ଦୈତାରି ପଣ୍ଡା

ଯାତ୍ରା କଳାକାର

ଦୈତ୍ୟାରି ପଣ୍ଡା (ଦୈତାରି ପଣ୍ଡା ଭାବେ ମଧ୍ୟ ଜଣା) (ଜନ୍ମ: ୧୯୫୬) ଜଣେ ଯାତ୍ରା କଳାକାର ।[୧] ସେ ମୁଖ୍ୟତଃ ଖଳନାୟକ ଭୂମିକାରେ ଅଭିନୟ କରନ୍ତି ।[୨] [୩]

ଦୈତ୍ୟାରି ପଣ୍ଡା
Born୧୯୫୬
ଦୁଖଣ୍ଡ, ଔପଦା ବ୍ଳକ, ବାଲେଶ୍ୱର ଜିଲ୍ଲା
Nationalityଭାରତୀୟ
Citizenshipଭାରତୀୟ
Occupationଅଭିନୟ
Spouseଅନ୍ନପୂର୍ଣ୍ଣା
Childrenଜଗନ୍ନାଥ, ବଳଭଦ୍ର
Parent(s)ଶଙ୍କର୍ଷଣ ପଣ୍ଡା, ସାବିତ୍ରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଦୈତ୍ୟାରି ବାଲେଶ୍ୱର ଜିଲ୍ଲା ଔପଦା ବ୍ଳକ ଅନ୍ତର୍ଗତ ଦୁଖଣ୍ଡ ଗାଆଁରେ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କେବଳ ସପ୍ତମ ଶ୍ରେଣୀଯାଏଁ ପାଠ ପଢ଼ିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

ଘରର ଆର୍ଥିକ ଅବସ୍ଥା ସୁଧାରିବା ନିମନ୍ତେ ଯଜମାନ ବାପାଙ୍କ ପରି କର୍ମକର୍ମାଣୀ ଓ ଚାଷ କାମ କରିଥିଲେ । କିଛି ଦିନ ନିମନ୍ତେ ସେ କଲିକତାରେ ମଧ୍ୟ କାମ କରିଥିଲେ । ପରେ ନୀଳଚକ୍ର ଅପେରାର ନିତ୍ୟାନନ୍ଦ ପାଢୀଙ୍କ ପରାମର୍ଶରେ ରଘୁନାଥ ପଣ୍ଡାଙ୍କ ପ୍ରଥମେ ଯୋଗଦେଇଥିଲେ । ସେଠାରେ ତାଙ୍କ ଅଭିନୀତ ପ୍ରଥମ ନାଟକ ଥିଲା 'ରୋହିଲା ନବାବ', ଏଥିରେ ସେ ସେନାପତି ଭୂମିକାରେ ଅଭିନୟ କରିଥିଲେ । ସେହିପରି 'ରାମ ରହିମ' ନାଟକରେ ସେ ଆଲି ହୋସେନ ଚରିତ୍ରରେ ଅଭିନୟ କରିଥିଲେ । ଏହା ପରେ ଖଇରାରେ ଜନ୍ମ ନେଇଥିବା ହରଗୌରୀ କଳାନିକେତନରେ ଯୋଗଦେଇ 'କାହ୍ନୁ', 'କଳାପାହାଡ଼' ଓ 'ତଅପୋଈ' ପ୍ରଭୃତି ନାଟକରେ ଅଭିନୟ କରିଥିଲେ । କଳାନିକେତନ ପରେ ସେ ଡୁଙ୍ଗୁରାର 'ଶ୍ରୀଦୁର୍ଗା ଗଣନାଟ୍ୟ', ଚାନ୍ଦୋଳର 'ଅନ୍ନପୂର୍ଣ୍ଣା ଗଣନାଟ୍ୟ', ଶ୍ରୀଦୁର୍ଗା ଅପେରା ତଥା ବିଜୟ କେତନ ମଙ୍ଗରାଜଙ୍କ ଯାତ୍ରାଦଳରେ ଯୋଗଦେଇଥିଲେ ।[୪]

ଅଭିନୟ ସମ୍ପାଦନା

ତାଙ୍କ ଅଭିନୀତ ମୁଦ୍ରା ରାକ୍ଷସ, କହଲୋ ବଉଳ କିଏ ତୋ ବର, ଶାଗୁଣା ବସିଛି ଡେଣା ମେଲାଇଆଦି ପ୍ରମୁଖ । ତାଙ୍କ ଅଭିନୀତ ହରି ଓଁ ମୁଁ କେନ୍ଦ୍ରାପଡ଼ା ବାବା ନାଟକ ଖଣ୍ଡଗିରି ଯାତ୍ରା ମହାସମର-୨୦୧୬ରେ ୧୬ଲକ୍ଷ ଟଙ୍କାର ବ୍ୟବସାୟ କରି ରେକର୍ଡ଼ କରିଥିଲା । ୨୦୧୫ରେ ଲୋକଲୋଚନକୁ ଆସିଥିବା ହିନ୍ଦୁ ଧର୍ମଗୁରୁ ଓ ଯୌନଅପରାଧରେ ଅଭିଯୁକ୍ତ ସାରଥୀ ବାବାଙ୍କ ଜୀବନ ଉପରେ ପର୍ଯ୍ୟବସିତ ଏହି ଯାତ୍ରାରେ ସେ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୫] ୨୦୧୬ ମସିହାରେ ଦୈତାରି ମାଇଚିଆ ଗୋଖେଇ ସାହୁ ନାଟକରେ ଜଣେ କିନ୍ନର ଭୂମିକାରେ ଅଭିନୟ କରି ଆଦୃତ ହୋଇଥିଲେ ।[୬] ଦୈତାରି କୋଣାର୍କ ଗଣନାଟ୍ୟରେ ସବୁଠାରୁ ଅଧିକ ଦିନ ଧରି ଅଭିନୟ କରିଛନ୍ତି ।[୭]

ଆଧାର ସମ୍ପାଦନା

  1. "କଂସ ଭୂମିକାରେ". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.{{cite news}}: CS1 maint: unrecognized language (link)
  2. Sampad, Shilpi. "Odisha jatra on a roll, beats film industry five times over". The Telegraph. Retrieved 9 September 2016.
  3. Mohanty, Debabrata. "The constant struggles and lasting popularity of jatra groups in Odisha". The Indian Express. Retrieved 9 September 2016.
  4. ବାରିକ, ଗୋପୀନାଥ (୧୩-୧୯ ନଭେମ୍ବର, ୨୦୧୧). "ଦାମୀ କଳାକାର ଦୈତ୍ୟାରି". ଛୁଟିଦିନ 'ସମାଜ'. {{cite news}}: Check date values in: |date= (help)
  5. "'ଯେଉଁମାନେ ରାତିରେ ଗାଳି କରନ୍ତି, ସକାଳେ ପ୍ରଶଂସାରେ ପୋତି ପକାନ୍ତି'". ସମାଜ. {{cite news}}: |access-date= requires |url= (help)
  6. "ଦୈତ୍ୟାରୀଙ୍କ ପ୍ରଶଂସା". ସମାଜ (in ଓଡ଼ିଆ). କଟକ. 16 October 2016. p. ୮. Retrieved 16 October 2016.{{cite news}}: CS1 maint: unrecognized language (link)[permanent dead link]
  7. "ଦୈତାରୀଙ୍କ ଦକ୍ଷତା". ସମାଜ (ରବିବାର) (in Odia). 26 August 2018. Archived from the original on 1 September 2018. Retrieved 1 September 2018.{{cite news}}: CS1 maint: unrecognized language (link)

ଅଧିକ ତଥ୍ୟ ସମ୍ପାଦନା