ଦୀନେଶ କୁମାର ଜଣେ ଓଡ଼ିଆ ସାଇକେଲଚାଳନା ଖେଳାଳି ।[୧] ସେ ପ୍ରଥମ ଓଡ଼ିଆ ସାଇକେଲଚାଳକ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିଲେ । ୨୦୨୩ ମସିହାରେ ଚୀନର ହାଙ୍ଗଝୌରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ମଧ୍ୟ ସେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ସେ ଦଳଗତ ଶୃଂଖଳ ପରସୁଇଟ ବିଭାଗରେ ଭାଗନେବେ । ୨୦୨୨ ଜାତୀୟ କ୍ରୀଡ଼ାରେ ସେ ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୨]

ଦୀନେଶ କୁମାର
ଜନ୍ମ
ଦୀନେଶ କୁମାର

(2000-01-30) ୩୦ ଜାନୁଆରୀ ୨୦୦୦ (ବୟସ ୨୪)
ଜାତୀୟତାଭାରତୀୟ
ପ୍ରସିଦ୍ଧିସାଇକେଲ ଚାଳନା
ପିତାମାତା(s)ମହେନ୍ଦ୍ର ପଟେଲ, ଶୋଭା ଦେବୀ

ଦୀନେଶ କୁମାର, ୨୦୧୪ ମସିହାରୁ ସାଇକେଲଚାଳନା ଆରମ୍ଭ କରିଥିଲେ । ସେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସାଇକ୍ଲିଂ ଟ୍ରାକରେ ଗୁରୁ ସୁଶୀଲ କୁମାରଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି । ସେ ରାଉରକେଲା ସହରର ବାସନ୍ତୀ କଲୋନୀରେ ରୁହନ୍ତି ।[୩]

ଆଧାର ସମ୍ପାଦନା

  1. "personalities". www.orisports.com. orisports.com. Archived from the original on 22 September 2023. Retrieved 22 September 2023.
  2. "National Games: Double-Gold For Odisha Cyclist Dinesh Kumar". www.odishabytes.com. odisha bytes. Archived from the original on 22 September 2023. Retrieved 22 September 2023.
  3. "ଦୀନେଶଙ୍କୁ ଏସୀୟ କ୍ରୀଡ଼ା ଟିକଟ୍: ଏସିଆଡ୍‌ରେ ପ୍ରଥମ ଓଡ଼ିଆ ସାଇକଲ୍‌ଚାଳକ ହେବାର ଗୌରବ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 22 September 2023. Retrieved 22 September 2023.