ଦେବାଶିଷ ପାତ୍ର (ଲେଖକ)

ଓଡ଼ିଆ ସାହିତ୍ୟିକ

ଦେବାଶିଷ ପାତ୍ର (ଜନ୍ମ: ୨୦ ସେପ୍ଟେମ୍ବର ୧୯୭୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ, ଅଧ୍ୟାପକ ତଥା ଲେଖକ । ସେ ୨୦୧୭ ମସିହାରେ ଢୋଲ ଓ ଅନ୍ୟାନ୍ୟ ଗଳ୍ପ ପାଇଁ କଳିଙ୍ଗ ପୁସ୍ତକମେଳା ପୁରସ୍କାର ପାଇଥିଲେ ।

ଦେବାଶିଷ ପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1970-09-20) ୨୦ ସେପ୍ଟେମ୍ବର ୧୯୭୦ (ବୟସ ୫୪)
ଭୋଗରାଇ, ବାଲେଶ୍ୱର
ବୃତ୍ତିଅଧ୍ୟାପକ,କଥାକାର ଏବଂ ଗବେଷକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡିଆ ସାହିତ୍ୟର ବିକାଶଧାରା ଓ ବାଲେଶ୍ବର ‐ ୨୦୧୬

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଦେବାଶିଷ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଠାରେ ୧୯୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଓ ଶିକ୍ଷାରେ ସ୍ନାତକୋତ୍ତର, ଏମ୍.ଫିଲ୍, ପିଏଚ୍.ଡି., ଡି.ଲିଟ୍. ଉପାଧି ପ୍ରାପ୍ତ ଦେବାଶିଷ ବୃତ୍ତିରେ ଜଣେ ଅଧ୍ୟାପକ । ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ସେ ଓଡିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ସାହିତ୍ୟର ବହୁ ବିଭାଗରେ ତାଙ୍କର ସଫଳ ପ୍ରବେଶ । ଆଦିବାସୀ ଜନଜୀବନର ସେ ଜଣେ ଯଥାର୍ଥ ରୂପକାର । ସେ ସଂପର୍କରେ ସେ ଅନେକ ଗ୍ରନ୍ଥ ପ୍ରଣୟନ କରିଛନ୍ତି । ଦୀର୍ଘଦିନ ଧରି ବିଭିନ୍ନ ଜନଜାତି ଉପରେ ଗବେଷଣା କରି ସେ ଯେଉଁ ଅଭିଜ୍ଞତା ଅର୍ଜନ କରିଛନ୍ତି ତାହା ତାଙ୍କ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ମାଧ୍ୟମରେ ପ୍ରତିଫଳିତ । ଅଧ୍ୟାପନା ବୃତ୍ତିରେ ବ୍ରତୀ ଦେବାଶିଷଙ୍କ ଅନେକ ପୁସ୍ତକ ପ୍ରକାଶ ପାଇଛି ।[][]

ରଚନାବଳୀ

ସମ୍ପାଦନା
  • ଖୋଲା ଆକାଶ ତଳେ
  • ଏବଂ ଜହ୍ନରାତି
  • ଖୋଲା ଆକାଶ ତଳେ
  • ଶବ୍ଦ ସଂଗମ
  • ସନାତନର ଦେଶ
  • ଢୋଲ ଓ ଅନ୍ୟାନ୍ୟ ଗଳ୍ପ
  • ଜହ୍ନ ବଗିଚା (ସଂପାଦନା)

ପ୍ରବନ୍ଧ ଓ ଆଲୋଚନା

ସମ୍ପାଦନା
  • ମାଲକାନଗିରି ପରିଚୟ
  • ମାଲକାନଗିରି ଶବ୍ଦାବଳୀ
  • ଓଡିଆ ସାହିତ୍ୟର ବିକାଶଧାରା ଓ ବାଲେଶ୍ବର
  • ମୁଦୁଲିପଡାର ଲୋକେ
  • କିଛି କଥା କିଛି ବ୍ୟଥା
  • ତପୋବନର ଓଁକାର
  • ଭାଷଣତତ୍ତ୍ୱ
  • ମନନର ମୁଖଶାଳା
  • କବି କବିତା ନିଃସଙ୍ଗତା
  • ସାହିତ୍ୟ ଚୟନିକା
  • ଆଧୁନିକ ଉତ୍ତର ଆଧୁନିକ
  • ସାହିତ୍ୟ ସ୍ରୋତସ୍ବିନୀ
  • ଆଧ୍ୟାତ୍ମିକତା ଓ କବି ବୈକୁଣ୍ଠନାଥ
  • ଡଙ୍ଗର ଯେଉଁଠି କଥା କୁହେ
  • ଜନଜାତି ସାଂସ୍କୃତିକ ପରିଭାଷା
  • ଦକ୍ଷିଣାଞ୍ଚଳୀୟ ଓଡିଆ ଜନଜାତି ସଂସ୍କୃତି ଓ ସାହିତ୍ୟ
  • ଓଡିଶାର ଜନଜାତି: ଏକ ସାଂସ୍କୃତିକ ଅଧ୍ୟୟନ
  • ଗଳ୍ପ ଗାଳ୍ପିକ ଗଳ୍ପାୟନ
  • ରେଣ୍ତୋ: ବଣ୍ତା ଜୀବନ ଓ ସଂସ୍କୃତି
  • ଜନଜାତି ଲୋକଧାରା ଓ ବିବିଧ ପ୍ରସଙ୍ଗ

ଇଂରାଜୀ

ସମ୍ପାଦନା
  • The Village of Mahua Flowers

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  1. https://fmuniversity.nic.in/facultyalldetails?faculty_id=61
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୩୫. ISBN 81-7400-331-2.
  3. https://www.kalingabookfair.com/