ତୋରାଣି
ତୋରାଣି ଓଡ଼ିଆମାନଙ୍କର ଗୋଟିଏ ମୁଖ୍ୟ ପାନୀୟ ଖାଦ୍ୟ । ଖରାଦିନରେ ଏହା ଗରମ ଭାତରେ ମିଶାଇ ପଖାଳଭାତ ଖିଆଯାଇଥାଏ । ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ତୋରାଣୀକୁ ପିଇଥାଆନ୍ତି । କୁହାଯାଏ ତୋରାଣୀ ଗରିବମାନଙ୍କ ଦହି ଲସୀ । ରାତୀରେ ବଳିଯାଇଥିବା ଭାତରେ ଏହି ତୋରାଣୀ ମିଶାଇ ରଖାଦେଲେ ଆରଦିନ ଭାତ ଖରାପ ହୁଏ ନାହିଁ । ଏଥିରେ ଔଷଧୀୟ ଗୁଣ ରହିଛି ।[୧]
ପ୍ରସ୍ତୁତି ପ୍ରଣାଳୀ
ସମ୍ପାଦନାଭାତ ହୋଇସାରିଲା ପରେ ପେଜକୁ ବାହାର କରି କଂସାରେ ରଖାଯାଇଥାଏ ଏବଂ ପେଜ ଥଣ୍ତା ହୋଇସାରିଲା ପରେ ସେଥିରେ ଅଳ୍ପ ପାଣି ମିଶାଇ ତାକୁ ସେମିତି ଘୋଡ଼େଇ ରଖାଯାଇଥାଏ । ପ୍ରତି ଦିନ ସେଥିରେ ଅଳ୍ପ ଅଳ୍ପ ପାଣି ମିଶାଇ ତାକୁ ହାତରେ ଘାଣ୍ଟି ଦିଆଯାଏ । ୪-୫ ଦିନ ମଧ୍ୟରେ ଏହା ଖଟା ତୋରାଣି ହୋଇଥାଏ । କୁହାଯାଏ ମାଟିହାଣ୍ତିରେ ତୋରାଣି ରଖିଲେ ଏହା ଶୀଘ୍ର ଖଟା ହୋଇଥାଏ ଓ ଖରାପ ମଧ୍ୟ ହୁଏ ନାହିଁ । ତୋରାଣି ଅଧିକ ଖଟା ହୋଇଗଲେ ଏଥିରୁ କାଞ୍ଜି/ତୋରାଣି ସୁପ୍ ପ୍ରସ୍ତୁତ କରାଯାଏ । ଖରାଦିନରେ ଏଥିରେ କଞ୍ଚା ଲଙ୍କା, ଲୁଣ ମିଶାଇ ତୋରାଣି ଲସି ତିଆରି କରାଯାଇଥାଏ ।
କାଞ୍ଜି ପ୍ରସ୍ତୁତି ପ୍ରଣାଳୀ
ସମ୍ପାଦନାପ୍ରାୟ ଖରାଦିନେ ଓଡ଼ିଆଘରେ କାଞ୍ଜି ତିଆରି ହୋଇଥାଏ । ତୋରାଣି ବହୁତ ଦିନ ରହିଗଲେ ଖଟା ଅଧିକ ହୋଇଯାଏ । ଏହି ଖଟା ତୋରାଣିରେ ଭେଣ୍ତି, ଶିମ୍ବ, ବୁଢ଼ା ବାଇଗଣ, ମୂଳା, ବଇତାଳୁ/କଖାରୁକୁ କାଟି ଏହାକୁ ହଳଦୀଗୁଣ୍ତ ଓ ଲୁଣ ପକାଇ ଶିଝାଯାଏ । ଏଥିରେ ରସୁଣ, ଶୁଖିଲା ଲଙ୍କା, ପଞ୍ଚୁଫୁଟଣ ଓ କଡ଼ିପତା/ଭୃସଙ୍ଗ ପତ୍ରରେ ଫୁଟଣ କରାଯାଇଥାଏ । ଏଥିରେ ମଧ୍ୟ ଔଷଧିୟ ଗୁଣ ରହିଛି । ଆଜିକାଲି ତୋରାଣି ବଦଳରେ ଦହିକାଞ୍ଜି କରାଯାଉଛି ।
ଆଧାର
ସମ୍ପାଦନା- ↑ "Benefits of Rice Water for Skin and Hair". Makeupandbeauty.com. 20 March 2015. Archived from the original on 25 September 2018. Retrieved 27 July 2018.