ତିରିଚ ମୀର
ତିରିଚ ମୀର (ترچ میر, Tirich Mir) ପାକିସ୍ତାନର ଚିତ୍ରାଳ ସହର ପାଖେସ୍ଥିତ ଏକ ପର୍ବତ ଅଟେ , ଯାହା ହିନ୍ଦୁ କୁଶ ପର୍ବତ ଶୃଙ୍ଖଳର ସବୁଠାରୁ ଉଚ୍ଚ ପର୍ବତ ଅଟେ । ୭,୭୦୮ ମିଟର (୨୫୨୮୯ ଫିଟ) ଉଚ୍ଚ ଏହି ପର୍ବତ ହିମାଳୟ - କରକୋରାମ ଶ୍ରେଣୀ ବାହାରର ସବୁଠାରୁ ଉଚ୍ଚ ପର୍ବତ ଅଟେ ଏବଂ ଦୁନିଆର ୩୩ତମ ସବୁଠାରୁ ଉଚ୍ଚ ଶିଖର ଅଟେ (ବାକି ୩୨ତମ ହିମାଳୟ - କରକୋରାମରେସ୍ଥିତ ରହିଛି ) । ଚିତ୍ରାଳ ସହରରୁ ତିରିଚ ମୀର ଦେଖାଯାଏ କିନ୍ତୁ ଏହି ପାହାଡ଼ ଏତେ ବିଶାଳ କି, ଏହାଦ୍ୱାରା ପାକିସ୍ତାନର ଆର ପାର୍ଶ୍ୱ "ଆଫଗାନିସ୍ତାନ"ର କିଛି ସୀମା ଦେଖାଯାଏ ।[୨]
ତିରିଚ ମୀର | |
---|---|
ପାକିସ୍ତାନରେ ସ୍ଥିତ | |
Elevation | ୭,୭୦୮ m (୨୫,୨୮୯ ft) ୩୩ତମ ସବୁଠାରୁ ଉଚ୍ଚ |
Prominence | ୩,୦୯୮ m (୧୦,୧୬୪ ft) ୩୦ତମ ସବୁଠାରୁ ଉଚ୍ଚ |
Listing | ଚରମ |
Location | |
Location | ପାକିସ୍ଥାନ |
Range | ହିନ୍ଦୁ କୁଶ |
Coordinates | 36°15′15″N 71°50′36″E / 36.25417°N 71.84333°E[୧] |
Climbing | |
First ascent | 1950 |
Easiest route | ହିମାନି ଏବଂ ବରଫ |
ନାମର ଉତ୍ପତ୍ତି
ସମ୍ପାଦନା"ମୀର" ଶବ୍ଦର ଅର୍ଥ "ରାଜା" କିମ୍ବା "ମାଲିକ" ହୋଇଥାଏ । ତିରିଚ ମୀରର ପୁରା ନାମରେ ଦୁଇ ପ୍ରକାର ଧାରଣା ରହିଛି । ପ୍ରଥମଟି ହେଲା ଏହା ଚିତ୍ରାଳର ଏକ ଛୋଟ ତିରିଚ ନାମକ ବାଦୀ ପାଖରେ ରହିଛି , ହୋଇପାରେ କି ଏହାର ଅର୍ଥ "ତିରିଚ ବାଦୀର ରାଜା" ଅଟେ । ଦ୍ୱିତୀୟ ସମ୍ଭାବନା ଏହିକି, ଏହି ନାମ "ବାଖୀ ଭାଷା"ରୁ ହୋଇଛି ଯେଉଁଥିରେ "ତିରିଚ"ର ଅର୍ଥ "ଛାଇ" ହୋଇଥାଏ ,ମାନେ ପୁରା ନାମର ଅର୍ଥ "ଛାଇର ରାଜା" ଅଟେ । ଏହି ପର୍ବତର ଲମ୍ବା ଛାଇ ବଖାନର କ୍ଷେତ୍ରରେ ପଡିଥାଏ ।
ସର୍ବପ୍ରଥମ ଚଢାଳି
ସମ୍ପାଦନାତିରିଚ ମୀରର ଶିଖର ଉପରକୁ ସର୍ବପ୍ରଥମେ ୧୯୫୦ ମସିହାରେ "ନୋର୍ବେ"ରୁ ଆସିଥିବା ପର୍ବତ ଆରୋହିମାନଙ୍କ ମଧ୍ୟରୁ ଜଣେ ଯୁବକ ସଫଳତା ପୂର୍ବକ ଚଢ଼ିଥିଲେ । ଏହାର ପାଖାପାଖି ଅଞ୍ଚଳର ଲୋକମାନେ ବିଶ୍ୱାସ କରନ୍ତି କି , ଏହି ପାହାଡ଼ରେ ଜିନ୍ନ-ଭୂତ, ଡାହାଣୀ ଏବଂ ପରୀମାନେ ରହିଥା'ନ୍ତି ଯିଏ ଚଢାଳି ମାନଙ୍କ ପାଇଁ ସଙ୍କଟ ହୋଇଥା'ନ୍ତି । ବାସ୍ତବରେ ମଧ୍ୟ ପ୍ରତିବର୍ଷ ଏଠାକୁ ଆସୁଥିବା ଲୋକ ଏହାର ଆଖ-ପାଖରେ ବୁଲାବୁଲି କରି ଏବଂ ଚଢ଼ି ମରିଯା'ନ୍ତି । ପ୍ରାୟତଃ ବହୁ ତଳକୁ ପଡିଯିବାଦ୍ୱାରା ସେମାନଙ୍କ ଶରୀର ମିଳେନାହିଁ । वास्तव में भी हर साल यहाँ आये कुछ सैलानी इसकी ढलानों पर घूमते-चढ़ते मारे जाते हैं। अक्सर यह गहरी खाईयों में गिर जाते हैं और इनके शरीर नहीं मिलते।[୩]
ଏହାକୁ ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.peaklist.org/WWlists/ultras/afghan.html
- ↑ Himalaya, Michael Palin, Basil Pao, Macmillan, 2005, ISBN 978-0-312-34162-6, ... the solitary bulk of Tirich Mir, 25228 feet (7708 m), the highest mountain in the Hindu Kush ...
- ↑ Maps and scientific reports, Sir William Martin Conway, T. Fisher Unwin, 1894, ... in Tirich Mir, horses are hag-ridden and found with witches' stirrups in their manes, children are carried off, men have passed days in the fairies' company, and that two generations ago a Mehtar of Chitral married a fairy bride ...