ଦୀପ୍ ଗ୍ରେସ୍ ଏକ୍କା

ଭାରତୀୟ ହକି ଖେଳାଳୀ

ଦୀପ୍ ଗ୍ରେସ୍ ଏକ୍କା (ଜନ୍ମ ଜୁନ୍ ୩, ୧୯୯୪) ଅର୍ଜୁନ ପୁରସ୍କାର ସମ୍ମାନିତ ଜଣେ ଭାରତୀୟ ମହିଳା ଫିଲ୍ଡ ହକି ଖେଳାଳୀ ।[୧] ସେ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କର ବ୍ଲକ୍‌ର ଲୁଲକିଡିହି ଗ୍ରାମର । ତାଙ୍କ ବାପାଙ୍କ ନାମ ଚାର୍ଲ୍‌ସ ଏକ୍କା ଓ ମା'ଙ୍କ ନାମ ଜୟମଣି ଏକ୍କା ।[୨] ସେ ପ୍ରଥମେ ତେଜ୍ କୁମାର ଜେସ୍ (୨୦୦୫-୦୬)ଙ୍କଠାରୁ ପ୍ରଶିକ୍ଷଣ ନେଉଥଲେ, କିନ୍ତୁ ପରେ ୨୦୦୭ରେ ସେ ସାଇ-ସାଗ୍‌ରେ ଯୋଗ ଦେଇଥିଲେ ଓ ଲୁସେଲା ଏକ୍କା ଓ ସରୋଜ ମହାନ୍ତି ।[୩]ଙ୍କଠାରୁ ପ୍ରଶିକ୍ଷଣ ନେଉଥିଲେ ।[୪]

ଦୀପ୍ ଗ୍ରେସ୍ ଏକ୍କା
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (1994-06-03) ୩ ଜୁନ ୧୯୯୪ (ବୟସ ୨୯)
ଓଡ଼ିଶା, ଭାରତ
Sport
ଦେଶଭାରତ
କ୍ରୀଡ଼ାଫିଲ୍ଡ ହକି
Clubସାଇ-ସାଗ ସେଣ୍ଟର, ସୁନ୍ଦରଗଡ, ଓଡ଼ିଶା, ରେଳବାଇ
Medal record
Asian Cup
Gold 2017 Gifu

ସଫଳତା ସମ୍ପାଦନା

ସେ ୧୦୬ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୩ଟି ଆନ୍ତର୍ଜାତୀୟ ଗୋଲ୍ ଦେଇଛନ୍ତି ।[୫]

ଆନ୍ତର୍ଜାତୀୟ ସମ୍ପାଦନା

  • ୨୦୧୧ ମସିହାରେ ସେ ଆର୍ଜେଣ୍ଟିନାରେ ଅନିଷ୍ଠିତ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ, ଯେଉଁଥିରେ ଭାରତ କାଂସ୍ୟ ପଦକ ଜିତିଥିଲା ।[୬]
  • ୨୦୧୧ରେ ବ୍ୟାଙ୍ଗକ‌କ୍, ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ଅଠର ବର୍ଷରୁ କମ୍ ବାଳିକା ଏସୀୟ କପ୍ ହକି ପ୍ରତିଯୋଗିତାରେ ଭାରତ କାଂସ୍ୟ ପଦକ ଜିତିଥିଲେ ।[୭]
  • ୨୦୧୩, ଫେବୃଆରୀ ୧୮ରୁ ୨୪ରେ ନୂଆ ଦିଲ୍ଲୀଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ୱାର୍ଲଡ ଲିଗ୍ (୨ୟ ରାଉଣ୍ଡ)ରେ ଭାରତୀୟ ସିନିୟର ମହିଳା ଦଳରେ ଥିଲେ ।[୮]
  • ଜୁଲାଇ ୪ ୨୦୧୩ରେ ମୋଞ୍ଚେଗ୍‌ଲାଦବାଚ୍‌ ଜର୍ମାନୀରେ ଅନୁଷ୍ଠିତ କନିଷ୍ଠ ମହିଳା ହକି ବିଶ୍ୱକପ୍‌ରେ ଭାଗ ନେଇ କାଂସ୍ୟ ପଦକ ଜିତିବା ସ‌ହ ଇତିହାସ ସୃଷ୍ଟି କରିଥିଲେ ।[୯]
  • ୨୦୧୩ରେ ଅନୁଷ୍ଠିତ ମହିଳା ଏସୀୟ ହକି ପ୍ରତିଯୋଗିତାରେ କାଂସ୍ୟ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥଲେ ।[୧୦]
  • ୨୦୧୩ରେ ଅନୁଷ୍ଠିତ ମହିଳା ଏସୀୟ ଚାମ୍ପିଅନ୍‌ସ ପ୍ରତିଯୋଗିତାରେ ରୌପ୍ୟ ଜିତିଥିବା ସିନିୟର ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୧]
  • ଜୁନ୍ ୯- ୧୭, ୨୦୧୪ରେ ମାଲେସିଆର କୁଆଲାମ୍ପୁରରେ ଅନୁଷ୍ଠିତ ମହିଳା ହକି ଟେଷ୍ଟ ସିରିଜ୍‌ରେ ମାଲେସିଆକୁ ୬-୦ରେ ହରାଇଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୨]
  • ଜୁଲାଇ ୨୩- ଅଗଷ୍ଟ ୩, ୨୦୧୪ରେ ଗ୍ଲସ୍‌ଗୋରେ ଅନୁଷ୍ଠିତ ବିଂଶତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ଦଳରେ ସେ ସଦସ୍ୟ ଥିଲେ ।[୧୩]
  • ଅକ୍ଟୋବର ୧, ୨୦୧୪ରେ ଇଞ୍ଚିଅନ୍ (ଦକ୍ଷିଣ କୋରିଆ)ରେ ଅନୁଷ୍ଠିତ ୧୭ତମ ଏସୀୟ କ୍ରୀଡାରେ କାଂସ୍ୟ ପକ ଜିତିଥିବା ଭାରତୀୟ ମହିଳା ହକି ଦଳର ସେ ସଦସ୍ୟ ଥିଲେ ।[୧୪]
  • ଅପ୍ରେଲ୍ ୧୧-୧୯, ୨୦୧୫ରେ ନ୍ୟୁଇଲ୍ୟାଣ୍ଡର ହାଷ୍ଟିଙ୍ଗ୍‌ସଠାରେ ଅନୁଷ୍ଠିତ ହକ୍‌ସ ବେ କପ୍ ପ୍ରତିଯୋଗିତାରେ ସପ୍ତମ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
  • ୨୦୧୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏଫ୍ଆଇଏଚ୍ ବିଶ୍ୱ ଲିଗ୍ ରୌଣ୍ଡ ୨ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୫][୧୬]
  • ଅପ୍ରେଲ୍ ୨- ୧୦, ୨୦୧୬ରେ ନ୍ୟୁଜିଲ୍ୟାଣ୍ଡର ହାଷ୍ଟିଙ୍ଗ୍‌ସଠାରେ ଅନୁଷ୍ଠିତ ହକ୍‌ସ ବେ କପ୍ ମହିଳା ହକି ଉତ୍ସବରେ ଷଷ୍ଠ ସ୍ଥାନରେ ଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।[୧୭]
  • ଜୁନ୍ ୩, ୨୦୧୬ରେ ଅଷ୍ଟ୍ରେଲିଆର ଡାର‌ୱିନ୍‌ରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ନିଜର ୨୨ତମ ଜନ୍ମ ଦିବସରେ ଭାରତର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ୧୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।[୧୮]
  • ସେ ବ୍ରାଜିଲରେ ଅନୁଷ୍ଠିତ ରିଓ ଅଲିମ୍ପିକ୍‌ସ ୨୦୧୬ ପାଇଁ ମନୋନୀତ ହୋଇଥିଲେ ।[୧୯]
  • ସେ ଭାରତୀୟ ମହିଳା ହକି ଦଳର ଉପ-ଅଧିନାୟିକା ଭାବରେ ମାଲେସିଆ ଗସ୍ତ କରିଥିଲେ ।[୨୦]

ଜାତୀୟ ସମ୍ପାଦନା

  • ୨୦୦୯ରେ ଜାତୀୟ ବିଦ୍ୟାଳୟ ସ୍ତରୀୟ (୧୭ ବର୍ଷରୁ କମ୍) ହକି ପ୍ରତିଯୋଗିତା ଜିତିଥିବା ଓଡ଼ିଶା ଦଳର ସଦସ୍ୟ ଥିଲେ ।
  • ୨୦୧୦ରେ ଭୋପାଳଠାରେ ଅନୁଷ୍ଠିତ ମହିଳା ଜାତୀୟ କ୍ରୀଡା ଉତ୍ସବରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଅ ଓଡ଼ିଶା ଦଳର ସଦସ୍ୟ ଥିଲେ ।
  • ୨୦୧୧ରେ ସୋନପାଟରେ ଅନୁଷ୍ଠିତ ପ୍ରଥମ ହକି ଇଣ୍ଡିଆ ସିନିୟର ଜାତୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶା ଦଳର ସଦସ୍ୟ ଥିଲେ ।
  • ୨୦୧୧ରେ ଝାଡଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ୩୪ମ ଜାତୀୟ କ୍ରୀଡାରେ ସେ ଓଡ଼ିଶା ଦଳର ସଦସ୍ୟ ଥିଲେ ।
  • ଡିସେମ୍ବର ୨୭ରୁ ଫେବୃଆରୀ ୧୫, ୨୦୧୧ରେ ନୂଆ ଦିଲ୍ଲୀର ମେଜର୍ ଧ୍ୟାନ୍ ଚାନ୍ଦ୍ ଜାତୀୟ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ସିନିୟର ଜାତୀୟ ମହିଳା ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ସେ ହକି ଇଣ୍ଡିଆ ତରଫରୁ ବଛାଯାଇଥିଲେ ।[୨୧]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୨୦୨୨ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।[୨୨]

ଅନ୍ୟ ସୂଚନା ସମ୍ପାଦନା

  • ଜୁକାଇ ୨୬, ୨୦୧୬ରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରିଓ ଅଲିମ୍ପିକ୍ସ୍‌ରେ ଭାଗ ନେବା ପାଇଁ ୧୦ ଲକ୍ଷ ଟଙ୍କା ସାହାଯ୍ୟ ଦେବାକୁ ଓଡ଼ିଶା ଖଣି ନିଗମକୁ ନିର୍ଦ୍ଦେଶ ଦେଇଥିଲେ ।
  • ୧୦ ଅକ୍ଟୋବର ୨୦୧୪ରେ ଇଞ୍ଚିଅନ୍‌ରେ ଅନୁଷ୍ଠିତ ୧୭ତମ ଏସୀୟ କ୍ରୀଡାରେ ମହିଳା ବିଭାଗରେ ବ୍ରୋଞ୍ଜ୍ ଇତିଥିବା ହେତୁ ଓଡ଼ିଶା ସରକାର ୭୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
  • ଅକ୍ଟୋବର ୨, ୨୦୧୪ରେ ଓଡ଼ିଶା କ୍ରିକେଟ୍ ସଂଘ, ୧୭ତମ ଏସୀୟ କ୍ରୀଡାରେ ସଫଳତା ପାଇଁ ୧୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
  • ଅଗଷ୍ଟ ୧୧, ୨୦୧୪ରେ, ଜର୍ମାନୀରେ ଅନୁଷ୍ଠିତ ୨୦୧୩ କନିଷ୍ଠ ମହିଳା ହକି ବିଶ୍ୱ କପ୍‌ରେ କାଂସ୍ୟ ପଦକ ଜିତିଥିବା ହେତୁ ମହାନ‌ଦୀ କୋଲ୍‌ଫିଲ୍ଡ ଲିମିଟେଡ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।[୨୩]

ଆଧାର ସମ୍ପାଦନା

  1. "Four Odisha players part of Olympic-bound women's hockey squad". timesofindia.indiatimes.com. Retrieved 30 July 2016.
  2. "PERSONALITIES". Orisports.com. Retrieved 30 July 2016.
  3. "Senior Women Core Probables". hockeyindia.org. Archived from the original on 22 January 2019. Retrieved 29 July 2016.
  4. "Hockey cradle celebrates Rio entry". newindianexpress.com. Archived from the original on 16 August 2016. Retrieved 30 July 2016.
  5. "Senior Women Core Probables". hockeyindia.org. Archived from the original on 22 January 2019. Retrieved 29 July 2016.
  6. "Indian Women Finish 3rd In Argentina 4-Nation Tournaments". bharatiyahockey.org. Retrieved 30 July 2016.
  7. "Poonam to captain girls hockey team in U-18 Asia Cup". timesofindia.indiatimes.com. Retrieved 30 July 2016.
  8. "Ritu Rani to Lead Indian Women's Team at World Hockey League Round 2 in Delhi". thefansofhockey.com. Retrieved 30 July 2016.
  9. "Indian Junior Women Team Announced For FIH Hockey Junior World Cup Women 2013". hockeyindia.org. Retrieved 30 July 2016.
  10. "8th Women's Hockey Asia Cup". hockeyindia.org. Archived from the original on 8 August 2016. Retrieved 30 July 2016.
  11. "3rd Women's Asian Champions Trophy 2013". hockeyindia.org. Archived from the original on 8 August 2016. Retrieved 30 July 2016.
  12. "Indian Women's Hockey Team Blank Malaysia 6-0 In 6-Test Series". bharatiyahockey.org. Retrieved 30 July 2016.
  13. "CWG 2014: Full List Of India's 215 Athletes For Glasgow". oneindia.com. Retrieved 11 August 2016.
  14. "Indian Players at Incheon Asian games 2014". sports.mapsofindia.com. Retrieved 30 July 2016.
  15. "Indian Women Hockey Team Announced For The Upcoming FIH World League Round 2". hockeyindia.org. Retrieved 11 August 2016.
  16. "India Beats Poland 3-1 To Win The Hero FIH Hockey World League Round 2 (Women), Delhi 2015". hockeyindia.org. Retrieved 11 August 2016.
  17. "PERSONALITIES". Orisports.com. Retrieved 30 July 2016.
  18. "Deep Grace Ekka Completes 100 International Caps For India". hockeyindia.org. Retrieved 30 July 2016.
  19. "Rio Olympics 2016: Four Odisha players part of women's hockey squad". sportskeeda.com. Retrieved 30 July 2016.
  20. Dharitri. "ସବିତାଙ୍କୁ ନେତୃତ୍ୱ; ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ". Dharitri.com (in ଇଂରାଜୀ). Retrieved 2019-03-27.
  21. "PERSONALITIES". Orisports.com. Retrieved 29 July 2016.
  22. Dharitri; Panda, Abhayananda (2022-11-15). "ଦୀପ୍‌ଗ୍ରେସ୍‌ଙ୍କୁ ଅର୍ଜୁନ ପୁରସ୍କାର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2022-11-15.
  23. "PERSONALITIES". Orisports.com. Retrieved 29 July 2016.