ଦକ୍ଷତା ସଂଗ୍ରହାଳୟ (ଓଡ଼ିଶା)

ଓଡ଼ିଶାରେ ସ୍ଥାପିତ ଏକ ସଂଗ୍ରହାଳୟ

ଦକ୍ଷତା ସଂଗ୍ରହାଳୟ (ଓଡ଼ିଶା) (ଇଂରାଜୀ: Skill museum) ଭାରତର ସର୍ବପ୍ରଥମ ଦକ୍ଷତା ସଂଗ୍ରହାଳୟ ଅଟେ ।[୧] ଏହି ସଂଗ୍ରହାଳୟଟି ୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦଘାଟିତ ହୋଇଥିଲା ।[୨] ଏହା କଟକ ଜିଲ୍ଲାର ଖପୁରିଆରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇ.ଆଇ.ଟି) ସେଣ୍ଟର ଭିତରେ ପ୍ରତିଷ୍ଠିତ ।

ଦକ୍ଷତା ସଂଗ୍ରହାଳୟ
ଓଡ଼ିଶା ଦକ୍ଷତା ସଂଗ୍ରହାଳୟର ପ୍ରବେଶଦ୍ୱାର
ସ୍ଥାପିତ୪ ଅଗଷ୍ଟ ୨୦୧୮
ଅବସ୍ଥାନଖପୁରିଆ, କଟକ, ଭାରତ
ସ୍ୱତ୍ୱାଧିକାରୀଓଡ଼ିଶା ସରକାର

ବିବରଣୀ ସମ୍ପାଦନା

୨୬୦୦ ବର୍ଗଫୁଟ ଅଞ୍ଚଳବିଶିଷ୍ଟ ଦକ୍ଷତା ସଂଗ୍ରହାଳୟଟି ଖପୁରିଆସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କଟକ ପରିସରରେ ଅବସ୍ଥିତ ।[୩] ଗୋଟିଏ ବଡ଼ ପ୍ରକୋଷ୍ଠ ମଧ୍ୟରେ ପୁରାତନ ଗ୍ରାମଫୋନ ଏବଂ ପୁରାତନ କଲକବଜାଠାରୁ ଆରମ୍ଭ କରି ୧୯୦୭ ମସିହାର ଉଡ଼ାଜାହାଜର ଇଞ୍ଜିନ ମଧ୍ୟ ସ୍ଥାନ ପାଇଛି । ଏହା ବ୍ୟତୀତ ୭୫ ଲକ୍ଷ ବିନିମୟରେ ଏକ ବିଶ୍ୱସ୍ତରୀୟ ପ୍ରେକ୍ଷାଳୟ ଏବଂ ପ୍ରଦର୍ଶନୀ ସ୍ଥାନ ପ୍ରସ୍ତୁତି କରାଯାଇଛି । ପ୍ରେକ୍ଷାଳୟଟିରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରେରଣାଦାୟୀ କଥାଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରଦର୍ଶିତ କରାଯାଏ ।[୪]

ଦେଖିବା ସମୟ ସମ୍ପାଦନା

ଓଡ଼ିଶା ଦକ୍ଷତା ସଂଗ୍ରହାଳୟ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହେ ।[ଆଧାର ଲୋଡ଼ା]

ଚିତ୍ରାବଳୀ ସମ୍ପାଦନା

ଆଧାର ସମ୍ପାଦନା