ଦଶିପୋକ ସଂକ୍ରମଣ (ଇଂରାଜୀରେ Pinworm infection ବା ଏଣ୍ଟେରୋବାଏସିସ/ enterobiasis, ଏକ ପ୍ରକାର ମାନବ ପରଭୋଜୀ ରୋଗ (human parasitic disease) ଯାହା ପିନ‌ୱର୍ମ (pinworm) (ପ୍ରତିଶବ୍ଦ ଥ୍ରେଡ‌ୱର୍ମ, ସିଟ‌ୱର୍ମ) ପରଭୋଜୀ ଯୋଗୁ ହୁଏ ।[୨] ଏହି ରୋଗ ହେଲେ ସାଧାରଣତଯ ମଳଦ୍ୱାର (anal) ପାଖରେ ଗଲୁ (itch) କରେ । ଏହି ଗଲୁ ଯୋଗୁ ଶୟନରେ ବାଧା ହୁଏ ।[୧] ଏହି ପରଭୋଜୀର ଅଣ୍ଡା ଖାଦ୍ୟ ସ‌ହ ମିଶି ଦେହକୁ ଯିବାର ୪-୮ସପ୍ତାହ ପରେ ଦେହ ଭିତରେ ଅଣ୍ଡାରୁ ଛୁଆ ହୋଇ ତାହାର ଅଣ୍ଡା ମଳଦ୍ୱାର ଚାରିପାଖରେ ଦେଖାଯାଏ ।[୩] କେତେକ ଲୋକ ସଂକ୍ରମିତ ହୋଇଥିଲେ ମଧ୍ୟ ଲକ୍ଷଣହୀନ ହୁଅନ୍ତି ।[୧]

ଦଶିପୋକ ସଂକ୍ରମଣ
ଇଂରାଜୀ ପ୍ରତିଶବ୍ଦ - enterobiasis, oxyuriasis[୧]
ଦଶିପୋକ ଅଣ୍ଡା (Enterobius vermicularis)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B80.
ଆଇସିଡ଼ି-୯-ସିଏମ୍127.4
ରୋଗ ଡାଟାବେସ13041
MeSHD017229

ଦଶିପୋକର ଅଣ୍ଡା ଯୋଗୁ ଏହି ରୋଗ ବ୍ୟାପେ । ଦଶିପୋକ ମଳଦ୍ୱାର ଚାରିପାଖେ ଅଣ୍ଡା ଦିଏ ଯାହା ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ବଞ୍ଚିରହନ୍ତି । ହାତ, ଖାଦ୍ୟ ଓ ଅନ୍ୟାନ୍ୟ ଦ୍ରବ୍ୟ ମାଧ୍ୟମରେ ମନୁଷ୍ୟ ଖାଏ । ସ୍କୁଲ ପିଲା, ଅନୁଷ୍ଠାନରେ ରହୁଥିବା ଲୋକ ଓ ସଂକ୍ରମିତ ରୋଗୀଙ୍କ ସେବା କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ରହେ । କୌଣସି ପଶୁଙ୍କଦ୍ୱାରା ରୋଗ ବ୍ୟାପେ ନାହିଁ ।[୧] ଅଣୁବୀକ୍ଷଣରେ ଏହାର ଅଣ୍ଡା ଦେଖି ବା ଏକ ସେ:ମି: ଲମ୍ବର ଏହି ପରଭୋଜୀକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୧][୪]

ଏହି ରୋଗ ନିମନ୍ତେ ମିଳୁଥିବା ମେବେଣ୍ଡାଜୋଲ, ପାଇରାଣ୍ଟେଲ ପାମୋଏଟ (pyrantel pamoate) ବା ଆଲବେଣ୍ଡାଜୋଲ ମଧ୍ୟରୁ ଗୋଟିଏ ଔଷଧର ଦୁଇ ମାତ୍ରା/ଡୋଜ ଦୁଇ ସପ୍ତାହ ଅନ୍ତରରେ ଦିଆଯାଏ ।[୫] ରୋଗୀ ସ‌ହିତ ବାସ କରୁଥିବା ବା ତାହାର ଯତ୍ନ ନେଉଥିବା ସମସ୍ତ ଲୋକଙ୍କୁ ଏହି ଔଷଧ ଦିଆଯାଏ । ପ୍ରତ୍ୟେକ ଡୋଜ ଖାଇସାରିବା ପରେ ବ୍ୟକ୍ତିଗତ ସମସ୍ତ ବ୍ୟବ‌ହୃତ ଜିନିଷ ଗରମ ପାଣିରେ ଧୋଇବାକୁ ଉପଦେଶ ଦିଆଯାଏ । ଉତ୍ତମ ହସ୍ତ ପ୍ରକ୍ଷାଳନ (handwashing), ସବୁଦିନ ସକାଳେ ସ୍ନାନ ଓ ପ୍ରତିଦିନ ଅନ୍ତବସ୍ତ୍ର (underwear) ବଦଳେଇଲେ ପୁନଃ ସଂକ୍ରମଣ ପ୍ରତିରୋଧ କରିହୁଏ । [୧]

ପୃଥିବୀର ପ୍ରତ୍ୟେକ ସ୍ଥାନରେ ସାଧାରଣତଃ ଦଶିପୋକ ସଂକ୍ରମଣ ହୁଏ ।[୧][୬] ବିକଶିତ ଦେଶମାନଙ୍କରେ (developed world) ଏହି ରୋଗ ଏକ ସର୍ବାଧିକ ସାଧାରଣ ରୋଗ । ସ୍କୁଲ ପିଲାଙ୍କୁ ଏ ରୋଗ ଅଧିକ ଆକ୍ରମଣ କରେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଯେ କୌଣସି ସମୟରେ ୨୦% ଲୋକ ଏ ରୋଗର ଶିକାର ହୋଇଥାଆନ୍ତି ।[୨] ଉଚ୍ଚ ସଙ୍କଟରେ ଥିବା ଲୋକଙ୍କ ମଧ୍ୟରୁ ୫୦% ଲୋକଙ୍କୁ ଏ ରୋଗ ହୁଏ । [୩] ଏହାକୁ ଏକ ସାଂଘାତିକ ରୋଗ ରୂପେ ବିବେଚନା କରାଯାଏ ନାହିଁ ।[୬] ସାରା ମାନବ ଇତିହାସରେ ଏହି ରୋଗ ହୋଇଥିବା ଜଣାଯାଏ ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Pinworm Infection FAQs". CDC. 10 January 2013. Retrieved 16 October 2016.
  2. ୨.୦ ୨.୧ Stermer, E; Sukhotnic, I; Shaoul, R (May 2009). "Pruritus ani: an approach to an itching condition". Journal of pediatric gastroenterology and nutrition. 48 (5): 513–6. PMID 19412003.
  3. ୩.୦ ୩.୧ "Epidemiology & Risk Factors". CDC. 10 January 2013. Retrieved 16 October 2016.
  4. "Biology". CDC. 10 January 2013. Retrieved 16 October 2016.
  5. "Treatment". CDC. 23 September 2016. Retrieved 16 October 2016.
  6. ୬.୦ ୬.୧ Griffiths, Christopher; Barker, Jonathan; Bleiker, Tanya; Chalmers, Robert; Creamer, Daniel (2016). Rook's Textbook of Dermatology, 4 Volume Set (in ଇଂରାଜୀ) (9 ed.). John Wiley & Sons. p. 33.13. ISBN 9781118441176.
  7. Bynum, W. F.; Porter, Roy (2013). Companion Encyclopedia of the History of Medicine (in ଇଂରାଜୀ). Routledge. p. 358. ISBN 9781136110368.