ଦୋଳମଣ୍ଡପ ସାହି, ପୁରୀ

ଅତୀତରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ଏକ ମଣ୍ଡପରେ ଜଗନ୍ନାଥ ମହାପ୍ରଭୁଙ୍କ ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ତେଣୁ ଏହି ମଣ୍ଡପକୁ ଦୋଳମଣ୍ଡ ଓ ଉକ୍ତ ସାହିକୁ ଦୋଳମଣ୍ଡପ ସାହି ନାମିତ କରାଯାଇଛି। ଏକଦା ଦୋଳଉତ୍ସବ ସମୟରେ ଦୋଳି ଛିଡି ପଡ଼ିବାରୁ ବଡ଼ଠାକୁରଙ୍କ ଶ୍ରୀଭୂଜ ଭଗ୍ନ ହେବାରୁ ପରବର୍ତ୍ତୀ ଦୋଳଯାତ୍ରାମାନଙ୍କର ଚଳନ୍ତି ପ୍ରତିମା ଦୋଳ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପଟି ଜୀର୍ଣ୍ଣ ହେବାରୁ ବୀର କିଶୋର ଦେବ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଉତ୍ତର-ପୂର୍ବ କୋଣରେ ଅନ୍ୟ ଏକ ନୂତନ ମଣ୍ଡପ ଗଢାଇଥିଲେ, ଯାହାକି ଦୋଳବେଦୀ ନାମରେ ସୁପରିଚିତ। ସଂପ୍ରତି ଏହି ମଣ୍ଡପରେ ଶ୍ରୀଜୀଉଙ୍କର ଦୋଳଯାତ୍ରା ଅନୁଷ୍ଠିତ ହେଉଛି।

ଆଧାର ସମ୍ପାଦନା