ତାଲା
କବାଟ କିମ୍ବା ବାକ୍ସ ପରି ଜିନିଷକୁ ବନ୍ଦ ରଖିବା ପାଇଁ ତାଲା ବ୍ୟବହୃତ ହୁଏ । ତାଲାକୁ ଚାବି, ଇଲେକ୍ଟ୍ରୋନିକ୍ କାର୍ଡ୍ କିମ୍ବା ଗୁପ୍ତ କୋଡ଼୍ଦ୍ୱାରା ଖୋଲାଯାଇପାରେ । କୌଣସି ବସ୍ତୁକୁ ସୁରକ୍ଷିତ ରଖିବାରେ ତାଲାର ଭୂମିକା ଗୁରୁତ୍ୱପୂର୍ଣ ।
ତାଲା ପ୍ରଣାଳୀର ପ୍ରକାର
ସମ୍ପାଦନାଚାବିତାଲା କେବଳ ଚାବି ସାହାଯ୍ୟରେ ଖୋଲିଥାଏ । ଏପରି ତାଲା ଖୋଲିବା ପାଇଁ ଚାବି ପୁରାଇ ମୋଡ଼ିବାକୁ ପଡ଼େ । କବାଟ ଓ ବାକ୍ସରେ ଏପରି ତାଲା ବ୍ୟବହୃତ ହୁଏ । ଏହିପରି ତାଲାକୁ ବିଶେଷ ଯନ୍ତ୍ରଦ୍ୱାରା ଖୋଲାଯାଇପାରିବ ।
ସଂଖ୍ୟାତାଲାରେ ଗୋଟିଏ ଖୋଲିବା ଦଣ୍ଡ ଓ କିଛି ସଂଖ୍ୟା ଥାଏ । ସଂଖ୍ୟାଗୁଡ଼ିକୁ ଠିକ୍ ଭାବରେ ସଜାଇଲେ ତାଲା ଖୋଲିଥାଏ । ଏହାକୁ କମ୍ବିନେସନ୍ କୁହାଯାଏ । ପଇସା ଥାକ ଓ ସାଇକଲରେ ଏପରି ତାଲା ବ୍ୟବହାର ହୋଇଥାଏ ।
ଇଲେକ୍ଟ୍ରୋନିକ୍ ତାଲା କମ୍ପ୍ୟୁଟରରୁ ସନ୍ଦେଶ ପାଇଲେ ହିଁ ଖୋଲେ । ଏହି ସନ୍ଦେଶ ଗୋଟିଏ କମ୍ପ୍ୟୁଟର ଚିପ୍ରେ ସଂରକ୍ଷିତ ରଖାଯାଏ । କିମ୍ବା କୌଣସି ଲୋକର ଆଙ୍ଗୁଠିଚିହ୍ନ ବା ଆଖିକୁ ଦେଖି ଏହି ସନ୍ଦେଶ ତିଆରି କରାଯାଏ ।
ସମୟତାଲା ବ୍ୟାଙ୍କରେ ବ୍ୟବହୃତ ହୁଏ । ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାକୁ ଖୋଲାଯାଇ ପାରେନା । ବ୍ୟାଙ୍କ ବନ୍ଦ ହେବା ପରେ ଏହା ଚୋରି ଆଶଙ୍କାକୁ ଏଡ଼ାଏ ।
ତାଲାର ପ୍ରକାର
ସମ୍ପାଦନାକୋଲପ ହେଉଛି ଅତି ସାଧାରଣ ଭାବେ ବ୍ୟବହୃତ ତାଲା । ଏଗୁଡ଼ିକ ଚାବିଦ୍ୱାରା ଖୋଲେ । ଏପରି ତାଲାକୁ ଭାଙ୍ଗିବାର ସହଜ ଉପାୟ ହେଉଛି ଲମ୍ବା କଇଞ୍ଚିରେ କାଟିବା ।
ପିନ୍ ଟମ୍ବଲର୍ ତାଲା କବାଟରେ ବ୍ୟବହୃତ ହୁଏ । ଲିନସ୍ ୟେଲ୍ ଜୁନିଅର ଏହାକୁ ୧୮୬୦ରେ ଉଦ୍ଭାବନ କରିଥିଲେ ।
ଡେଡ୍ବୋଲ୍ଟ ତାଲାର ସିଲିଣ୍ଡରକୁ ନ ବୁଲାଇ ଖୋଲି ହୁଏ ନାହିଁ ।
ବସନ୍ତ କୁଣ୍ଡଳୀ ତାଲା । ଏହିପରି ତାଲା ଥିବା କବାଟକୁ ଟାଣିଦେଲେ ବନ୍ଦ ହୋଇଯାଏ । ଏହା ଡେଡ୍ବୋଲ୍ଟ ପରି ସୁରକ୍ଷିତ ନହେଲେ ମଧ୍ୟ ସହଜ ।
ସୁରକ୍ଷା
ସମ୍ପାଦନାକିଛି ତୁଳନୀୟ ବିଷୟକୁ ଛାଡ଼ିଦେଲେ, କୌଣସି ତାଲା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ତାଲାକୁ ବାହ୍ୟ ବଳ କିମ୍ବା ବିଶେଷ ଯନ୍ତ୍ରଦ୍ୱାରା ଖୋଲା ଯାଇପାରିବ । ଅତି ସାଧାରଣ ଭାବେ ବ୍ୟବହୃତ ବାହ୍ୟ ବଳ କାରକ ହେଉଛି ଜିମି ।
ପଞ୍ଜୀକୃତ ତାଲା ଖୋଲାଳୀ ହୋଇନଥିଲେ ତାଲା ଖୋଲିବା ହତିଆର ସାଙ୍ଗରେ ନେବା ଅନେକ ଦେଶରେ ବେଆଇନ ବିଚାର କରାଯାଏ ।