ଥର୍ମୋପିଲୀ ଯୁଦ୍ଧ,[୮] ଗ୍ରୀକ ନଗର ରାଜ୍ୟମାନଙ୍କର ଏକ ସଂଗଠନ ଏବଂ ପାରସ୍ୟ ସାମ୍ରାଜ୍ୟ ମଧ୍ୟରେ ହୋଇଥିବା 38°47′47.8″N 22°32′12.2″E / 38.796611°N 22.536722°E / 38.796611; 22.536722ଏକ ଯୁଦ୍ଧ, ଯାହା ପାରସ୍ୟର ଦ୍ୱିତୀୟ ଗ୍ରୀକ ଆକ୍ରମଣ ସମୟରେ ତିନିଦିନ ଧରି ହୋଇଥିଲା । ୧ମ ଜେରକ୍ସେସ ନେତୃତ୍ତ୍ୱରେ ଆକ୍ରମଣ କରିଥିବା ପାରସ୍ୟ ସୈନ୍ୟବାହିନୀକୁ ଗ୍ରୀକମାନେ ରାଜା ଲିଓନାଇଡ଼ସଙ୍କ ନେତୃତ୍ତ୍ୱରେ ସାମନା କରିଥିଲେ । ଏହି ଯୁଦ୍ଧ ଆର୍ଟମେସିୟମ ନୌଯୁଦ୍ଧ ସହ ଏକ ସମୟରେ, ଖୀ.ପୂ. ୪୮୦ର ଅଗଷ୍ଟ କିମ୍ବା ସେପ୍ଟେମ୍ବର ମାସରେ ଥର୍ମୋପିଲୀଠାରେ ସଂଗଠିତ ହୋଇଥିଲା ।[୯]

ଥର୍ମୋପିଲୀ ଯୁଦ୍ଧ
ତିଥି ୨୦ ଅଗଷ୍ଟ [୧] କିମ୍ବା ୮-୧୦ ସେପ୍ଟେମ୍ବର,[୨] ଖ୍ରୀ.ପୂ. ୪୮୦
ସ୍ଥାନ ଥର୍ମୋପିଲୀ, ଗ୍ରୀସ
Result ପାରସ୍ୟ ସମ୍ରାଜ୍ୟର ବିଜୟ
ପକ୍ଷ
ଗ୍ରୀକ ନଗର ରାଜ୍ୟ ପାରସ୍ୟ ସାମ୍ରାଜ୍ୟ
Commanders and leaders
  • ୧ମ ଜେରକ୍ସେସ୍


Strength
Total
  • 2,124,000 (ହେରୋଡଟସ)[୫]
  • 120,000–300,000 (ଆଧୁନିକ ଆକଳନ.)b[›][୬]
କ୍ଷୟକ୍ଷତି
୪୦୦୦ (ହେରୋଡଟସ) [୭]c. ୨୦,୦୦୦ (ହେରୋଡଟସ)[୩]
ଥର୍ମୋପିଲୀ ଯୁଦ୍ଧରେ ଭାଗ ନେଇଥିବା ଗ୍ରୀକର ରାଜ୍ୟ ସମୂହ

ପୃଷ୍ଠଭୁମି ସମ୍ପାଦନା

ଏହି ଆକ୍ରମଣ ପାରସ୍ୟର ଖୀ.ପୂ. ୪୯୦ର ପ୍ରଥମ ଗ୍ରୀକ ଆକ୍ରମଣ ଓ ମାରାଥନ ଯୁଦ୍ଧରେ ଏଥେନ୍ସଠାରୁ ପରାସ୍ତ ହେବାର ବିଳମ୍ବିତ ପ୍ରତିକ୍ରିୟା ଥିଲା । ଖୀ.ପୂ. ୪୮୦ ବେଳକୁ ଜେରକ୍ସେସ ଏକ ବିଶାଳ ସୈନ୍ୟବାହିନୀ ଏକତ୍ରିତ କରି ସମ୍ପୂର୍ଣ୍ଣ ଗ୍ରୀକ ଦଖଲ ଅଭିଯାନରେ ବାହାରିଥିଲେ[୧୦] । ଏଥେନୀୟ ରାଜନୀତିଜ୍ଞ ଓ ସେନାପତି ଥେମିଷ୍ଟୋକେଲ୍ସ ପ୍ରସ୍ତାବ ଦେଇଥିଲେ ଯେ ଥର୍ମୋପିଲୀ ଗିରିପଥଠାରେ ଗ୍ରୀକର ମିଳିତ ସୈନ୍ୟବାହିନୀ ପାରସ୍ୟର ସୈନ୍ୟଙ୍କୁ ଓ ଏକ ସମୟରେ ଆର୍ଟମେସିୟମଠାରେ ପାରସ୍ୟର ନୌବାହିନୀଙ୍କୁ ପ୍ରତିହତ କରନ୍ତୁ ।

ପ୍ରସ୍ତୁତି ଓ ଯୁଦ୍ଧ ସମ୍ପାଦନା

ଖ୍ରୀ. ପୂ. ୪୮୦ର ମଧ୍ୟ ବେଳକୁ ଅନ୍ୟୁନ ୭,୦୦୦ ଗ୍ରୀକ ସୈନ୍ୟ ଉକ୍ତ ଗିରିପଥ ଅବରୋଧ କରିବା ପାଇଁ ଉତ୍ତରକୁ ଯାତ୍ରା କଲେ । ପାରଶ୍ୟ ସୈନ୍ୟବାହିନୀ ଅଗଷ୍ଟ କିମ୍ବା ସେପ୍ଟେମ୍ବର ବେଳକୁ ଏହି ଗିରିପଥଠାରେ ପହଁଚିଥିଲେ । ଯଦିଓ ପ୍ରାଚୀନ ବିବରଣୀରେ ଏହି ସୈନ୍ୟଙ୍କ ସଂଖ୍ୟା ଦଶ ଲକ୍ଷ ପାଖପାଖି ଉଲ୍ଲେଖ କରାଯାଇଛି, ବର୍ତ୍ତମାନ ଏହାକୁ ଅତିରଞ୍ଜନ ବୋଲି ଗ୍ରହଣ କରାଯାଉଛି ଏବଂ ଆଧୁନିକ ମତରେ ଏହାକୁ ୧,୦୦,୦୦୦ରୁ ୧,୫୦,୦୦୦ ଭିତରେ ଧରାଯାଉଛି । ତିନିଦିନର ଯୁଦ୍ଧକୁ ମିଶାଇ ସାତ ଦିନ ପର୍ଯ୍ୟନ୍ତ ନଗଣ୍ୟ ସଂଖ୍ୟକ ଗ୍ରୀକ ସୈନ୍ୟ ଏହି ବିଶାଳ ପାରସ୍ୟ ସୈନ୍ୟବାହିନୀକୁ ଏଠାରେ ଅଟକାଇ ରଖିଥିଲେ, ଶେଷରେ ସମ୍ମୁଖ ବାହିନୀ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବେ ନିଶ୍ଚିନ୍ନ ହୋଇଯାଇଥିଲେ । ଦୁଇଦିନ ପର୍ଯ୍ୟନ୍ତ ରାଜା ଲିଓନାଇଡ଼ସଙ୍କ କ୍ଷୁଦ୍ର ବାହିନୀ ପାରସ୍ୟ ସେନା ଯିବାପାଇଁ ଥିବା ଏକମାତ୍ର ରାସ୍ତାକୁ ବନ୍ଦ କରି ରଖିଥିଲେ । ଦ୍ୱିତୀୟ ଦିବସ ଶେଷରେ ଏକ ସ୍ଥାନୀୟ ଲୋକ ଏଫିଆଲ୍ଟେସ ଗ୍ରୀକ ମାନଙ୍କସହ ବିଶ୍ୱାସଘାତକତା କରି ପାରସ୍ୟ ସେନାକୁ ଏକ କ୍ଷୁଦ୍ର ରାସ୍ତାର ସନ୍ଧାନ ଦେଇଥିଲା, ଯାହା ଗ୍ରୀକ ସେନାର ପଛପଟେ ଆସି ମିଶିଥିଲା । ପଛପଟୁ ଆକ୍ରମଣ ହେବାର ଜାଣି ଲିଓନାଇଡ଼ସ ବାକି ଗ୍ରୀକ ସୈନ୍ୟଙ୍କୁ ବିଦାୟ କରିଦେଇ କେବଳ ତିନିଶହ ସ୍ପାର୍ଟୀୟ, ସାତଶହ ଥେସ୍ପିୟ ଓ ଚାରିଶହ ଥିବୀୟ ସୈନ୍ୟଙ୍କ ସହ ପାରସ୍ୟ ବାହିନୀର ମୁକାବିଲା କରିଥିଲେ ଓ ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ ।

ଗ୍ରୀକ ନୌବାହିନୀ ସମ୍ପାଦନା

ଥର୍ମୋପିଲୀ ଯୁଦ୍ଧରେ ଗ୍ରୀକ ସୈନ୍ୟଙ୍କ ପରାଜୟ ସମ୍ବାଦ ମିଳିବା ପରେ, ଗ୍ରୀକ ନୌବାହିନୀ ନିଜ ସ୍ଥାନ ପରିବର୍ତ୍ତନ କରି ସଲାମିସକୁ ପଳାଇଲେ । ଯେହେତୁ ଗ୍ରୀକ ସମର ନୀତି ଉଭୟ ଥର୍ମୋପିଲୀ ଓ ଆର୍ଟମେସିଏମଠାରେ ଏକସଙ୍ଗେ ଅଧିକାର କରି ପାରସ୍ୟ ବାହିନୀର ମୁକାବିଲା କରିବା ଥିଲା, ତେଣୁ ଥର୍ମୋପିଲୀର ପରାଜୟ ତାଙ୍କୁ ସେ ସ୍ଥାନ ଛାଡିବା ପାଇଁ ବାଧ୍ୟ କଲା । ପାରସ୍ୟବାହିନୀ ଜନଶୂନ୍ୟ ଏଥେନ୍ସ ନଗରୀକୁ ଅଧିକାର କଲେ ।

ଗ୍ରୀକ ବାହିନୀକୁ ସମ୍ପୂର୍ଣ୍ଣ ଭାବେ ପରାସ୍ଥ କରିବା ଉଦ୍ଦେଶ୍ୟରେ ପାରସ୍ୟମାନେ ସଲାମିସଠାରେ ଆକ୍ରମଣ କଲେ । ମାତ୍ର ଖ୍ରୀ ପୂ ୪୮୦ର ଶେଷ ଆଡ଼କୁ ସଲାମିସର ନୌ ଯୁଦ୍ଧରେ ଗ୍ରୀକ ନୌବାହିନୀଠାରୁ ପରାଜିତ ହେଲେ । ଏହାପରେ ୟୁରୋପରେ ଫସିଯିବା ଭୟରେ, ମାର୍ଡୋନିୟସକୁ ଗ୍ରୀକ ଦଖଲ କରିବାର ଦାୟିତ୍ୱ ଦେଇ ଜେରକ୍ସେସ ଅଧିକାଂଶ ସୈନ୍ୟଙ୍କ ସହ ଏସିଆକୁ ପଳାଇଲେ । ପରବର୍ଷ ଗ୍ରୀକ ସୈନ୍ୟମାନେ ଏହି ସୈନ୍ୟଙ୍କୁ ପରାସ୍ତ କରି ପାରସ୍ୟର ୨ୟ ଗ୍ରୀକ ଆକ୍ରମଣରେ ପୁନର୍ଚ୍ଛେଦ ପକାଇଲେ ।

ଆଧାର ସମ୍ପାଦନା

  1. Bradford, p.162
  2. Greswell, p. 374
  3. ୩.୦ ୩.୧ Herodotus VIII, 24
  4. "BBC Radio 4 - In Our Time, Thermopylae". BBC. Retrieved 26 ନଭେମ୍ବର 2014.
  5. Herodotus, Histories 7.185-186
  6. Barkworth, 1993. The Organization of Xerxes' Army. Iranica Antiqua Vol. 27, pp. 149–167
  7. Herodotus VIII, 25
  8. pronounced /θərˈmɒpɨliː/, thər-MOP-i-lee; Greek: Μάχη τῶν Θερμοπυλῶν, Machē tōn Thermopylōn
  9. Herodotus; Robin Waterfield; Carolyn Dewald The Histories (Oxford; New York: Oxford University Press, 2008), p. 712
  10. Craig Sodaro, The Dangerous, Disastrous, Unusual History of War (North Mankato, MN: Capstone Press, 2012), p. 10