲେ । ସେ ପ୍ରତିଦିନ ରାମବିଜୟ, ହରିବିଜୟ ଓ ଶିବଲୀଳାମୃତ ଭଳି ଗ୍ରନ୍ଥ ଅଭ୍ୟାସ କରୁଥିଲେ । ଗୁରୁଙ୍କ ଆଦେଶରେ ସେ ସଂଧ୍ୟା ୫ଟାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିଦ୍ୟାଳୟ ନିକଟସ୍ଥ ଦୁର୍ଗା ମନ୍ଦିର ନିକଟରେ ଖବବରକାଗଜ ପଢୁଥିଲେ । ଗୁରୁଙ୍କ ଇଚ୍ଛା ଥିଲା ଯେ ଏହି ସମୟରେ ମନ୍ଦିରକୁ ଆସୁଥିବା ଭକ୍ତମାନେ ଦେଶର ସମସ୍ୟା ବିଷୟରେ ଅବଗତ ହୁଅନ୍ତୁ । ସେ ଯେତେବେଳେ ଅର୍ଥ ଉପାର୍ଜନକ୍ଷମ ହେଲେ, ସେ ସେହି ମନ୍ଦିରର ମରାମତି କାମ ପାଇଁ ଆଗେଇ ଆସିଲେ । ସେ ମୁରୁଦ ଉନ୍ନୟନ ପାଣ୍ଠି ମାଧ୍ୟମରେ ଗାଆଁପାଇଁ କେତେକ ଉନ୍ନତିମୂଳକ କାମ କରିଲେ ।[୧] କାର୍ଭେ ନାରୀ ଅଧିକାର ତଥା ନାରୀ କଲ୍ୟାଣ ଓ ବିଧବା ବିବାହ[୨] କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ସେ ମୁମ୍ବାଇରେ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ । କାର୍ଭେଙ୍କ ସମ୍ମାନାର୍ଥେ ମୁମ୍ବାଇର କୁଇନ୍ସ ରୋଡ଼ର ନାମ ବଦଳାଇ ମହର୍ଷି କାର୍ଭେ ରାସ୍ତା ନାମରେ ନାମିତ କରାଯାଇଛି ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା୧୯୫୮ ମସିହାରେ ଭାରତ ସରକାରଙ୍କଦ୍ୱାରା ମହର୍ଷି କାର୍ଭେଙ୍କୁ ତାଙ୍କ ଶହେତମ ଜନ୍ମ ଦିବସରେ ଦେଶର ସର୍ବୋଚ୍ଚ ବେସାମରିକ ଉପାଧୀ ଭାରତ ରତ୍ନଦ୍ୱାରା ସମ୍ମାନିତ କରିଥିଲେ ।'[୩]
ଆଧାର
ସମ୍ପାଦନା- ↑ "Maharshi Dhondo Keshav Karve | Taluka Dapoli". www.talukadapoli.com (in ଆମେରିକୀୟ ଇଂରାଜୀ). Retrieved 2018-07-01.
- ↑ "Remembering Maharshi Karve, the man who set up India's first university for women". India Today (in ଇଂରାଜୀ). Retrieved 25 August 2018.
- ↑ "महर्षी कर्वे मराठी प्राथमिक शाळा – मुरुड". talukadapoli.com (in ଆମେରିକୀୟ ଇଂରାଜୀ). Retrieved 2018-07-01.