ତାନିଆ ଅହମଦ
ତାନିଆ ଅହମଦ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ, ନର୍ତ୍ତକୀ ଏବଂ ନିର୍ଦ୍ଦେଶିକା ।[୧] ସେ ୧୯୯୧ ମସିହାରେ ବଙ୍ଗାଳଦେଶର ଏକ ଦୂରଦର୍ଶନରୁ ଅଭିନୟ ଆରମ୍ଭ କରିଥିଲେ । ସେ କେତୋଟି ନାଟକର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।
ତାନିଆ ଅହମଦ | |
---|---|
![]() ୨୦୧୧ରେ ତାନିଆ | |
ଜାତୀୟତା | ବଙ୍ଗଳାଦେଶି |
ଜୀବିକା | ଅଭିନେତ୍ରୀ, ମଡେଲ, ନୃତ୍ୟ ଶିକ୍ଷିକା ଏବଂ ନିର୍ଦ୍ଦେଶିକା |
କାର୍ଯ୍ୟକାଳ | ୧୯୯୧-ଏବେଯାଏଁ |
ଜୀବନସାଥି | ଏସ୍ ଆଇ ତୁତୁଲ |
ଅଭିନୟ ଜୀବନସମ୍ପାଦନ କରନ୍ତୁ
ତାନିଆ ୧୯୯୧ରେ ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ ।[୨] ସେ ସମ୍ପର୍କ ନାମକ ଏକ ଦୂରଦର୍ଶନ ଧାରାବାହିକ ଜରିଆରେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଫାରିଆ ହୋସାଇନ ନାମକ ଏକ ନାଟକର ନିର୍ଦ୍ଦେଶନାରୁ ସେ ତାଙ୍କର ନିର୍ଦ୍ଦେଶନା ପେଷା ମଧ୍ୟ ଆରମ୍ଭ କରିଥିଲେ । [୨] ଏହା ପରେ ସେ ମନୁଷ ଚେନା ଦାୟ, ଭଲବାସର ଅନ୍ତରାଳେ, ବେଳାଭୂମି, ଶ୍ରୀକାନ୍ତ, ଅମଦର ଅନନ୍ଦବରି, ଘୁନପୋକ, ଏଖୋନ ଦୁସ୍ମନ, ଶୁଖନଗର ଆପାର୍ଟମେଣ୍ଟ, ଇବଲିସ୍, ଘର ତେରା, ବକତ୍ତା, ଏବୋଙ୍ଗ ତାରାପୁର, ପୁତ୍ରଦାନ, ଫାୟାର ଏସେ ବୃହସ୍ପତି, ଶୋଧ ବୋଧ, ଅଲତା ରଙ୍ଗ ମୋନ, ମିସ୍ କଲ୍, ଶ୍ୟାମଳ ଛାୟା, ଯା ହରିୟେ ଜୟ, ଏକତୁ ବଲବାଶର ଜାନୋ, ସୁରଭି, ଚୁଟୋ ଚୁଟୋ ଦେଉ, ବ୍ରିସ୍ତିର କାନ୍ନା, ଓସ୍ରୁତୋ ସାନଗଳ୍ପ, ବିନିମୋୟୀ ତୁମି, ସହଯାତ୍ରୀ, ବ୍ରିସ୍ତିର ଚୋଖେ ଜୋଲ, ମାଧୁରୀ ଓ ଅନ୍ୟାନ୍ୟ, ବ୍ରିତ୍ତୋ ପେରିଯେ ଦେୟାଲ, ଯେ ଜାର ଭୁମିକୟ, ହୃଦୟର କଚ୍ଚେ, ନା, ଦିତିୟ ସତ୍ତୋ, ଓତୋଚୋ ଏଖୁନ ଦୁଃସମୟ, ବୀରପୁରୁଷ ବଶିକର୍ଣ୍ଣ, ମନୁଷ ନମୀର ନୋଦି, ରଙ୍ଗର ମନୁଷ, ଅନ୍ଧକାରର ମୁଖ, ମନ୍ତ୍ର ଦିଲମ ପ୍ରାନେର, ଲୋଭ, ସେକୁ, ସପଲୁଡ଼ୁ, ପ୍ରତ୍ୟବର୍ତ୍ତନ, ଟର୍ମିନାଲ୍, ଆପଣା ପର, ମାୟାଜାଲ, ପୁତୁଲ ଖେଳ, ରୂପକଥା, ସକାଳ ସନ୍ଧ୍ୟା ରାତ, ସିକନ୍ଦର ବକ୍ସ ଏଖୋନ ବିରାଟ ମଡେଲ, ସିକନ୍ଦର ବକ୍ସ କକ୍ସ ବଜାର-ଇ, ବଖରଖାନି, ଏକଦିନ ଛୁଟୀ ହୋବେ, ସୁପରଷ୍ଟାର, ସିକନ୍ଦର ବକ୍ସ ଏଖୁନ ନିଜ ଗ୍ରାମ-ଇ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।[୨] ୧୯୯୯ରୁ ତାନିଆ ମଧ୍ୟ କିଛି ଗୀତରେ ଦୃଶ୍ୟାୟିତ ଭିଡ଼ିଓ ଗୁଡ଼ିକର ନିର୍ଦ୍ଦେଶନା ଦେଇ ଆସୁଛନ୍ତି ।[୨]
୨୦୦୧-୨୦୦୫ସମ୍ପାଦନ କରନ୍ତୁ
ମୂହୁର୍ତ୍ତ, ମୟନ୍ସି, ଆର କୋତୋ କନ୍ଦାବେ ଏବଂ ଉରୋ ମେଘ ଭଳି ଆଲବମ୍ ଗୀତ ପାଇଁ ଦୃଶ୍ୟାୟି ଭିଡ଼ିଓର ନିର୍ଦ୍ଦେଶନା ଦେଇଥିଲେ ।[୩] ୨୦୦୪ରେ ସେ ହୁମାୟୁନ ଅହମଦଙ୍କର ଚଳଚ୍ଚିତ୍ର ଶ୍ୟାମଳ ଛାୟାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସେହି ବର୍ଷରେ ବଚସାସ୍ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାରୀ ସହକାରୀ ଅଭିନେତ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ।
୨୦୦୬-୨୦୧୦ସମ୍ପାଦନ କରନ୍ତୁ
ମୋସ୍ତଫା ସରୱାର ଫାରୁକୀଙ୍କର ଚଳଚ୍ଚିତ୍ର "ମେଡ୍ ଇନ୍ ବାଂଲାଦେଶ"ରେ ସେ ଅଭିନୟ କରିଥିଲେ । ଏହାପରେ ସେ "ବିଶ୍ୱରନର ନୋଡ଼ି" ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪]
୨୦୧୧-୨୦୧୫ସମ୍ପାଦନ କରନ୍ତୁ
୨୦୧୧ରେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ବିଚାରିକା ମଧ୍ୟ ସାଜିଥିଲେ । ଭିଟ୍ ଚେନାଲ ଆଇରେ ପ୍ରସାରତି କାର୍ଯ୍ୟକ୍ରମ "ଟପ୍ ମଡେଲ"ର ସେ ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।[୫] ଏହାପରେ ୨୦୧୨ରେ ସେ "ଦ ଏ ଟିମ୍" ନାମକ ଏକ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଏହି ଧାରାବାହିକଟି ଇଂଲଣ୍ଡରେ ସୁଟିଂ ହୋଇଥିଲା ।[୬] ୨୦୧୪ରେ ତାନିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ମଧ୍ୟ ଆରମ୍ଭ କରିଥିଲେ । "ଗୁଡ୍ ମଣିଙ୍ଗ୍ ଲଣ୍ଡନ" ନାମକ ଏକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧]
ବୈବାହିକ ଜୀବନ ଏବଂ ପରିବାରସମ୍ପାଦନ କରନ୍ତୁ
ତାନିଆ ଏସ୍ ଆଇ ତୁତୁଲଙ୍କୁ ବିବାହ କରିଥିଲେ । ତୁତୁଲ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଏବଂ ପପ୍ ଗାୟକ ।[୪] ଶ୍ରେୟାସ ଏବଂ ଆରୋଶ ନାମକ ତାଙ୍କର ଦୁଇଟି ପୁଅ ଅଛନ୍ତି ।[୧]
ଅଭିନୟସମ୍ପାଦନ କରନ୍ତୁ
- ସମ୍ପର୍କ
- ମନୁଷ ଚେନା ଦାୟ
- ଭଲବାସର ଅନ୍ତରାଳେ
- ବେଳାଭୂମି
- ଶ୍ରୀକାନ୍ତ
- ଅମଦର ଅନନ୍ଦବରି
- ଘୁନପୋକ
- ଏଖୋନ ଦୁସ୍ମନ
- ଶୁଖନଗର ଆପାର୍ଟମେଣ୍ଟ
- ଇବଲିସ୍
- ଘର ତେରା
- ବକତ୍ତା
- ଏବୋଙ୍ଗ ତାରାପୁର
- ପୁତ୍ରଦାନ
- ଫାୟାର ଏସେ ବୃହସ୍ପତି
- ଶୋଧ ବୋଧ
- ଅଲତା ରଙ୍ଗ ମୋନ
- ମିସ୍ କଲ୍
- ଶ୍ୟାମଳ ଛାୟା
- ଯା ହରିୟେ ଜୟ
- ଏକତୁ ବଲବାଶର ଜାନୋ
- ସୁରଭି
- ଚୁଟୋ ଚୁଟୋ ଦେଉ
- ବ୍ରିସ୍ତିର କାନ୍ନା
- ଓସ୍ରୁତୋ ସାନଗଳ୍ପ
- ବିନିମୋୟୀ ତୁମି
- ସହଯାତ୍ରୀ
- ବ୍ରିସ୍ତିର ଚୋଖେ ଜୋଲ
- ମାଧୁରୀ ଓ ଅନ୍ୟାନ୍ୟ
- ବ୍ରିତ୍ତୋ ପେରିଯେ ଦେୟାଲ
- ଯେ ଜାର ଭୁମିକୟ
- ହୃଦୟର କଚ୍ଚେ
- ନା
- ଦିତିୟ ସତ୍ତୋ
- ଓତୋଚୋ ଏଖୁନ ଦୁଃସମୟ
- ବୀରପୁରୁଷ ବଶିକର୍ଣ୍ଣ
- ମନୁଷ ନମୀର ନୋଦି
- ରଙ୍ଗର ମନୁଷ
- ଅନ୍ଧକାରର ମୁଖ
- ମନ୍ତ୍ର ଦିଲମ ପ୍ରାନେର
- ଲୋଭ
- ସେକୁ
- ସପଲୁଡ଼ୁ
- ପ୍ରତ୍ୟବର୍ତ୍ତନ
- ଟର୍ମିନାଲ୍
- ଆପଣା ପର
- ମାୟାଜାଲ
- ପୁତୁଲ ଖେଳ
- ରୂପକଥା
- ସକାଳ ସନ୍ଧ୍ୟା ରାତ
- ସିକନ୍ଦର ବକ୍ସ ଏଖୋନ ବିରାଟ ମଡେଲ
- ସିକନ୍ଦର ବକ୍ସ କକ୍ସ ବଜାର-ଇ
- ବଖରଖାନି
- ଏକଦିନ ଛୁଟୀ ହୋବେ
- ସୁପରଷ୍ଟାର
- ସିକନ୍ଦର ବକ୍ସ ଏଖୁନ ନିଜ ଗ୍ରାମ-ଇ
ନିର୍ଦ୍ଦେଶନାସମ୍ପାଦନ କରନ୍ତୁ
- ଦ ଏ ଟିମ୍
ପୁରସ୍କାରସମ୍ପାଦନ କରନ୍ତୁ
- ବଚସାସ୍ ଚଳଚ୍ଚିତ୍ର ପୁରସ୍କାର, ୨୦୦୪: ଶ୍ରେଷ୍ଠ ସହକାରୀ ନାରୀ ଅଭିନେତ୍ରୀ (ଶ୍ୟାମଳ ଛାୟା)
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ Shah Alam Shazu (September 6, 2014). "Tania now filmmaker!". The Daily Star. Retrieved August 25, 2015.
- ↑ ୨.୦ ୨.୧ ୨.୨ ୨.୩ Deepita, Novera (June 24, 2005). "In conversation with Tania - A versatile talent". The Daily Star. Retrieved August 25, 2015.
- ↑ Mahalanobish, Shilpi (June 5, 2004). "Tania Ahmed: A versatile artiste". The Daily Star. Retrieved August 25, 2015.
- ↑ ୪.୦ ୪.୧ "Tania Ahmed - Doing the balancing act". The Daily Star. May 19, 2006. Retrieved August 25, 2015.
- ↑ "Taniya plays a negative role again". Dhaka Mirror. May 5, 2011. Retrieved November 16, 2015.
- ↑ "Eventful innings: Face to face with Tania Ahmed". The Daily Star. May 5, 2012. Retrieved August 25, 2015.