ଦୀପା ଶାହୀ
ଦୀପା ଶାହୀ , ଜଣେ ଭାରତୀୟ ଅଭିନେତ୍ରୀ ଓ ଫିଲ୍ମ ପ୍ରସ୍ତୁତକାରୀ। ୧୯୯୨ ମସିହାରେ ନିର୍ମିତ ହିନ୍ଦୀ ଫିଲ୍ମ " ମାୟା ମେମସାହେବ " ଫିଲ୍ମରେ ସେ ଅଭିନେତା ସାହରୁଖ ଖାନଙ୍କ ସହ ଅବିନୟ କରିଥିଲେ । ସେ ୨୦୧୧ ମସିହାରେ " ତେରେ ମୀରେ ଫେରେ " ନାମକ ହିନ୍ଦୀ ଫିଲ୍ମରେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ । .[୧]
ଦୀପା ଶାହୀ | |
---|---|
ଜନ୍ମ | Dehradun, India | ୩୦ ନଭେମ୍ବର ୧୯୬୨
ବୃତ୍ତି(ସମୂହ) | Film actress, Producer, director, script and story writer |
ସକ୍ରିୟ ବର୍ଷ | 1984–present |
ବୈବାହିକ-ସାଥୀ | Ketan Mehta |
ବ୍ୟକ୍ତିଗତ ଜୀବନୀ
ସମ୍ପାଦନାଦୀପା ଦେହେରାଡୁନଠାରେ ଏକ ସୈନିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ମିରଟଠାରେ ବାଲ୍ୟକାଳ ବିଥେଇ ଥିଲେ । .[୨] ତାଙ୍କ ପରିବାର ପରେ କାନାଡାକୁ ଯାଇ ବସବାସ କରିଥିଲେ ମଧ୍ୟ ସେ ଭାରତରେ ରହିଥିଲେ । ତାଙ୍କର ଜଣେ ବଡ଼ ଭଉଣୀଙ୍କର ମାତ୍ର ୧୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୨] ଦୀପା ଇନ୍ଦ୍ରପ୍ରସ୍ଥ କଲେଜରେ ଶିକ୍ଷା ଲାଭ କରିଥିଲେ । [୩] ପରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରୁ ସ୍ୱର୍ଣ୍ଣ ପଦକ ସହ ସୋସିୟଲଗି ବିଷୟରେ ଡିଗ୍ରୀ କରିଥିଲେ । .[୪][୫] ଫିଲ୍ମ ନିର୍ଦ୍ଦେଶିକା ହେବା ପାଇଁ ସେ ଜାତୀୟ ସ୍କୁଲ ଅଫ ଡ୍ରାମାରେ ଯୋଗଦାନ କରିଥିଲେ । .[୬] ଏହି ସମୟରେ ସେ ଅଭିନୟ ପାଇଁ ଆମନ୍ତ୍ରଣ ପାଇ ଥିଲେ । ସେ କେତନ ମେହେଟାଙ୍କୁ ବିବାହ କରିଥିଲେ । .[୧] .[୪]
କାର୍ଯ୍ୟ କୃତି
ସମ୍ପାଦନାଫିଲ୍ମ କୁ ଆସିବା ଆଗରୁ ସେ ମଞ୍ଚ ନାଟକରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ୧୯୮୪ ମସିହାରେ ସେ ଗୋବିନ୍ଦ ନିହାଲାନିଙ୍କ ସହ " party"[୭] ନାମକ ଫିଲ୍ମ କରିଥିଲେ । ୧୯୮୫ ମସିହାରେ ସେ " ଆଘାତ " ନାମକ ଫିଲ୍ମ କରି ସଫଳତା ପାଇଥିଲେ । କିନ୍ତୁ ଅଭିନେତ୍ରୀ ଭାବରେ ତାଙ୍କର ଅଭିନୟ " ତାମସ " ନାମକ ଟେଲିଭିଜନ ସିନେମା , ଯେଉଁଥିରେ ସେ ଜଣେ ଦଳିତ ପଞ୍ଜାବୀ ମହିଳା ଭାବରେ ଅବିନୟ କରିଥିଲେ , ତାହା ଖୁବ ପ୍ରଭାବଶାଳୀ ହେଇଥିଲା ।
କେତନ ମେହେଟାଙ୍କୁ ବିଭାହ କଳା ପରେ ଦୀପା " ହିରୋ ହିରାଳାଳ " , " ମାୟା ମେମସାହେବ " ଆଦି ଫିଲ୍ମରେ ଅଭିନୟ କରିଥିଲେ । ସେହି ସମୟରେ ସେ ଫିଲ୍ମମାନଙ୍କ ଚିତ୍ରନାଟ୍ୟ ମଧ୍ୟ ଲେଖୁଥିଲେ । ୧୯୯୧ ମସିହାରେ ସେ " ହମ" ନାମରେ ଏବଂ " ଏକ ଡାକ୍ତର କି ମୌତ " ନାମରେ ଦୁଇଟି ଫିଲ୍ମ କରିଥିଲେ । " ଆର ୟା ପାର " ତାଙ୍କ ଅଭିନୀତ ଶେଷ ଫିଲ୍ମ ଥିଲା ।[୮] ୨୦୦୫ ମସିହାରେ ସେ ସ୍ୱାମୀଙ୍କ ସହ ଫିଲ୍ମ ପ୍ରଯୋଜନା କରିଥିଲେ ।
ପୁରସ୍କାର -
ସମ୍ପାଦନାଦୀପା ତାଙ୍କର ଫିଲ୍ମ " ହମ" ପାଇଁ ଫିଲ୍ମଫେୟାର ପୁରସ୍କାର ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ପାଇଥିଲେ । " ମାୟା ମେମସାହେବ " ପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା । [୮]
ଫିଲ୍ମୋଗ୍ରାଫି
ସମ୍ପାଦନା- Manjhi - The Mountain Man (2015)
- Tere Mere Phere (2011) (Director)
- Mangal Pandey: The Rising .... (producer)
- Daughters of This Century (2001)
- Aar Ya Paar (1997)
- Oh Darling! Yeh Hai India! (1995) (writer) (screenplay)
- Bhookamp (1993)
- Maya Memsaab (1992)
- Siyasat (1992)
- Hum (1991)
- Ek Doctor Ki Maut (1991)
- Trinetra (1991)
- Dushman (1990)
- Hero Hiralal (1988)
- Tamas (1986)
- Aghaat (1985)
- Party (1984)
ଆଧାର
ସମ୍ପାଦନା- ↑ ୧.୦ ୧.୧ "'Sense of humour is important in a marriage'". Hindustan Times. 2011-02-07. Archived from the original on 2014-12-16. Retrieved 2017-03-14.
- ↑ ୨.୦ ୨.୧ "Maya in control!". The Hindu. 2011-09-09.
- ↑ "DU has a lot on its ladies special platter". India Today. 2009-06-03.
- ↑ ୪.୦ ୪.୧ "Ketan Mehta: I must be the craziest man Deepa has met in her life". Times of India. 2014-10-28.
- ↑ "DEEPA SAHI". Whistler Film Festival. Archived from the original on 2015-12-22. Retrieved 2017-03-14.
- ↑ "I am too restless to be an actress: Deepa Sahi". Times of India. 2011-09-02.
- ↑ "I'm too restless to act: Actress-producer Deepa Sahi". Daily News and Analysis. 2011-09-28.
{{cite news}}
: More than one of|work=
and|newspaper=
specified (help) - ↑ ୮.୦ ୮.୧ "Rare sighting: Maya Memsaab Deepa Sahi". NDTV.
{{cite news}}
: More than one of|work=
and|newspaper=
specified (help)
ବାହାର ଲିଙ୍କ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପା ଶାହୀ