ତାରୀନ ଜାହାଁ

ବଙ୍ଗଳାଦେଶର ଅଭିନେତ୍ରୀ

ତାରୀନ ଜାହାଁ (ଜନ୍ମ: ୨୬ ଜୁଲାଇ ୧୯୭୬) [୧] ଜଣେ ବାଂଲାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଗାୟକ ।[୨] ସେ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ୧୯୮୭ କିମ୍ବା ୧୯୮୮ ମସିହାରେ, ସେ ଅଭିନୟ, ନୃତ୍ୟ ଏବଂ ଉପସ୍ଥାପିକା ପାଇଁ ନିର୍ମିତ ହୋଇଥିବା ଏକ ଦୂରଦର୍ଶନ ପ୍ରତିଯୋଗିତା କାର୍ଯ୍ୟକ୍ରମ ନୂତନ୍ କୁରିରେ ପ୍ରଥମେ ଭାଗନେଇଥିଲେ । ସେବେଠାରୁ ସେ ଶିଶୁ କଳାକାର ଭାବରେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ୨୦୦୬, ୨୦୦୭ ଓ ୨୦୧୨ ମସିହାରେ ତିନିଥର ଜିତିଛନ୍ତି ।[୩] ସେ ଦୁଇଟି କଥାଚିତ୍ରରେ କାମ କରିବା ସହ ଥରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି ।

ତାରୀନ ଜାହାଁ
তারিন জাহান
୨୦୧୮ରେ ତାରୀନ୍
Born (1976-07-26) ୨୬ ଜୁଲାଇ ୧୯୭୬ (ବୟସ ୪୭)
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ
ମଡେଲ
କଣ୍ଠଶିଳ୍ପୀ
Years active୧୯୮୮-ଏବେଯାଏଁ
Spouse
ସୋହେଲ୍ ଅର୍‌ମାନ
(m. ୨୦୦୧; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Awardsମେରିଲ୍ ପ୍ରଥମ ଆଲୋ ପୁରସ୍କାର (୩ ଥର)

ପ୍ରାରମ୍ଭିକ ଜୀବନ ସମ୍ପାଦନା

୧୯୮୭ କିମ୍ବା ୧୯୮୮ ମସିହାରେ ସେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ନୂତନ୍ କୁରି ନାମକ ଏକ ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ଅଭିନୟ, ନୃତ୍ୟ ଏବଂ କାହାଣୀକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ଉସ୍ତାଦ ହାସନ ଇକ୍ରମ ଉଲ୍ଲାଃଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିଲେ ।[୪] ମାତ୍ର ସାଢ଼େ ତିନି ବର୍ଷ ବୟସରୁ ସେ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ମାଆ ତାହମିନ୍ ବେଗମ୍ ତାଙ୍କୁ ତପନ ଦାସ ଗୁପ୍ତାଙ୍କ ପାଖକୁ ନୃତ୍ୟ ଶିଖିବାକୁ ପଠାଉଥିଲେ । ପାଞ୍ଚ ଭାଇଭଉଣୀମାନଙ୍କ ମଧ୍ୟରେ ସେ ସବୁଠାରୁ ସାନ ଥିଲେ ।[୫][୬] ସେ ଲାଲମାଟିଆ ମହିଳା କଲେଜରୁ ସାମାଜିକ କାର୍ଯ୍ୟରେ ସ୍ନାତକୋତ୍ତର କରିଥିଲେ ।[୭]

ବୃତ୍ତିଗତ ଜୀବନ ସମ୍ପାଦନା

ଅଭିନୟ ସମ୍ପାଦନା

ତାରୀନ ୧୯୮୮ ମସିହାରେ ବଙ୍ଗଳାଦେଶୀ ଦୂରଦର୍ଶନ ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ଏଇ ଶୁଭ ଦିନ ରାତ୍ରି, ଯେଉଁଥିରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ଏବଂ ପରେ ସେ ଶାହିଦୁଲ୍ଲାଃ କୈସରଙ୍କ ଏକ ଉପନ୍ୟାସ ଉପନ୍ୟାସ ଉପରେ ଆଧାରିତ ଧାରାବାହିକ ସଂଶପ୍ତକରେ କାର୍ଯ୍ୟ କରିଥିଲେ । ଏଟିଏନ୍ ବାଂଲାରେ ପ୍ରସାରିତ ଏକ ଧାରାବାହିକ କଥାଲବୁରିରେ ତୌକିର୍ ଅହମ୍ମଦଙ୍କ ସହ ସେ ଜଣେ ନାୟିକା ଭାବରେ ଦୂରଦର୍ଶନରେ କାମ କରିଥିଲେ ।

ଫୁଲ ବାଗନେର ସପ୍, କଥା ଚିଲୋ ଅନ୍ୟରୋକମ୍, ୟୁ-ଟର୍ଣ୍ଣ, ମାୟା, ହରାନୋ ଆକାଶ, ରାଜକନ୍ୟା, ସବୁଜ ବେଲ୍‌ବେଟ୍, ଏବଂ ଅଗ୍ନି ବୋଲକ ଭଳି ଧାରାବାହିରେ ସେ ଅଭିନୟ କରିଛନ୍ତି । ଏଥି ସହିତ ସେ ପ୍ରୀତି ଜତନ ଏବଂ କାଜଲେର ଦିନରାତ୍ରି ନାମକ ଦୁଇଟି ଟେଲିଫିଲ୍ମରେ କାମ କରିଛନ୍ତି ।[୮] କାଜଲେର ଦିନରାତ୍ରି ପାଇଁ ସେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।[୯]

ଜାହାଁ ପ୍ରିୟଙ୍କା ତ୍ରିବେଦୀ ଏବଂ ପ୍ରିୟଙ୍କା ବାନାର୍ଜୀଙ୍କ ପାଇଁ ଦୁଇଟି ଭାରତୀୟ-ବଙ୍ଗଳା ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ସେ ଏକ ବଙ୍ଗଳା ଚଳଚ୍ଚିତ୍ରରେ ଶବନୁରଙ୍କ ପାଇଁ ଡବିଂ କରିଥିଲେ ।

ଜାହାଁ ଏବଂ ତାଙ୍କର ଦୁଇ ଭଉଣୀ ଶମିମା ନାହରିନ୍ ଜାହାଁ ତୁହିନ୍ ଏବଂ ନାହିନ୍ କାଜୀ 'ତାନା' ନାମକ ଏକ ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ, ଯେଉଁଥିରେ ତାରୀନ୍ ଜାହାଁଙ୍କର 'ତା' ଏବଂ ନାହିନ୍ କାଜୀଙ୍କ 'ନା'କୁ ନେଇ ଗଠନ କରିଥିଲେ । କିନ୍ତୁ ତାରୀନ୍ ଜାହଁ ଏହି ପ୍ରଯୋଜନା ସସ୍ଥାକୁ ଛାଡ଼ି ତାଙ୍କ ନିଜର ଏକ ପ୍ରଯୋଜନା ସଂସ୍ଥା 'ଏ ନ୍ୟୁ ଟ୍ରି ଏଣ୍ଟରଟେନ୍‌ମେଣ୍ଟ' ଗଠନ କରିଛନ୍ତି ।[୧୦]

କଣ୍ଠଶିଳ୍ପୀ ସମ୍ପାଦନା

୨୦୧୧ ମସିହାରେ ଇଦ୍ ଉଲ୍ ଆଡାରେ ଆକାଶ ଦେବୋ କେକେ ନାମକ ତାଙ୍କର ପ୍ରଥମ ଏକକ ଆଲବମ୍ ମୁକ୍ତିଲାଭ କରିଥିଲା । ଏହି ଆଲବମ୍‌ରେ ୧୦ଟି ଗୀତ ଥିଲା ଯେଉଁଥିରୁ ଚାରିଟି ଦ୍ୱୈତ କଣ୍ଠରେ ଥିଲା । ଏହି ଚାରୋଟି ଗୀତର କଲିକତାର ରାଘବ ଚାଟାର୍ଜୀ ଓ ରପଙ୍କର ବାଗଚି ଏବଂ ବାଂଲାଦେଶର ଇବରାର୍ ଟିପୁ ଓ ତପନ ଚୌଧୁରୀ ଜାହାଁଙ୍କ ସହ କଣ୍ଠଦାନ କରିଥିଲେ । ସମସ୍ତ ଗୀତ ବିଭିନ୍ନ ଥିମ୍ ଉପରେ ଆଧାରିତ ଥିଲା । ମନ, ଯନ୍ତ୍ରଣା, ବର୍ଷା, ଆଶା, କଷ୍ଟ, ଆକାଶ, ଅନୁରୋଧ, ମାତା ଏବଂ ଅନ୍ୟାନ୍ୟ ବସ୍ତୁ ଉପରେ ଏହି ଗୀତଗୁଡ଼ିକ ନିର୍ମିତ ହୋଇଥିଲା ।[୪] ସେ ତାଙ୍କ ପିତାଙ୍କୁ "ଆମର୍ ପ୍ରଥମ୍ ଦେଖା ନାୟକ" ନାମକ ଏକ ଗୀତ ଉତ୍ସର୍ଗ କରିଥିଲେ, ଯାହାର ରଚନା କରିଥିଲେ ଜୁଲଫିକର ରସେଲ ଲେଖିଥିଲେ ଏବଂ ଇବ୍ରାର ଟିପୁ ସ୍ୱର ଦେଇଥିଲେ ।[୧୧] ତାଙ୍କର ଅନ୍ୟ ଏକ ଗୀତ "ସୋପ୍ନୋ ଗୁଲୋ ଜନାକ ପୋକର ମତ" ନାମକ ଏକ ନାଟକର ଟାଇଟଲ୍ ଗୀତ ମଧ୍ୟ ଗାଇଥିଲେ।[୧୨]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ଚଳଚ୍ଚିତ୍ର ନିର୍ମାତା ଅମଜାଦ୍ ହୁସେନ୍‌ଙ୍କ ପୁଅ ସୋହେଲ୍ ଅରମାନ୍‌ଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ ।[୧୩]

ଆଧାର ସମ୍ପାଦନା

  1. Masud, Mehedi (25 July 2013). তারিনের দিনরাত্রি [Tarin's Lifestyle]. Prothom Alo (in Bengali). Dhaka. Archived from the original on 4 March 2016. Retrieved 12 October 2015.
  2. "Launched her debut album in August 2011". Dhaka Mirror. 4 August 2011. Retrieved 12 October 2015.[permanent dead link]
  3. ঈদে তারিনের নাটক ‘হে নিস্তব্ধ পূর্ণিমা যামিনি’ [Tarin's 'Hey Nistobdho Purnima Jamini' on Eid]. Bijoy Bangla24 (in Bengali). Dhaka. 26 July 2013. Archived from the original on 21 November 2015. Retrieved 7 November 2015.
  4. ୪.୦ ୪.୧ "Tarin's different preparation…". Dhaka Mirror. 2011-08-04. Retrieved 12 October 2015.
  5. এই সময়ের তারিন. Samakal (in Bengali). Archived from the original on 2021-04-18. Retrieved 2020-11-11.
  6. তারিন জাহান - প্রিয়.কম. priyo.com (in Bengali).
  7. "Tareen honoured at her own college". The New Nation. 10 December 2019. Archived from the original on 17 April 2021. Retrieved 11 November 2020.
  8. বদলে যাওয়া তারিন. Ekushey TV. 2018-07-21.
  9. তারিনের ‘ডেলেশিয়া হত্যা’ [Tarin's 'Delishia Hotya']. Priyo News (in Bengali). Dhaka. 2014-11-30. Retrieved 12 October 2015.
  10. তারিন [Tarin]. Priyo News (in Bengali). Dhaka. Retrieved 12 October 2015.
  11. বাবাকে তারিনের উপহার! [Tarin's gift to her Father]. Priyo News (in Bengali). Dhaka. 2014-04-09. Retrieved 12 October 2015.
  12. Khan, Fahud (7 March 2013). নাটকের গানে কণ্ঠ দিলেন তারিন [Tarin rendered voice in Drama Track]. Priyo News (in Bengali). Dhaka. Retrieved 12 October 2015.
  13. ঢালিউডে আলোচিত বিবাহ বিচ্ছেদ [Notable divorces in Dhallywood]. Channel i (in Bengali). 2016-06-05. Retrieved 2019-11-30.

ବାହାର ଆଧାର ସମ୍ପାଦନା