ଦି ଓପନ ଡେଫିନେସନ ଓପନ ନଲେଜ ଫାଉଣ୍ଡେସନ (ଅଧୁନା ଓପନ ନଲେଜ ଇଣ୍ଟରନ୍ୟାସନାଲ (OKI))ଦ୍ୱାରା ପ୍ରକାଶିତ ଏକ ନଥି । ଡାଟା ଓ କଣ୍ଟେଣ୍ଟ ସହ ଯୋଡ଼ି ଏହା ଖୋଲାପଣ (ଓପନନେସ)କୁ ସଜ୍ଞାବଦ୍ଧ କରିଛି ।[୧] କୌଣସି ବିଷୟବସ୍ତୁ କି କି ଲାଇସେନ୍ସ ଲୋଡ଼ିଥାଏ ଓ ତାହା ଖୋଲା ଲାଇସେନ୍ସ ଭାବେ ମଣାଯାଇପାରିବ କି ନାଁ ଏହା ସେ ବାବଦରେ ଦର୍ଶାଇଥାଏ ।[୨] ଏହି ସଜ୍ଞା ଓପନ ସୋର୍ସ ଡେଫିନେସନରୁ ଆଧାରିତ ।[୨]

ଦି ଓପନ କଣ୍ଟେଣ୍ଟ ଲୋଗୋ

ଓକେଆଇ ଅନୁସାରେ ଏହି ନଥିର ସାରାଂଶ ହେଲା:[୧]

Open means anyone can freely access, use, modify, and share for any purpose (subject, at most, to requirements that preserve provenance and openness).

୨୦୧୫ ନଭେମ୍ବରରେ ପ୍ରକାଶିତ ଏହି ନଥିର ନଗଦତମ ଫର୍ମର ସଂସ୍କରଣ ହେଉଛି ୨.୧ । ଏଥିରେ ବ୍ୟବହୃତ ଭାଷା ଆରଏଫସି ୨୧୧୯ ସହ ସଂଗତ ।[୨]

ଏହି ନଥି କ୍ରିଏଟିଭ କମନ୍ସ ଆଟ୍ରିବ୍ୟୁସନ ୪.0 ଇଣ୍ଟରନ୍ୟାସନାଲ ଲାଇସେନ୍ସ ଅଧୀନରେ[୧] ଓ ସେହି ଲାଇସେନ୍ଟି ମଧ୍ୟ ଓପନ ଡେଫିନେସନ ଅଧୀନରେ ।

ଇତିହାସ ସମ୍ପାଦନା

ଓପନ ଡେଫିନେସନର ପ୍ରଥମ ସଂସ୍କରଣ v୦.୧ ୨୦୦୬ ଅଗଷ୍ଟରେ ବିତରିତ ହୋଇଥିଲା ।[୩] v୧.୦ ୨୦୦୬ ଜୁଲାଇରେ ପ୍ରକାଶିତ ହୋଇଥିଲା । ୨୦୧୪ ଅକ୍ଟୋବରରେ v୨.୦ ପ୍ରକାଶିତ ହୋଇଥିଲା ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "The Open Definition Defining Open in Open Data, Open Content and Open Knowledge". Open Knowledge International. Retrieved 22 January 2017.
  2. ୨.୦ ୨.୧ ୨.୨ "Open Definition 2.1". Open Knowledge International. Retrieved 22 January 2017.
  3. ୩.୦ ୩.୧ "History - Open Definition". Open Knowledge International. Retrieved 22 January 2017.

ବାହାର ଲିଙ୍କ ସମ୍ପାଦନା