ଦିବଙ୍ଗ ନଦୀ
ଦିବଙ୍ଗ ନଦୀ , ବ୍ରହ୍ମପୁତ୍ର ନଦୀର ଏକ ଶାଖା ନଦୀ ଓ ଏହା ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ପ୍ରବାହିତ ହୁଏ ।
ଗତିପଥ
ସମ୍ପାଦନାଦିବଙ୍ଗ ନଦୀର ଉପତ୍ତି ଇଣ୍ଡୋ- ଚାଇନୀଜ ସୀମାରେଖା ପାଖରେ ଥିବା ଅରଣାଚଳ ପ୍ରଦେଶର କେୟା ସଙ୍କଟ ନିକଟରେ ହୋଇଥାଏ । ଏହାର ବେସିନ ଅଞ୍ଚଳ ଅରୁଣାଚଳ ପ୍ରଦେଶର ଦିବଙ୍ଗ ଉପତ୍ୟକା ଓ ତଳ ଦିବଙ୍ଗ ଉପତ୍ୟକା ,> ଦିବଙ୍ଗ ନଦୀର ଉପର ଅଂଶରେ ମିଶମୀ ପାର୍ବତ୍ଯ ଅଞ୍ଚଳ ରହିଛି ଓ ଏଠାରୁ ଦିବଙ୍ଗ ନଦୀ ସମତଳକୁ ପ୍ରବେଶ କରେ । ଏଠାରେ ଦିବଙ୍ଗ ନଦୀ ତୀବ୍ର ଗତିରେ ଗମନ କରେ ଓ ଏହାର ପ୍ରସ୍ଥ ସ୍ଥଳ ବିଶେଷରେ 4ରୁ 9 କିଲୋମିଟର ହେଇଥାଏ । ଏହି ଅଞ୍ଚଳରେ ନଦୀ ତାହାର ଗତିପଥ ସମୟ ସମୟରେ ପରିବର୍ତ୍ତନ କରି ବହୁ ଅଞ୍ଚଳର ଚାଷ ଜମି ଓ ଜଙ୍ଗଲକୁ ଦ୍ୱଂଶ କରିଥାଏ । ଦିବଙ୍ଗ ନଦୀର ସମୁଦାୟ ଦୈର୍ଘ୍ୟ 195 କିଲୋମିଟର ଓ ଏହା ଆସାମ ରାଜ୍ୟର ସାଇକୋହୋବା ଅଭୟାରଣ୍ୟ ନିକଟସ୍ଥ ସଦୀୟ ସହର ନିକଟରେ ଲୋହିତ ନଦୀରେ ମାର୍ଜିତ ହୁଏ । .[୧][୨]
ଉପନଦୀ ସମୂହ
ସମ୍ପାଦନାଦିବଙ୍ଗ ନଦୀର ମୁଖ୍ୟ ଶାଖା ନଦୀଗୁଡ଼ିକ ହେଲା ମଥୁନ , ଟଙଗୋନ, ଡ୍ରି, ଈଥୁମ , ଏମରା ।ଏଥିରେ ଆଇରି ପାଣି , ଅହି ,ଅଶୁପାଣି ଏପିଫାନୀ ଓ ଦେଓପାଣି ଆଦି ଉପନଦୀ ଯୋଗ ଦିଅନ୍ତି । ଏଠି ମଧ୍ୟରୁ ଅନେକ ଏହା ସହ ଉପର ମୁଣ୍ଡ ସ୍ଥ ପାର୍ବତ୍ଯ ଇଲାକାରେ ଯୋଗ ଦେଇଥାନ୍ତି । [୩][୪]
ଜଳବିଦ୍ୟୁତ ପ୍ରକଳ୍ପ ସବୁ
ସମ୍ପାଦନା2008 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 3000 ମେଗାୱାଟ କ୍ଷ୍ୟମତା ବିଶିଷ୍ଟ ଜଳ ବିଦ୍ୟୁତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହା ତଳ ଦିବଙ୍ଗ ଉପତ୍ୟକା ଜିଲ୍ଲାରେ ଏକ ବହମୁଖୀ ପ୍ରକଳ୍ପ ଭାବରେ କରାଯାଇଥିଲା । ଏହି ନଦୀରେ 17ଟି ଅନ୍ୟ ପ୍ରକଳ୍ପ 20ରୁ 4500 ମେଗା ୱାଟ ଶକ୍ତି ଉତ୍ପାଦନ କ୍ଷ୍ୟମତା ଥାଇ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ପ୍ରସ୍ତାବିତ ଦିବଙ୍ଗ ଡେମ ନିର୍ମିତ ହେଲେ ଠ 288 ମିଟର ପତ୍ତନ ଉପରେ ରହି ବିଶ୍ୱର ସର୍ବୋଛ ଜଳଚପ ବନ୍ଧ ହେବା ସହ ଭାରତର ଏକ ସର୍ବବୃହତ ହେଇପାରିବ । ତେବେ ହେଇ ପ୍ରକଳ୍ପ ଆସାମର ଲୋକଙ୍କ ବିରୋଧ ଯୋଗୁଁ ଅଦ୍ୟାବଧି ହେଇ ପରି ନାହିଁ ।[୫][୬]
ଆଧାର
ସମ୍ପାଦନା- ↑ "Restoration Proposal for Dibang & Lohit Rivers". Retrieved 14 September 2013.
- ↑ "Dibang sub basin of Brahmaputra Basin". National Institute of Hydrology. Archived from the original on 1 August 2014. Retrieved 14 September 2013.
- ↑ "Restoration Proposal for Dibang & Lohit Rivers". Retrieved 14 September 2013.
- ↑ "Dibang sub basin of Brahmaputra Basin". National Institute of Hydrology. Archived from the original on 1 August 2014. Retrieved 14 September 2013.
- ↑ "Disquiet in Dibang". Down to Earth. 15 May 2008. Archived from the original on 13 March 2013. Retrieved 14 September 2013.
- ↑ "Protests against public hearing on Dibang dam". The Assam Tribune. 5 March 2013. Archived from the original on 16 October 2014. Retrieved 14 September 2013.