ଦେବଦତ୍ତ ପଟ୍ଟନାୟକ
ଦେବଦତ୍ତ ପଟ୍ଟନାୟକ(୧୧ ଡିସେମ୍ବର ୧୯୭୦ରେ ଜନ୍ମିତ) ଜଣେ ଡାକ୍ତର, ନେତୃତ୍ୱ ପରାମର୍ଶଦାତା ଓ ଲେଖକ । ତାଙ୍କର ରଚନାବଳୀ ମୁଖ୍ୟତଃ ପୁରାଣ, କିମ୍ବଦନ୍ତୀ ଓ ମ୍ୟାନେଜମେଣ୍ଟ ପୃଷ୍ଟଭୂମୀ ଉପରେ ପର୍ଯ୍ୟବସିତ । [୧][୨]ସେ ଭାରତର ସର୍ବବୃହତ ରିଟେଲ କମ୍ପାନୀ "ଫ୍ୟୁଚର ଗ୍ରୁପ"ର ଚିଫ୍ ବିଲିଫ୍ ଅଫିସର ଭାବରେ କାର୍ଯ୍ୟ କରିଛନ୍ତି ।[୩][୪] "ମିଡ଼ ଡେ" ଖବରକାଗଜରେ ସେ ଜଣେ ନିୟମିତ ସ୍ଥମ୍ଭକାର ।[୫]
ଦେବଦତ୍ତ ପଟ୍ଟନାୟକ | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୧୧ ଡିସେମ୍ବର ୧୯୭୦
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ନେତୃତ୍ୱ ପରାମର୍ଶଦାତା ଓ ଲେଖକ |
ପିତାମାତା | ପ୍ରଫୁଲ୍ଲ କୁମାର ପଟ୍ଟନାୟକ (ପିତା) ସାବିତ୍ରୀ ପଟ୍ଟନାୟକ (ଦାସ) (ମାତା) |
ୱେବସାଇଟ | www.http://devdutt.com/ |
ଦସ୍ତଖତ | |
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନାଦେବଦତ୍ତ ମୁମ୍ବାଇରେ ଜନ୍ମିତ ଜଣେଓଡ଼ିଆ । ମୁମ୍ବାଇର ଚେମ୍ବୁରଠାରେ ତାଙ୍କ ବାଲ୍ୟଜୀବନ ବ୍ୟତିତ ହୋଇଛି[୫] ସେ ମୁମ୍ବାଇର "ଗ୍ରାଣ୍ଟ ମେଡିକାଲ କଲେଜ"ରୁ ଏମ.ବି.ବି.ଏସ କରି ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କମ୍ପେୟାରିଟିଭ୍ ମ୍ୟାଇଥୋଲୋଜିରେ ଅଧିକ ଜ୍ଞାନଲାଭ କରିଛନ୍ତି । ଦେବଦତ୍ତ ଜଣେ ଐତିହାସିକ ବା ପୁରାତତ୍ନବିତ ନୁହନ୍ତି । ତାଙ୍କ ଲେଖାଗୁଡିକ ତଥ୍ୟ ଉପରେ ପର୍ଯ୍ୟବସିତ ନହୋଇ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ହୋଇଥାଏ । [୬]
ବୃତ୍ତିଗତ ଜୀବନ
ସମ୍ପାଦନାଦେବଦତ୍ତ ସାନୋଫି ଆଭେନଟିସ୍ ଓ ଆପୋଲୋ ଗ୍ରୁପ ଭଳି ଫାର୍ମା ଓ ସ୍ୱାସ୍ଥ୍ୟସେବା ଉଦ୍ୟୋଗରେ ୧୪ବର୍ଷ କାର୍ଯ୍ୟ କରିଛନ୍ତି । [୭] ଏହି ସମୟରେ ସେ ନିଜ ଖାଲି ସମୟ ପୌରାଣିକ ବିଷୟବସ୍ତୁକୁ ଆଧାର କରି ପ୍ରବନ୍ଧ ଓ ପୁସ୍ତକ ଲେଖୁଥିଲେ । କ୍ରମେ ଏହା ତାଙ୍କର ବୃତ୍ତି ହୋଇଯାଇଥିଲା । ସେ ୟର୍ଣଷ୍ଟ ଓ ୟଙ୍ଗ ସଂସ୍ଥାରେ ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ରଥମ ପୁସ୍ତକ "ଶିବା : ଆନ ଇଣ୍ଟ୍ରଡକ୍ସନ" ୧୯୯୭ ମସିହାରେ ପ୍ରକାଶିତ ହୋଇଥିଲା । [୮] ନିଜର ସମସ୍ତ ପୁସ୍ତକର ବାଖ୍ୟା ଦେବଦତ୍ତ ନିଜେ କରନ୍ତି । [୯]
୨୦୦୯ ମସିହାରେ ଭାରତରେ ଅନୁଷ୍ଠିତ ପ୍ରଥମ ଟେଡ଼ ସମ୍ମେଳନରେ ଦେବଦତ୍ତ ଜଣେ ବକ୍ତା ଥିଲେ । [୧୦][୧୧] ୨୦୧୦ ଅଗଷ୍ଟ ମାସରେ ସେ କଲମ୍ବିଆରେ "ସବଜେକ୍ଟିଭ ବାର୍ଲଡ ଓ ମ୍ୟାଇଥୋଲୋଜି ଅଫ ଆଇଡେଣ୍ଟିଟି" ଉପରେ ନିଜର ସଂଦର୍ଭ ପ୍ରସ୍ତୁତ କରିଥିଲେ । ସି.ଏନ୍,ବି.ସି ଟିଭି ଚ୍ୟାନେଲରେ ସେ ମେନକା ଦୋଷୀଙ୍କ ସହ "ବିଜିନେସ ସୂତ୍ର" ନାମକ ଏକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ଏହି କାର୍ଯ୍ୟକ୍ରମରେ ସେ ରାମାୟଣ ଓ ମହାଭାରତରୁ ଆଜିର ମ୍ୟାନେଜମେଣ୍ଟ ଶିକ୍ଷାର ଅବତାରଣା କରୁଥିଲେ । ସେ ଷ୍ଟାର ଟିଭି ଓ ଏପିକ ଟିଭି ଏବଂ ରିଲାଏନସ ଉଦ୍ୟୋଗ ପାଇଁ ଜଣେ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । [୧୨]
ବ୍ୟକ୍ତିଗତ ଜୀବନ
ସମ୍ପାଦନାଦେବଦତ୍ତ ବର୍ତ୍ତମାନ ମୁମ୍ବାଇଠାରେ ରହନ୍ତି ।
ସାହିତ୍ୟକୃତ୍ତି
ସମ୍ପାଦନା- Shiva: an introduction. Vakils, Feffer and Simons Ltd., 1997.
- Vishnu: an introduction. Vakils, Feffer and Simons, 1999. ISBN 81-87111-12-7.
- Devi, the Mother-Goddess: an introduction. Vakils, Feffer, and Simons Ltd., 2000. ISBN 81-87111-45-3.
- The Goddess in India: the five faces of the eternal feminine. Inner Traditions / Bear & Company, 2000. ISBN 0-89281-807-7.
- Hanuman: an introduction. Vakils, Feffer and Simons, 2001. ISBN 81-87111-47-X.
- The Man Who Was A Woman and other queer tales of Hindu lore. Routledge, 2002. ISBN 1-56023-181-5.
- Vināyaka: the first god. Shakti Art and Culture Foundation. 2002.
- Indian mythology: tales, symbols, and rituals from the heart of the Subcontinent. Inner Traditions / Bear & Company, 2003. ISBN 0-89281-870-0.
- Lakshmi, the goddess of wealth and fortune: an introduction. Vakils, Feffer and Simons, 2003. ISBN 81-87111-58-5
- Book of Kali. with Seema Mohanty. Penguin Books India, 2004.
- Myth=Mithya: A Handbook of Hindu Mythology. Penguin, India. 2006. ISBN 978-0-14-309970-3.
- Shiva to Shankara: decoding the phallic symbol. Indus Source, India. 2006. ISBN 81-88569-04-6.
- The Pregnant King, Penguin Books, 2008 ISBN 978-1-4306-3472-0
- The Book of Ram. Penguin Group, 2009. ISBN 0-14-306528-9.
- 7 Secrets From Hindu Calendar Art. Westland India, 2009. ISBN 81-89975-67-6.
- Hanuman's Ramayan. Tulika Publishers, 2010. ISBN 81-8146-752-3.
- Jaya: An Illustrated Retelling of the Mahabharata, Penguin Books, 2010 ISBN 978-0-14-310425-4.
- Business Sutra : A Very Indian Approach to Management, Aleph Book Company, 2013 ISBN 978-81-92328-07-2.
- Sita: An Illustrated Retelling of the Ramayana, Penguin Books, 2013 ISBN 978-0-14-306432-9.
- 7 secrets of the Goddess, Westland ltd., 2014 ISBN 978-93-84030-58-2.
ଆଧାର
ସମ୍ପାଦନା- ↑ "Author Lounge: Devdutt Pattanaik". Penguin India.
- ↑ "Being aware of violence". MiD DAY. 17 October 2010.
- ↑ "Future Group". Archived from the original on 2015-06-28. Retrieved 2015-06-09.
- ↑ "Mythic Past, Resonating in the Present". New York Times. 4 July 2010.
- ↑ ୫.୦ ୫.୧ "The mythologist". Mint. 16 September 2010.
- ↑ "Teaching Old Heads New Tricks". Financial Express. 25 May 2003.
- ↑ "ଆର୍କାଇଭ୍ କପି". Archived from the original on 2015-02-09. Retrieved 2015-06-09.
{{cite web}}
: Cite has empty unknown parameter:|1=
(help) - ↑ http://books.google.co.in/books/about/Shiva.html?id=LGbXAAAAMAAJ
- ↑ "Demystifying mythology: A conversation with Devdutt Pattanaik". The Hindu. 24 April 2009. Archived from the original on 29 April 2009. Retrieved 9 June 2015.
- ↑ "Great response to first TED meet in India". The Hindu. 1 November 2009. Archived from the original on 5 November 2009. Retrieved 9 June 2015.
- ↑ speaker at TEDIndia 2009.
- ↑ http://www.indiantelevision.com/mam/marketing/an-eclectic-set-of-speakers-announced-for-goafest-2014-140402