ଦୀନା ପାଠକ
ଦୀନା ପାଠକ (ବିବାହ ପୂର୍ବର ଶେଷନାମ ଗାନ୍ଧୀ; ୪ ମାର୍ଚ୍ଚ ୧୯୨୨ - ୧୧ ଅକ୍ଟୋବର ୨୦୦୨) ଜଣେ ଭାରତୀୟ ଅଭିନେତ୍ରୀ, ଗୁଜରାଟୀ ଥିଏଟରର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ଅଭିନେତା ଥିଲେ । ସେ "ନ୍ୟାସନାଲ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୱିମେନ" (NIFW)ର ସଭାପତି ମଧ୍ୟ ରହିଥିଲେ ।[୩][୪]
ଦୀନା ପାଠକ | |
---|---|
ଫାଇଲ:Dina-pathak.jpg | |
ଜନ୍ମ | ଦୀନା ଗାନ୍ଧି[୧] ୪ ମାର୍ଚ୍ଚ ୧୯୨୨ |
ମୃତ୍ୟୁ | ୧୧ ଅକ୍ଟୋବର ୨୦୦୨ | (ବୟସ ୮୦)
ସକ୍ରିୟ ବର୍ଷ | ୧୯୪୮-୨୦୦୨ |
ବୈବାହିକ-ସାଥୀ | ବଳଦେବ ପାଠକ |
ସନ୍ତାନ | ସୁପ୍ରିୟା ପାଠକ ରତ୍ନା ପାଠକ |
ସମ୍ପର୍କୀୟ | ନାସୀରୁଦ୍ଦିନ ଶାହା (ଜ୍ୱାଇଁ) ପଙ୍କଜ କପୁର (ଜ୍ୱାଇଁ) ଭିଭାନ ଶାହା (ନାତି) ଇମାଦ ଶାହା (ନାତି) ରୁହାନ କପୁର (ନାତି) ସାନାହ କପୁର (ନାତୁଣୀ) |
ପୁରସ୍କାର | Sangeet Natak Akademi Award (1980) Government of Gujarat's Merit Award (Theatre) for (2000–2001)[୨] |
ହିନ୍ଦୀ ଏବଂ ଗୁଜରାଟୀ ଚଳଚ୍ଚିତ୍ର ଏବଂ ଥିଏଟରରେ ଜଣେ ପ୍ରସିଦ୍ଧ ନାରୀ, ଦିନା ପାଠକ ଛଅ ଦଶନ୍ଧି ଧରି କ୍ୟାରିଅରରେ ୧୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ମେନା ଗୁରୁଜାରୀ ଲୋକମଞ୍ଚ ଶୈଳୀ ନାଟକ ବହୁ ବର୍ଷ ଧରି ସଫଳତାର ସହ ଚାଲିଥିଲା ଏବଂ ବର୍ତ୍ତମାନ ଏହାର ସଂଗୀତର ଏକ ଅଂଶ ଅଟେ ।
ସେ ହିନ୍ଦୀ ଚଳଚ୍ଚିତ୍ର ଗୋଲମାଲ ଏବଂ ଖୁବସୁରତରେ ସ୍ମରଣୀୟ ଭୂମିକା ପାଇଁ ବେଶ୍ ଜଣାଶୁଣା । ସେ ଭାରତର ଆର୍ଟ ସିନେମାର ପ୍ରିୟ ଥିଲେ ଯେଉଁଠାରେ ସେ କୋଶୀଶ, ଉମରାଓ ଜାନ, ମିର୍ଚ ମାସାଲା ଏବଂ ମୋହନ ଯୋଶୀ ହାଜିର ହୋ ଭଳି ଚଳଚ୍ଚିତ୍ରରେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥିଲେ। [୫]
ତାଙ୍କର ଉଲ୍ଲେଖନୀୟ ଗୁଜରାଟୀ ଚଳଚ୍ଚିତ୍ରଗୁଡ଼ିକ ହେଲା ମୋତି ବା, ମାଲେଲା ଜୀଭ ଏବଂ ଭବନୀ ଭଭାଇ, ତାଙ୍କର ଜଣାଶୁଣା ନାଟକଗୁଡ଼ିକ ହେଉଛି ଡିଙ୍ଗଲଗର, ଡଲ୍ସ୍ ହାଉସ୍, ବିଜୟ ଶେନି ଏବଂ ଗିରିଶ କର୍ନାଡଙ୍କ ନିର୍ମିତ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶିତ ହାୟଭଦାନା ।
ବାଲ୍ୟ ଜୀବନ
ସମ୍ପାଦନାଦୀନା ପାଠକ ଗୁଜରାଟର ଆମରେଲିରେ ୪ ମାର୍ଚ୍ଚ ୧୯୨୨ରେ ଜନ୍ମଗ୍ରହଣ କରିଥିଲେ । ସେ ଫ୍ୟାଶନ ଏବଂ ଚଳଚ୍ଚିତ୍ରରେ ଆକର୍ଷିତ ହୋଇଥିଲେ ଏବଂ କିଶୋର ଅବସ୍ଥାରେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସମାଲୋଚକଙ୍କ ପ୍ରଶଂସା ଲାଭ କରିଥିଲେ । ସେ ବମ୍ବେ ବିଶ୍ୱବିଦ୍ୟାଳୟ (ମୁମ୍ବାଇ) ସହ ଜଡ଼ିତ ଏକ କଲେଜରୁ ସ୍ନାତକ ହାସଲ କରିଥିଲେ । ରସିକଲାଲ ପାରିକ୍ ତାଙ୍କୁ ଅଭିନୟରେ ତାଲିମ ଦେଇଥିବାବେଳେ ଶାନ୍ତି ବର୍ଦ୍ଧନ ତାଙ୍କୁ ନୃତ୍ୟ ଶିଖାଇଥିଲେ ।
ଅଳ୍ପ ବୟସରେ ସେ ଜଣେ ଅଭିନେତ୍ରୀ ଭାବରେ ଭାରତୀୟ ଜାତୀୟ ଥିଏଟରରେ ଯୋଗ ଦେଇଥିଲେ । ସେ ତାଙ୍କ ଛାତ୍ର ସକ୍ରିୟତା ପାଇଁ ଜଣାଶୁଣା ହୋଇଥିଲେ, ଗୁଜରାଟର ଥିବା ଏକ ଲୋକ ଥିଏଟର, ଭଭାଇ ଥିଏଟର ଯାହାକି ଲୋକମାନଙ୍କୁ ସ୍ୱାଧୀନତାର ପୂର୍ବ ଯୁଗରେ ବ୍ରିଟିଶ ଶାସନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବହୁଳ ଭାବରେ ବ୍ୟବହୃତ ହୋଇଥିଲା । ମୁମ୍ବାଇରେ ଥିବାବେଳେ ସେଠାରେ କୈଳାଶ ପାଣ୍ଡ୍ୟା ଏବଂ ଦାମିନୀ ମେହେଟ୍ଟାଙ୍କ ସହ ଗୁଜରାଟୀ ଥିଏଟରକୁ ପୁନର୍ଜୀବିତ କରିବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ବଳଦେବ ପାଠକଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଝିଅ, ଅଭିନେତ୍ରୀ ସୁପ୍ରିୟା ପାଠକ(ଜନ୍ମ ୧୯୬୧) ଏବଂ ରତ୍ନା ପାଠକ (ଜନ୍ମ ୧୯୫୭) ଅଟନ୍ତି ।
ମୃତ୍ୟୁ
ସମ୍ପାଦନାସେ ୧୧ ଅକ୍ଟୋବର ୨୦୦୨ରେ ବମ୍ବେର ବାନ୍ଦ୍ରାଠାରେ ଦୀର୍ଘ ଦିନର ଅସୁସ୍ଥତା ପରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ତାଙ୍କର ଶେଷ ଚଳଚ୍ଚିତ୍ର ପିଞ୍ଜର (୨୦୦୩)ର ସମାପ୍ତି ହୋଇଯାଇଥିଲା କିନ୍ତୁ ମୁକ୍ତିଲାଭ ପୂର୍ବରୁ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।
ମନୋନୀତ ଚଳଚ୍ଚିତ୍ର
ସମ୍ପାଦନା- କରିୟାୱାର (୧୯୪୮)
- ପିଞ୍ଜାର(୨୦୦୩)
ଆଧାର
ସମ୍ପାଦନା- ↑ "Sangeet Natak Akademi Honours". Archived from the original on 23 ନଭେମ୍ବର 2007.
- ↑ Govt award for Dina Pathak Archived 2012-11-03 at the Wayback Machine. The Times of India, 8 November 2001.
- ↑ Need to make women aware: Dina Pathak The Tribune, 3 February 2000.
- ↑ Women panels 'toothless' The Tribune, 1 May 1999.
- ↑ Veteran actress Dina Pathak passes away Archived 2013-06-28 at Archive.is The Times of India, 11 October 2002.