ତେଣ୍ଡା
ତେଣ୍ଡା ଚାଷ କାମରେ ପାଣିମଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ଏକ ବାଉଁଶ ତିଆରି ଯନ୍ତ୍ର । [୧] ଏହା ଓଡ଼ିଶାର କୋଣ ଅନୁକୋଣରେ ବହୁଳ ଭାବେ ଉଠା ଜଳସେଚନ ନିମନ୍ତେ ବ୍ୟବହାର ହୋଇଥାଏ । [୨] [୩] ଯେତେବେଳେ ଜମିର ଉଚ୍ଚତା ଅଧିକ ଥାଏ ସେତେବେଳେ ଏକ ପାଣିକୁ ବନ୍ଧାଇ ଏକ ଅସ୍ଥାୟୀ କୁଣ୍ଡ ତିଆରି କରାଯାଇଥାଏ । ଏହି କୁଣ୍ଡରୁ ତେଣ୍ଡା ସାହାଯ୍ୟରେ ପାଣି ମଡ଼ାଯାଇଥାଏ । ଆଦିବାସୀ ଜନଜାତି ହୋ ଢିପ ଜମିରେ ତେଣ୍ଡା ସାହାଯ୍ୟରେ ପାଣି ମଡ଼ାଇଥାନ୍ତି । [୪] ଝରଣା, ଗାଡ଼ିଆ ଓ ପୋଖରୀର ପାଣି ତେଣ୍ଡା [୫] ସାହାଯ୍ୟରେ ଉଠାଇ ଏକ ଅସ୍ଥାୟୀ କୁଣ୍ଡରେ କିଛି ସମୟ ରଖାଯାଇଥାଏ । ତାହା ପରେ ତାକୁ ଏକ ନାଳି ଜରିଆରେ ସେଣି ବା ଜୁନତା ସାହାଯ୍ୟରେ ଜମି ମଧ୍ୟକୁ ଛଡ଼ାଯାଇଥାଏ । [୬] ୨୦୦୦ ମସିହାର ଏକ ସର୍ବେକ୍ଷଣରୁ ଜଣାଯାଇଥାଏ ଯେ ଓଡ଼ିଶାରେ ୧୨.୮ ଶତକଡ଼ା ଚାଷୀ ତେଣ୍ଡା ସାହାଯ୍ୟରେ ଜଳସେଚନ କରିଥାନ୍ତି ।[୭] ଆଗ କାଳରେ ଅଳ୍ପ ଉଚ୍ଚତାରେ ବହୁଥିବା ନାଳକୁ ବନ୍ଧାଇ ସେହି ଜଳକୁ ତେଣ୍ଡା ସାହାଯ୍ୟରେ ଜମିରେ ମଡ଼ାଯାଉଥିଲା । [୮]
ଆଉରି ଦେଖନ୍ତୁ
ସମ୍ପାଦନା- ଜନ୍ତା (ଜଳସେଚନ ଉପକରଣ)
- ସେଣି ବା ସେଣା
- ସୋଡୁଅ
- ଓଡ଼ିଶାର ଉଠା ଜଳସେଚନ
- ଜଳସେଚନ ଉପକରଣ
ଆଧାର
ସମ୍ପାଦନା- ↑ Orissa (India); Nilamani Senapati; N. K. Sahu (1968). Orissa District Gazetteers: Balangir. Superintendent, Orissa Government Press. Retrieved 16 April 2013.
- ↑ Bichitrananda Sinha (1999). Geography Of Orissa. National Book Trust, India. ISBN 978-81-237-2673-1. Retrieved 16 April 2013.
- ↑ Water Resources System Operation: Proceedings of the International Conference on Water and Environment (WE-2003), December 15-18, 2003, Bhopal, India. Allied Publishers. 2003. pp. 208–. ISBN 978-81-7764-548-4. Retrieved 16 April 2013.
- ↑ Kamal Kant Misra (1 January 1987). Social Structure And Change Among The Ho Of Orissa. Gyan Books. pp. 33–. ISBN 978-81-212-0080-6. Retrieved 16 April 2013.
- ↑ J.K. Samal (1990). Economic History of Orissa: 1866-1912. Mittal Publications. pp. 94–. ISBN 978-81-7099-218-9. Retrieved 16 April 2013.
- ↑ Rajib Lochan Sahoo (1 January 2004). Agrarian change and peasant unrest in colonial India: Orissa, 1912-1939. Manak Publications. ISBN 978-81-7827-096-8. Retrieved 16 April 2013.
- ↑ M. Dinesh Kumar (2003). Food security and sustainable agriculture in India: The water management challenge. IWMI. pp. 16–. ISBN 978-92-9090-521-9. Retrieved 16 April 2013.
- ↑ Sushanta Kumar Mahapatra (2005). Water Governance: A Historical Understanding of Mahanadi River Basin, Orissa. Madras Institute of Development Studies. Retrieved 16 April 2013.