ତୁଳସୀ ଲାହିରି
ତୁଳସୀ ଲାହିରି (୭ ଅପ୍ରେଲ ୧୮୯୭ - ୨୨ ଜୁନ୍ ୧୯୫୯) ଜଣେ ବଙ୍ଗାଳୀ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟକାର ଥିଲେ ।
ତୁଳସୀ ଲାହିରି | |
---|---|
ଜନ୍ମ | ରଙ୍ଗପୁର, ବ୍ରିଟିଶ ଭାରତ | ୭ ଅପ୍ରେଲ ୧୮୯୭
ମୃତ୍ୟୁ | ୨୨ ଜୁନ ୧୯୫୯ | (ବୟସ ୬୨)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତା କଥାଚିତ୍ର ନିର୍ଦ୍ଦେଶକ ନାଟ୍ୟକାର |
ସକ୍ରିୟ ବର୍ଷ | ୧୯୨୦–୧୯୫୯ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଲାହିରି ୧୮୯୭ ମସିହାରେ ବ୍ରିଟିଶ ଭାରତର ରଙ୍ଗପୁରର ନାଲଡଙ୍ଗା ଗାଆଁର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବିଏ ଏବଂ ବିଏଲ୍ ପାସ୍ କରି ରଙ୍ଗପୁର କୋର୍ଟରେ ଜଣେ ଓକିଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ କଲିକତାର ଅଲିପୁରକୁ ଆସିବା ପରେ ଉସ୍ତାଦ୍ ଜାମିରୁଦ୍ଦିନ ଖାନ୍ ତାଙ୍କର ଦୁଇଟି ଗୀତ ରେକର୍ଡ଼ କରିଥିଲେ ଏବଂ ଲାହିରିଙ୍କୁ ତାଙ୍କ ମାଷ୍ଟରସ୍ ଭଏସ୍ କମ୍ପାନୀରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଯୋଗଦେବାକୁ ପ୍ରେରିତ କରିଥିଲେ ।[୧]
ପେଷା
ସମ୍ପାଦନାସେ ମଞ୍ଚ ଏବଂ କଥାଚିତ୍ରରେ ଅଭିନେତା, କଣ୍ଠଶିଳ୍ପୀ ଏବଂ ବାଦ୍ୟକାର ଭାବରେ କାମ କରିଥିଲେ । ସେ ପ୍ରଥମେ ନୀରବ କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ପରେ ୫୦ରୁ ଅଧିକ କଥାଚିତ୍ରରେ କାମ କରିଥିଲେ । ବଙ୍ଗରେ ତାଙ୍କ ଅଭିନୀତ ନାଟକ ଦୁଃଖୀର ଇମାନ ଏବଂ ଛେନ୍ରା ତାର ଅନୁଷ୍ଠିତ ହେବା ପରେ ସେ ଲୋକପ୍ରିୟ ହୋଇଥିଲେ । ସେ ଏକ ଅର୍କେଷ୍ଟ୍ରା ଗଢ଼ିଥିଲେ, ଯାହାକି ମୁଖ୍ୟତଃ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରୁଥିଲା ।୧୯୩୩ ମସିହାରେ ସେ ଜାମୁନା ପୁଲିନେ ଏବଂ ରାଧା କ୍ରିଷ୍ଣା ନାମକ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧]
- ମହାସମ୍ପଦ
- ଚୋରାବାଲି
- ଦୁଖୀର ଇମାନ
- ଭିଟି
- ଛେନ୍ରା ତାର
- ନାଟ୍ୟକାର
- ନାୟକ
- ଚୁରାୟନନ୍ଦ
- ବାଂଲାର ମାଟି
- ଠିକାଦର
ଅଭିନୀତ କଥାଚିତ୍ର
ସମ୍ପାଦନା- ମ୍ରିତେର ମର୍ତ୍ତ୍ୟେ ଆଗମନ
- ମନ୍ମୟୀ ଗାର୍ଲ୍ସ ସ୍କୁଲ
- ପାରଶ ପଥର
- ବକ୍ସିଦ୍ଧା
- ସାହେବ ବିବି ଗୋଲାମ
- ସାଗର ସଙ୍ଗମେ
- ପରଭ୍ରିତିକା
- ପଥିକ
- ଦିଗ୍ଭ୍ରାନ୍ତ
- ବାମୁନେର୍ ମେୟେ
- ରାମପ୍ରସାଦ
- ତୁମି ଆର୍ ଆମି
- ଜୀବାନ ସଙ୍ଗିନୀ
- ଅବତାର
- ରିକ୍ତା
- ବଙ୍ଗାଳୀ
- ରାଧା କୃଷ୍ଣ
- ସୋନାର ସଂସାର
- ମାତ୍ରି ସ୍ନେହ
ଆଧାର
ସମ୍ପାଦନା- ↑ ୧.୦ ୧.୧ Vol - I, Subodh C. Sengupta & Anjali Basu (2002). Sansad Bangali Charitavidhan (Bengali). Kolkata: Sahitya Sansad. p. 198. ISBN 81-85626-65-0.
- ↑ "Group Theatres in Calcutta (1944-80)" (PDF). Retrieved May 2, 2018.
ବାହ୍ୟ ଲିଙ୍କ୍ |
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁଳସୀ ଲାହିରି