ଦୋଳେଶ୍ଵର ମହାଦେବ ମନ୍ଦିର
ଦୋଳେଶ୍ୱର ମହାଦେବ ମନ୍ଦିର (ନେପାଳୀ: डोलेश्वर महादेव) ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଯାହା ନେପାଳର ଭକ୍ତପୁର ଜିଲ୍ଲାର ଦକ୍ଷିଣ ପୂର୍ବ ଦିଗରେ ଥିବା ସୂର୍ଯ୍ୟ ବିନାୟକ ମୁନିସିପାଲଟି (Suryabinayak) ପରିସରରେ ଅବସ୍ଥିତ । ଭାରତର ଉତ୍ତରାଖଣ୍ଡରେ ଥିବା କେଦାରନାଥ ମନ୍ଦିରର ଏହା ଶିର ଭାଗ ହୋଇଥିବା ବିଶ୍ୱାସ କରାଯାଏ ।[୧][୨][୩]
ଦୋଳେଶ୍ୱର ମହାଦେବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Bhaktapur |
ଦେବାଦେବୀ | siba |
Festivals | Shivaratri, Teej, Balachaturdasi |
Location | |
ସ୍ଥାନ | Sipadol VDC |
Country | ନେପାଳ |
ଭୌଗଳିକ ଅବସ୍ଥିତି | 27°38′20″N 85°26′17″E / 27.63889°N 85.43806°E |
Architecture | |
Type | Pagoda |
ଇତିହାସ
ସମ୍ପାଦନାପଞ୍ଚ କେଦାର ମନ୍ଦିରରେ ଥିବା ବୃଷଭର ଶିରକୁ ଲୋକମାନେ ୪୦୦୦ ହଜାର ବର୍ଷ ଧରି ଖୋଜୁଥିଲେ । ପ୍ରକୃତରେ ମହାଭାରତର ପାଣ୍ଡବମାନଙ୍କୁ ଏଡ଼େଇବା ପାଇଁ ବୃଷଭ ରୂପରେ ଶିବ ଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ପାଞ୍ଚ ପାଣ୍ଡବ ଓ ଶହେ କୌରବମାନଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା । ପାଞ୍ଚ ପାଣ୍ଡବ ୧୦୦ କୌରବଙ୍କୁ ହତ୍ୟା କରି ଜୟଲାଭ କରିଥିଲେ । ଯୁଦ୍ଧର ପାଣ୍ଡବମାନେ ଜୟ ଲାଭ କରିବା ପରେ ଭାତ୍ରୁ ହତ୍ୟା ଓ ବ୍ରାହ୍ମଣ ହତ୍ୟା ଜନିତ ପାପ ପ୍ରକ୍ଷାଳନ ନିମନ୍ତେ ଶିବ ଆଶୀର୍ବାଦ ପାଇବା ନିମନ୍ତେ ତାଙ୍କୁ ଖୋଜିବାକୁ ରାଜ୍ୟ ତ୍ୟାଗ କରି ବାହାରିଲେ । ବାରାଣସୀ ତାଙ୍କର ପ୍ରିୟ ସ୍ଥାନ ଥିବାରୁ ସେଠାରେ ଖୋଜିବାକୁ ଗଲେ । ଶିବ ଅନ୍ୟ ପକ୍ଷରେ ଯୁଦ୍ଧରେ ଅନିୟମିତତା ଯୋଗୁ ପାଣ୍ଡବଙ୍କ ଉପରେ କ୍ରୋଧାନ୍ୱିତ ହୋଇ ତାଙ୍କୁ ଏଡ଼େଇବା ନିମନ୍ତେ ଇଚ୍ଛା କରୁଥିଲେ । ତେଣୁ ସେ ନନ୍ଦୀ ବୃଷଭ ରୂପରେ ଗରୱାଲରେ ରହିଗଲେ । ତେଣୁ ପାଣ୍ଡବମାନେ ତାଙ୍କୁ ପାଇଲେଳନି । ହିମାଳୟରେ ତାଙ୍କୁ ଖୋଜିବାକୁ ପଞ୍ଚ ପାଣ୍ଡବ ଗଲେ । ଅନ୍ୟ ପାଣ୍ଡବମାନଙ୍କ ପାଖରୁ ଅଲଗା ହୋଇ ଭୀମ ଚାଲିଗଲେ ଓ ଗୁପ୍ତକାଶୀରେ (Guptakashi) ଦୁଇ ପର୍ବତ ମଝିରେ ନନ୍ଦୀଙ୍କୁ ଠାବ କଲେ । ତୁରନ୍ତ ସେ ଶିବଙ୍କୁ ଚିହ୍ନି ପାରି ତାଙ୍କ ଲାଞ୍ଜ ଓ ପଛ ଗୋଡ଼କୁ ମାଡ଼ିବସିଲେ । ଶିବ ସେଠାରେ ଅଦୂଶ୍ୟ ହୋଇ ଭିନ୍ନ ଭିନ୍ନ ପାଞ୍ଚ ଜାଗାରେ ଖଣ୍ଡ ଖଣ୍ଡ ହୋଇ ପ୍ରକାଶିତ ହେଲେ । କେଦାରନାଥରେ (Kedarnath) ଚୁଳ, ତୁଙ୍ଗନାଥରେ (Tungnath) ହାତ, ରୁଦ୍ରନାଥରେ ମୁଖ (Rudranath), ମଧ୍ୟମହେଶ୍ୱରରେ (Madhyamaheshwar) ନାଭି ତଥା ପାକସ୍ଥଳୀ ଓ କାଳପେଶ୍ୱରରେ (Kalpeshwar ବାଳ ପାଇଲେ । ଉକ୍ତ ପାଞ୍ଚ ସ୍ଥାନରେ ମନ୍ଦିର ତୋଳେଇବାରେ ସେମାନଙ୍କର ପାପ କ୍ଷୟ ହୋଇଗଲା । ନେପାଳର ଭକ୍ତପୁର ଜିଲ୍ଲାରେ ଥିବା ଦୋଲେଶ୍ୱର ମହାଦେବ ମନ୍ଦିରରେ ତାଙ୍କର ସମ୍ମୁଖ ଭାବ ଥିବା ବିଶ୍ୱାସ କରାଯାଏ ।[୪][୫]
ଅନ୍ୟ ଏକ କାହାଣୀ ଅନୁସାରେ ଭୀମ ବୃଷଭଙ୍କୁ ଧରି ପକେଇଲେ ଓ ଅଦୃଶ୍ୟ ହେବା ବନ୍ଦ କରିବା ନିମନ୍ତେ ତାଙ୍କୁ ୫ ଖଣ୍ଡ କରି ହିମାଳୟର ଗରୱାଲର କେଦାରଖଣ୍ଡର ୫ ସ୍ଥାନମାନଙ୍କରେ ପୁନଃ ଦୃଶ୍ୟମାନ ହେଲେ [୪] ମନ୍ଦିର ତିଆରି କରି ସାରିବା ପରେ ପାପ ମୁକ୍ତି ନିମନ୍ତେ ତପସ୍ୟା ଓ ଯଜ୍ଞ କରିଥିଲେ । ପଞ୍ଚ କେଦାର ଦର୍ଶନ ପରେ ଶିବଙ୍କ ଆଶୀର୍ବାଦ ପାଇଁ ବଦ୍ରିନାଥ ମନ୍ଦିରରେ ବିଷ୍ଣୁଙ୍କ ଦର୍ଶନ କରିବାକୁ ଏକ ଅଲିଖିତ ନିୟମ ଅଛି ।[୬]
ଗବେଷଣା ଓ ଉପଲବ୍ଧି
ସମ୍ପାଦନାକେଦାରନାଥ ଓ ଦୋଳେଶ୍ୱର ମନ୍ଦିରର ସାମଞ୍ଜସ୍ୟ ଦେଖି ଗବେଷକ ଭାରତ ଜଙ୍ଗମ ଦାବି କଲେ ଯେ ମହାଦେବଙ୍କ ମୁଣ୍ଡ ପାଖଟି ଦୋଳେଶ୍ୱରରେ ଅଛି । ସ୍ଥପତିମାନେ କହିଲେ ଉଭୟ ମନ୍ଦିର ୪,୦୦୦ ବର୍ଷ ପୁରୁଣା । ଦୋଳେଶ୍ୱରର ଶିଳାଲେଖରେ ଉଭୟ ସଂସ୍କୃତ ଓ ନେପାଳି ଲିପିରେ ଲେଖାଅଛି । ଉଭୟ ମନ୍ଦିରର ପୂଜକମାନଙ୍କୁ ଭାରତର ଦାକ୍ଷିଣାତ୍ୟରେ ଥିବା କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଳନାଡ଼ୁରେ ଚୟନ କରାଯାଏ । ହିନ୍ଦୁ ମତ ଅନୁସାରେ ଉଭୟ ମନ୍ଦିରରେ ଶିବଙ୍କ ସାଥି ବିରଭଦ୍ରଙ୍କର ମୂର୍ତ୍ତି ଅଛି ।[୭][୮]
ମାନ୍ୟତା
ସମ୍ପାଦନାଶ୍ରୀ କେଦାରନାଥଙ୍କ ମୁଣ୍ଡ ଭାଗଟି ଭରତପୁରର ଜଙ୍ଗମ ମଠାରେ ଥିବା କଥା କେଦାରନାଥର ମୂଖ୍ୟ ପୂଜକ ୧୦୦୮ ଶ୍ରୀ ଜଗତ ଗୁରୁ ଭୀମଶଙ୍କରଲିଙ୍ଗ ଶିବାଚାର୍ଯ୍ୟ ଅଗଷ୍ଟ ୨୨ ତାରିଖ ୨୦୦୯ ଦିନ ପ୍ରକାଶ କଲେ । ଭରତପୁର ଜିଲ୍ଲାର ସିବାଡୋଲ ଗ୍ରାମରେ ଥିବା ଦୋଳେଶ୍ୱର ମନ୍ଦିରରେ ସେ ଏକ ବିଶେଷ ଧରଣର ପୂଜା କରିଥିଲେ । ଏହି ବିଷୟ ଦୋଳେଶ୍ୱର ମନ୍ଦିରର ଶିଳାଲେଖରେ ଲିପିବଦ୍ଧ ଅଛି ।[୯][୧୦][୧୧] ହଜାର ହଜାର ଭକ୍ତଙ୍କର ସମାଗମ ଦୋଳେଶ୍ୱର ମନ୍ଦିରରେ ହୁଏ ।[୧୨]
ଆଧାର
ସମ୍ପାଦନା- ↑ "Doleshwor Mahadev". www.doleshwor.org.np. Archived from the original on 2021-05-13. Retrieved 2022-09-02.
- ↑ http://in.news.yahoo.com/20/20090812/365/twl-mahabharata-era-relic-links-kedarnat.html[permanent dead link]
- ↑ Prasai, Dirgha Raj. "Hindu shrine: Pashupatinath (Lord Shiva) and Shivaratri in Nepal". The Indian Post. Archived from the original on 29 October 2013. Retrieved 7 July 2012.
- ↑ ୪.୦ ୪.୧ "Panch Kedar Yatra". Archived from the original on 24 May 2011. Retrieved 2009-07-05.
{{cite web}}
: Cite has empty unknown parameter:|1=
(help) - ↑ Kapoor. A. K.; Satwanti Kapoor (1994). Ecology and man in the Himalayas. M.D. Publications Pvt. Ltd. p. 250. ISBN 9788185880167.
- ↑ "Panch Kedar". Archived from the original on 31 ଅଗଷ୍ଟ 2009. Retrieved 15 ଜୁଲାଇ 2009.
- ↑ Annapurna Post (29 August 2009). "Doleshwar Mahadev Kedarnath ko Sheer bhayeko khosana". Bhaktaput.
- ↑ Nepali Samachar patra (22 August 2009). "Aba Doleshwar Hindu ko pramukh dham ". Thimi.
- ↑ Thapa, Bharat Bandu. "Mandir Anabaran ". Rajdhani. Bhaktapur.
- ↑ "Doleshwor Mahadev, Sipadol, Bhaktapur, Nepal". Mrrajunepal. Mar 31, 2012. Retrieved 29 July 2012.
- ↑ "Kedharnaat Seer Doleshore Mahadev". Bikram Khatri. May 5, 2012. Retrieved 29 July 2012.
- ↑ "Thousands throng Doleswor Temple". The Himalayan. 2013-08-05. Archived from the original on 2013-09-15. Retrieved 9 Sep 2013.