ତାରାନା ହାଲିମ

ବଙ୍ଗଳାଦେଶୀ ଅଭିନେତ୍ରୀ, ରାଜନୈତିଜ୍ଞ, ଆଇନଜୀବି

ତାରାନା ହାଲିମ (ଜନ୍ମ: ୧୬ ଅଗଷ୍ଟ ୧୯୬୬)[୪] ବଙ୍ଗଳାଦେଶୀ ରାଜନୈତିଜ୍ଞ, ପ୍ରାକ୍ତନ ଆଇନଜୀବୀ, ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଓ ନାଟ୍ୟକାର ।[୫] ସେ ପ୍ରଥମେ ଜଣେ ଦୂରଦର୍ଶନ ଅଭିନେତ୍ରୀ ଭାବରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଜାନୁଆରୀ ୨୦୧୮ରେ ତାଙ୍କୁ ବଙ୍ଗଳାଦେଶର ଏକ ରାଜ୍ୟର ସୂଚନା ବିଭାଗ ମନ୍ତ୍ରୀ ଭାବରେ ନିଯୁକ୍ତି କରାଯାଇଥିଲା ।[୬] ଏହାପୂର୍ବରୁ ସେ ଦୂରସଞ୍ଚାର ବିଭାଗର ମନ୍ତ୍ରୀ ଭାବରେ ଜୁଲାଇ ୨୦୧୪ରୁ ବଙ୍ଗଳାଦେଶ ସରକାର ପାଇଁ କାର୍ଯ୍ୟ କରିଥିଲେ ।[୭][୮]

ତାରାନା ହାଲିମ
তারানা হালিম
୨୦୧୭ରେ ତାରାନା
ଜନ୍ମ (1966-08-16) ୧୬ ଅଗଷ୍ଟ ୧୯୬୬ (ବୟସ ୫୭)[୧]
ତାଙ୍ଗାଇଲ, ପୂର୍ବ ପାକିସ୍ତାନ, ପାକିସ୍ତାନ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାଏଲ୍ଏଲ୍ଏମ୍[୧]
ଶିକ୍ଷାନୁଷ୍ଠାନଢାକା ବିଶ୍ୱବିଦ୍ୟାଳୟ
Officeସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
Predecessorହସନୁଲ ହକ୍ ଇନୁ
ରାଜନୈତିକ ଦଳବଙ୍ଗଳାଦେଶ ଆୱାମୀ ଲିଗ୍[୨]
ବୈବାହିକ-ସାଥୀଅହମ୍ମଦ ରୁବେଲ[୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ତାରାନା ହାଲିମ ପୂର୍ବ ପାକିସ୍ତାନର ତାଙ୍ଗାଇଲଠାରେ ୧୬ ଅଗଷ୍ଟ ୧୯୬୬ରେ ଜନ୍ମଗ୍ରହଣ କରିଥିଲେ ।[୯][୧୦] ତାଙ୍କ ବାପା ଏମ୍ଏ ହାଲିମ ଜଣେ ଆୟକର ବିଭାଗର ଆୟୁକ୍ତ ଥିଲେ ଏବଂ ପରେ ଏବଂ ପରେ ସେ ବଙ୍ଗଳାଦେଶର ଅର୍ଥ ବିଭାଗ ମନ୍ତ୍ରାଳୟରେ ଜଣେ ସଚିବ ଭାବରେ ଯୋଗ ଦେଇଥିଲେ । ତାଙ୍କ ମାଆ ଅଖତାର ହାଲିମ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ । ତିନି ଭାଇଭଉଣୀ ମଧ୍ୟରେ ତାରାନା ଥିଲେ କନିଷ୍ଠା ।[୧୧] ତାଙ୍କ ଘର ତାଙ୍ଗାଇଲର ନାଗରପୁର ଉପଜିଲ୍ଲାର ଧୁବରିୟା ଗାଁରେ ।[୧୦]

ତାରାନା ୧୯୮୨ ମସିହାରେ ଆଜିମପୁର ଅଗ୍ରଣୀ ବାଳିକା ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ ଏବଂ ୧୯୮୪ରେ ହଲିକସ୍ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ । ସେ ଢାକା ଶିକ୍ଷା ବୋର୍ଡ଼ରେ ଉଭୟ ଶିକ୍ଷାରେ ୯ମ ସ୍ଥାନରେ ରହିଥିଲେ । ଏହାପରେ ସେ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗରେ ପାଠ ପଢ଼ିଥିଲେ ।[୧୧]

ଅଭିନୟ ଜୀବନ ସମ୍ପାଦନା

ତାରାନା ସ୍କୁଲରେ ପଢ଼ୁଥିବାବେଳେ ମାତ୍ର ୫ ବର୍ଷ ବୟସରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସେ ପିମ୍ପଲସୁଟର ଭଳି ନାଟକରେ ଏକ ଜନ୍ଦାର ଭୂମିକାରେ ଅଭିନୟ କରିଥିଲେ । ଏହାପରେ ତାରାନା କଲେଜରେ ପଢ଼ୁଥିବାବେଳେ ଏକ ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ ଏବଂ ଏହାପରେ ସେ ରଙ୍ଗୀନ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ସେ ଦୂରଦର୍ଶନରେ ସ୍ନେହଧାକେ ଟାକି ଭଳି ନାଟକରେ କାମ କରିଥିଲେ ।[୧୨] ସେ ଏକ ଚଳଚ୍ଚିତ୍ରରେ ଅଭିନେତା ଫାରୁକ୍‌ଙ୍କର ସାନ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହାପରେ ସେ ବଙ୍ଗାଳୀ ଚଳଚ୍ଚିତ୍ର ସାହେବରେ କାମ କରିଥିଲେ ।

ତାରାନା ଅଭିନୟ ସ‌ହିତ ନିଜର ପାଠ ପଢ଼ା ଜାରି ରଖିଥିଲେ ଏବଂ ସେ ବିଶ୍ୱବିଦ୍ୟାଳୟରେ ଆଇନ ବିଜ୍ଞାନରେ ପାଠ ପଢ଼ୁଥିବାବେଳେ ଉମୟ ଟିଭିର ଏକ ନାଟକରେ ମଦିନା ଭୂମିକାରେ ଅଭିନୟ କରିଥିଲେ ଏବଂ ସେତେବେଳେ ଦର୍ଶକ ତାଙ୍କୁ ଅଧିକ ପସନ୍ଦ କରିଥିଲେ ।[୧୩] ସେ ୧୯୭୮ ମସିହାରେ ଅମଜାଦ ହୁସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅମିତାଭ ଗୋଲାପିରେ ଅଭିନୟ କରିଥିଲେ ।[୧୪]

ରାଜନୀତି ଓ ଅନ୍ୟାନ୍ୟ କାମ ସମ୍ପାଦନା

ତାରାନା ବଙ୍ଗବନ୍ଧୁ ସାଂସ୍କୃତିକ ଜାତି ନାମକ ଏକ ସାଂସ୍କୃତି ସଂସ୍ଥାରେ କାମ କରୁଥିଲେ ।[୧୫] ୨୦୦୯ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ସେ ବଙ୍ଗଳାଦେଶର ସଂସଦରେ ଥିବା ୪୫ଟି ସଂରକ୍ଷିତ ମହିଳା ଆସନରୁ ଗୋଟିଏ ପାଇଁ ନିର୍ବାଚିତ ହୋଇଥିଲେ ।[୧୬]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ତାରାନା ପ୍ରଥମେ ଜଣଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କର ଏକ ପୁଅ ଅଛି । ମାତ୍ର ପରେ ଏହି ଦମ୍ପତିଙ୍କର ବିବାହ ବିଚ୍ଛେଦ ହେବାପରେ ସେ ଅଭିନେତା ଅହମ୍ମଦ ରୁବେଲଙ୍କୁ ବିବାହ କରିଥିଲେ ।[୧୭]

ଆଧାର ସମ୍ପାଦନା

  1. ୧.୦ ୧.୧ "Constituency 308". Bangladesh Government. Archived from the original on September 24, 2015. Retrieved September 3, 2015.
  2. Utpaul Roy (21 June 2015). "তারানা হালিমের অন্য ভুবন". Manab Zamin. Archived from the original on 23 January 2022. Retrieved July 13, 2015.
  3. "Thoughts for the day". The Daily Star (Bangladesh). February 14, 2006. Archived from the original on November 5, 2015. Retrieved Sep 3, 2015.
  4. Abu Saeed Khan (July 26, 2015). "Takeaway for Tarana as new state minister". The Daily Star. Retrieved September 3, 2015.
  5. Nusrat Jahan Pritom (March 8, 2010). "Tarana Halim: Making a difference". The Daily Star. Archived from the original on November 24, 2015. Retrieved September 3, 2015.
  6. "Council of Ministers: Reshuffle comes with surprises". The Daily Star (in ଇଂରାଜୀ). 2018-01-04. Retrieved 2018-01-03.
  7. "মাননীয় প্রতিমন্ত্রিগণ". Government of Bangladesh. Retrieved April 22, 2016.
  8. "Asaduzzaman, Yeafesh, Nurul take oath as ministers. Tarana Halim, Md Nuruzzaman sworn in as state ministers". The Daily Star. July 14, 2015. Retrieved September 3, 2015.
  9. আবু সাঈদ খান (জুলাই ২৬, ২০১৫). "Takeaway for Tarana as new state minister". দ্য ডেইলি স্টার. Retrieved সেপ্টেম্বর ৩, ২০১৫. {{cite news}}: Check date values in: |accessdate= and |date= (help)
  10. ୧୦.୦ ୧୦.୧ "Constituency 308". parliament.gov.bd. parliament.gov.bd. Archived from the original on 24 September 2015. Retrieved 14 July 2015.
  11. ୧୧.୦ ୧୧.୧ "তারানা হালিমের অন্য ভুবন". মানবজমিন. 21 June 2015. Archived from the original on 23 January 2022. Retrieved 13 July 2015.
  12. Shah Alam Shazu (October 31, 2014). "The Five Generations of TV Heroines". The Daily Star. Retrieved Sep 3, 2015.
  13. উৎপল রায় (21 June 2015). "তারানা হালিমের অন্য ভুবন". মানবজমিন. Archived from the original on 23 January 2022. Retrieved 13 July 2015.
  14. "তারানা হালিম". bmdb.com.bd. বিএমডিবি. Retrieved 14 July 2015.
  15. "Steps to be taken to check road crashes". The Daily Star. February 6, 2010. Archived from the original on March 4, 2016. Retrieved September 3, 2015.
  16. UNB (March 20, 2009). "45 woman MPs elected". The Daily Star. Archived from the original on March 4, 2016. Retrieved September 3, 2015.
  17. ""Being marooned on an island would be a blessing in disguise." --Tarana". The Daily Star. August 9, 2005. Archived from the original on February 7, 2016. Retrieved September 3, 2015.

ବାହାର ଆଧାର ସମ୍ପାଦନା