ଦେବୀ ନଦୀ
ଦେବୀ ନଦୀ କେଦ୍ର-ପୂର୍ବ ଭାରତୀୟ ରାଜ୍ୟ ସମୂହ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟ ଦେଇ ପ୍ରବାହିତ ମୁଖ୍ୟ ନଦୀ ମହାନଦୀର ଏକ ମୁଖ୍ୟ ଉପନଦୀ । ଏହା ଓଡ଼ିଶାର ଜଗତସିଂହପୁର ଓ ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପତିତ ହୋଇଛି ।
ଦେବୀ ନଦୀ | |
---|---|
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା, ଛତିଶଗଡ଼ |
ଜିଲ୍ଲା | ଜଗତସିଂହପୁର, ପୁରୀ |
ଗତିପଥ
ସମ୍ପାଦନାଏହି ନଦୀ ମହାନଦୀର ଉପନଦୀ ଜଳ ସମୂହର ଚୁଡାନ୍ତ ପର୍ଯ୍ୟାୟରେ ରହିଛି । [୧]ପ୍ରଥମେ କାଠଯୋଡ଼ି କୁହା ଯାଉଥିବା ଏହି ନଦୀ କଟକଠାରେ ମହାନଦୀରୁ ବିଚ୍ଛିନ୍ନ ହେଇ ଆଳିପିଙ୍ଗଳ, ମାଛଗାଁ ଓ ନୂଆଗାଁ ଦେଇ ପୁରୀ ଜିଲ୍ଲାର ଅସ୍ତରଙ୍ଗ କଣାସ ବ୍ଲକ ଦେଇ ପ୍ରବାହିତ ହୁଏ ।[୨] ଏହା ବଙ୍ଗୋପସାଗରରେ କଟକ ଓ ପୁରୀ ଜିଲ୍ଲାର ସୀମା ନିକଟରେ ମହାନଦୀର ମୁହାଁ ନିକଟରେ ୭୦ କିଲୋମିଟର ଦୂରରେ ପତିତ ହୁଏ । [୩] ନଦୀର ମୁହାଣ ଘଞ୍ଚ ଅରଣ୍ୟରେ ପରିପୂର୍ଣ ଓ ଜନବସତି ଶୂନ୍ୟ ।[୪]
ନୌଚାଳନ
ସମ୍ପାଦନାଏହି ନଦୀ ମାଛଗାଁ ଯାଏଁ ସୁନବ୍ୟା । ଜୁଆର ଜଳ ଏଥିରେ ପ୍ରବେଶ କରେ, ମାତ୍ର ବହୁ ପରିମାଣରେ ବାଲୁକା ଯୋଗୁଁ ଏହା ମଧ୍ୟକୁ ବଡ଼ ଜାହାଜ ଆସି ପାରେ ନାହିଁ । ୧୯୮୮ରେ ଏଠାରେ ନୌକା ଦୁର୍ଘଟଣାରେ ଦୁଇଜଣ ନାବିକ ପ୍ରାଣ ହରେଇଥିଲେ ।[୫]
କଚ୍ଛପ ଜନ୍ମସ୍ଥାନ
ସମ୍ପାଦନାଏହି ନଦୀ ମୁହାଣ ନିକଟରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଅଲିଭ ରିଡ଼ଲେ ପ୍ରଜାତିର କଚ୍ଛପ ସମୁଦ୍ରରୁ ଆସି ନଦୀ ଶଯ୍ୟାରେ ବାଲୁକାରେ ଅଣ୍ଡା ଦେଇଥାନ୍ତି ।[୬] ପ୍ରାୟ ବର୍ଷକୁ ଶୀତ କାଳରେ ୮ ଲକ୍ଷ କଚ୍ଛପ ଆସୁଥିବାର ଗଣନା କରାଯାଇଛି । କିନ୍ତୁ ବର୍ତ୍ତମାନ ବହୁଳ ମୋଟର ବୋଟଦ୍ୱାରା ମୁହାଣ ଅଞ୍ଚଳରେ ମାଛ ଧରା ପାଇଁ ଏମାନଙ୍କ ସଂଖ୍ୟା କମି ଯାଉଥିବାର ଲକ୍ଷ୍ୟ କରାଯାଉଛି ।[୭][୮] ଏହାକୁ କଚ୍ଛପ ଅଭୟାରଣ୍ୟ ଘୋଷଣା କରାଯିବାକୁ ସ୍ଥାନୀୟ ଲୋକ ବିରୋଧ କରନ୍ତି । [୯]
ଆଧାର
ସମ୍ପାଦନା- ↑ A History of British India By William Wilson Hunter, Paul Ernest Roberts
- ↑ Orissa flood Sitrep
- ↑ Manmohan Mohanti. "Mahanadi River Delta, East Coast Of India : An Overview On Evolution And Dynamic Processes" (PDF). Dept. of Geology, Utkal University, Bhubaneswar. Archived from the original (PDF) on 2005-10-29. Retrieved 2016-12-04.
- ↑ Bay of Bengal pilot. p. 144.
{{cite book}}
: Cite uses deprecated parameter|authors=
(help) - ↑ Land and people of Indian states and union territories in 36 volumes Volume
- ↑ A study on industrial growth along coast line of Orissa and its undesirable effect on environment using GIS - an Olive Ridley (sea turtle) perspective
- ↑ "Nesting of Olive Ridleys unlikely along Orissa coast". Archived from the original on 2012-11-04. Retrieved 2016-12-04.
- ↑ Hundreds of dead turtles litter Orissa beach[permanent dead link]
- ↑ Indian Affairs Annual 2005 By Mahendra Gaur