ତାରା ସୁନ୍ଦରୀ
ତାରା ସୁନ୍ଦରୀ (୧୮୭୮-୧୯୪୮) ଜଣେ ବଙ୍ଗଳା ମଞ୍ଚ ଅଭିନେତ୍ରୀ, ଗାୟିକା ଓ ନର୍ତ୍ତକୀ ।[୧]
ତାରା ସୁନ୍ଦରୀ | |
---|---|
ଜନ୍ମ | ୧୮୭୮ |
ମୃତ୍ୟୁ | ୧୯୪୮ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନୟ |
ପ୍ରସିଦ୍ଧି | ଅଭିନେତ୍ରୀ |
ଜୀବନୀ
ସମ୍ପାଦନାତାରା ସୁନ୍ଦରୀ ୧୮୭୮ରେ ଜନ୍ମ ହୋଇଥିଲେ । ସେ ବିନୋଦିନୀ ଦାସୀଙ୍କ ସାହାଯ୍ୟରେ ଷ୍ଟାର୍ ଥିଏଟର୍ରେ ଯୋଗ ଦେଇଥିଲେ, ଯେଉଁଠେରେ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କଦ୍ୱାରା ସେ ନିଜ ପ୍ରଥମ ଅଭିନୟ ଚୈତନ୍ୟ ଲୀଳାରେ କରିଥିଲେ, ଯେଉଁଥିରେ ସେ ଏକ ବାଳକର ଅଭିନୟ କରିଥିଲେ । ସେ ସରଳା ନାଟକରେ ଗୋପାଳ ଭୂମିକାରେ ଅଭିନୟ କରିଥିଲେ । ସେ ତାଙ୍କର ଅଭିନୟ ଦକ୍ଷତେ ପାଇଁ ଜଣାଶୁଣା ଓ ମଞ୍ଚ ସ୍ତରରେ ଜଣେ ଅଗ୍ରଣୀ ନାରୀ । ୧୮୯୪ରେ ଚନ୍ଦ୍ରଶେଖର ନାଟକରେ ଶୈଳବାଳିନୀ ଚରିତ୍ର ତାଙ୍କ ପାଇଁ ପ୍ରସିଦ୍ଧି ଆଣି ଦେଇଥିଲା । ସେ ଅମ୍ରିତଲାଲ୍ ମିତ୍ରଙ୍କଠାରୁ ଅଭିନୟ ଶିଖିଥିଲେ । ସେ କାଶୀନାଥ ଚଟ୍ଟୋପାଧ୍ଧ୍ୟାୟଙ୍କଠାରୁ ନୃତ୍ୟ ଓ ରାମତରଣ ସାନ୍ୟାଲଙ୍କଠାରୁ ଗୀତ ଗାଇବା ଶିଖିଥିଲେ । ୧୮୯୭ରେ ସେ କ୍ଲାସିକ୍ ଥିଏଟର୍ ଦଳରେ ଯୋଗ ଦେଇଥିଲେ । ଏହି ଦଳଟି ଅମରେନ୍ଦ୍ରନାଥ ଦତ୍ତଙ୍କଦ୍ୱାରା ପରିଚାଳିତ ହେଉଥିଲା, ଯେ ଜଣେ ପ୍ରସିଦ୍ଧ ଅଭିନେତା ଓ ନାଟକ ଲେଖକ ଥିଲେ । ସେ ବହୁତ ନାଟକରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଅଭିନୟ ଦକ୍ଷତାକୁ ପ୍ରଶମସା କରାଯାଇଥିଲା ।[୨][୩]
ତାରା ସୁନ୍ଦରୀ ଅଭିନୟ ଜଗତରୁ ୧୯୨୨ରେ ତାଙ୍କ ପୁଅର ମୃତ୍ୟୁ ପରେ ଅବସର ନେଇଥିଲେ । ସେ ଭୁବନେଶ୍ୱର ଆସି ଏକ ଆସ୍ରମ କରିଥିଲେ । ସେ ତାଙ୍କର ସମସ୍ତ ସମୟ ଧର୍ମଚର୍ଚ୍ଚାରେ ବିତାଇଥିଲେ । ଗିରୀଶ ଚନ୍ଦ୍ର ଘୋଷଙ୍କ ଅନୁରୋଧରେ ସେ କୋଲକାତା ଫେରିଥିଲେ ଓ ପୁଣିଥରେ ଅଭିନୟ ଆରମ୍ଭ କରିଥିଲେ । ଫେରିବା ପରେ ତାଙ୍କ ପ୍ରଥମ ଅଭିନୟ ଥିଲା ଦୁର୍ଗେଶନନ୍ଦିନୀ ନାଟକରେ ଆୟେଶା ଚରିତ୍ର । ସେ ହରିଶ୍ଚନ୍ଦ୍ର ନାଟକରେ ଶୈବ୍ୟା ଚରିତ୍ରରେ, ରିଜିଆ ଦେଶଭକ୍ତ ଓ ବଳିଦାନ ନାଟକରେ ସରସ୍ୱତୀ ଚରିତ୍ରରେ ଅଭିନୟ କରିଥିଲେ । ସେ ବଙ୍ଗଳାରେ ତାଙ୍କ ଆଦ୍ୟ ଅଭିନୟ ଜୀବନ ଶିଶିର କୁମାର ଭାଦୁରୀଙ୍କ ସହ କରିଥିଲେ । ମିତ୍ର ଦଳରେ ଯୋଗ ଦେବା ପରେ ଅଭିନୟ ଜୀବନରେ ପରିବର୍ତ୍ତନ ଆସିଥିଲା । ସେ ଜନରେ ଏକ ଅତିଥି ଚରିତ୍ର ଅଭିନୟ କରିଥିଲେ ଓ ୧୯୨୬ରେ ଶ୍ରୀ ଦୂର୍ଗା ନାଟକରେ ଦୂର୍ଗା ଚରିତ୍ରରେ ଅଭିନୟ କରିଥିଲେ । ସେ ୧୯୪୮ରେ ମୃତ୍ୟୁବରଣ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ Sahni, Rohini; Shankar, V. Kalyan; Apte, Hemant (9 July 2008). Prostitution and Beyond: An Analysis of Sex Workers in India (in ଇଂରାଜୀ). SAGE Publications India. p. 326. ISBN 9788132100362.
- ↑ ୨.୦ ୨.୧ Mallik, Wahida. "Tara Sundari". en.banglapedia.org (in ଇଂରାଜୀ). Banglapedia. Retrieved 15 November 2017.
- ↑ Ramaswamy, Vijaya (1 January 2003). Re-searching Indian women (in ଇଂରାଜୀ). Manohar. p. 347. ISBN 9788173044960.