ତୁହିନା ଦାସ

ବଙ୍ଗାଳୀ ଅଭିନେତ୍ରୀ


ତୁହିନା ଦାସ ଜଣେ ଭାରତୀୟ ଅଭିନତ୍ରୀ ଓ ମଡେଲ୍, ଯିଏକି ବଙ୍ଗଳା କଥାଚିତ୍ର ଏବଂ ଦୂରଦର୍ଶନ ଓ ୱେବ୍‌ସିରିଜ୍ ଆଦିରେ କାମ କରୁଛନ୍ତି

ପେଷା ସମ୍ପାଦନା

ସେ କଣ୍ଟାଇଠାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଫ୍ୟାସନ୍ ଡିଜିନିଂ ପଢ଼ିବା ପାଇଁ କଲିକତା ଯାଇଥିଲେ । କଲିକତା ଆସିବା ପରେ ସେ ଥିଏଟର ଗ୍ରୁପ୍‌ରେ ଯୋଗ ଦେଇଥିଲେ ଏବଂ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଆସଛେ ଆବାର ଶବର । ୨୦୧୯ ମସିହାରେ ସେ ଅପର୍ଣ୍ଣା ସେନ୍‌ଙ୍କଦ୍ୱାରା ରାଜନୈତିକ ଡ୍ରାମାକୁ ନେଇ ନିର୍ମିତ କଥାଚିତ୍ର ଘରେ ବାଇରେ ଆଜରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।[୧] ଏହି କଥାଚିତ୍ର ସେ ତାଙ୍କୁ ପଶ୍ଚିମବଙ୍ଗ ଚଳଚ୍ଚିତ୍ର ସାମ୍ବାଦିକ ସଂଘର ଶ୍ରେଷ୍ଠ ପ୍ରତିଜ୍ଞାକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ବଙ୍ଗଳା ୱେବ୍ ସିରିଜ୍ ଦାମୟନ୍ତୀରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଏହପରଠାରୁ ସେ ବଙ୍ଗଳା ସମେତ କିଛି ହନ୍ଦୀ କାର୍ଯ୍ୟକ୍ରମରେ ମଧ୍ୟ କାମ କରିଛନ୍ତି ।[୩][୪]

ଆଧାର ସମ୍ପାଦନା

  1. "Tuhina Das: 'Ghare Baire Aaj' has been a turning point in my career - Times of India". The Times of India (in ଇଂରାଜୀ). Retrieved 2021-10-25.
  2. "Tuhina Das on her cinematic journey". www.telegraphindia.com. Retrieved 2021-10-25.
  3. বিশ্বাস, বিহঙ্গী. "ঘরভর্তি ধোঁয়া, সবাই মিলে বসে মদ-সিগারেট খাচ্ছে, বেরিয়ে এলাম...: তুহিনা". www.anandabazar.com (in Bengali). Retrieved 2021-07-20.
  4. "Why Tuhina broke down - Times of India". The Times of India (in ଇଂରାଜୀ). Retrieved 2021-07-20.

ବାହାର ଲିଙ୍କ୍ ସମ୍ପାଦନା