ତରୁଣ ବୋଷ
ତରୁଣ ବୋଷ (୧୪ ସେପ୍ଟେମ୍ବର ୧୯୨୮ - ୮ ମାର୍ଚ୍ଚ ୧୯୭୨) ଜଣେ ଭାରତୀୟ ଅଭିନେତା ଥିଲେ, ଯିଏକି ୧୯୬୦ ଓ ୧୯୭୦ ଦଶକରେ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।
ତରୁଣ ବୋଷ | |
---|---|
ଜନ୍ମ | |
ମୃତ୍ୟୁ | ୮ ମାର୍ଚ୍ଚ ୧୯୭୨ | (ବୟସ ୪୩)
ସକ୍ରିୟ ବର୍ଷ | ୧୯୫୭–୧୯୭୨ |
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାତରୁଣ ୧୯୨୮ ମସିହାର ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ନାଗପୁରରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ସେ ସେଣ୍ଟ ଫ୍ରାନ୍ସିସ୍ ହାଇସ୍କୁଲରେ ପଢ଼ିଥିଲେ । କିଶୋର ଅବସ୍ଥାରେ ସେ ଏକ ସ୍ଥାନୀୟ ନାଟକ ସଂସ୍ଥା ସହ ଯୋଡ଼ି ହୋଇଥିଲେ ଏବଂ ନାଟକ ପରିବେଷଣ କରିଥିଲେ । ୧୫ ବର୍ଷ ବୟସରେ, ସେ ନାଗପୁରର ନୂଆ କରି ଖୋଲାଯାଇଥିବା ଅଲ୍ ଇଣ୍ଡିଆ ରେଡିଓ ପାଇଁ ଅଡିସନ୍ ଦେଇଥିଲେ ଏବଂ ସେଠାରେ ରେଡିଓ ନାଟକରେ କାମ କରିଥିଲେ ।[୧]
ପେଷା
ସମ୍ପାଦନାଶିକ୍ଷା ସମାପ୍ତ କରିବା ପରେ ସେ ଡାକ ବିଭାଗରେ ଚାକିରୀ କରିଥିଲେ ଏବଂ ଟେଲିଗ୍ରାଫ୍ ପାଇଁ କାମ କରିବା ଆରମ୍ଭ କରିଥିଲେ, ଯାହାଫଳରେ ସେ ପାରିବାରିକ ଚାପ ବିନା ଅଭିନୟ କରିପାରିବେ ।[୧]
୧୯୫୭ ମସିହାରେ ସେ ଅସୀତ ସେନଙ୍କ ଚଳଚ୍ଚିତ୍ର ଅପରାଧି କୌନ୍ରେ ଅଭିନୟ କରିଥିଲେ, ଯେଉଁଥିରେ ମାଲା ସିହ୍ନା ଓ ଅଭି ଭଟ୍ଟାଚାର୍ଯ୍ୟ ମଧ୍ୟ ଅଭିନୟ କରିଥିଲେ । ବିମଳ ରାୟଙ୍କ ସୁଜାତା (୧୯୫୯)ରେ ତାଙ୍କର ଅଭିନୟକୁ ପ୍ରଶଂସା କରାଯାଇଥିଲା, ଯେଉଁଥିରେ ସେ ନୂତନ, ସୁନୀଲ ଦତ୍ତ ଏବଂ ସୁଲୋଚାନାଙ୍କ ସହ କାମ କରିଥିଲେ ।[୨]
୧୯୬୦ ଦଶକ ଓ ୧୯୭୦ ଦଶକର ପ୍ରଥମ ଭାଗରେ ତାଙ୍କ ଅଭିନୀତ କିଛି ଉଲ୍ଲେଖନୀୟ କଥାଚିତ୍ର ହେଲା, ଗୁମ୍ନାମ୍, ବନ୍ଦିନୀ (୧୯୬୩), ଅନୁପମା (୧୯୬୬), ଦେବର୍, ମୁଝେ ଜୀନେ ଦୋ (୧୯୬୩), ଆନ୍ ମିଲୋ ସାଜନା, ଇତ୍ୟାଦି । ସେ ଅଶୋକ କୁମାର, ଧର୍ମେନ୍ଦ୍ର, ମନୋଜ କୁମାର, ସୁନୀଲ ଦତ୍ତ, ବଳରାଜ ସାହାଣୀ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଜଣାଶୁଣା ଅଭିନେତାଙ୍କ ସହ କାମ କରିଥିଲେ । ବିମଳ ରୟ, ହୃଷିକେଶ ମୁଖାର୍ଜୀ, ସତ୍ୟେନ ବୋଷ, ଅସୀତ ସେନ, ଦୁଲାଲ ଗୁହାଙ୍କ ଭଳି ନିର୍ଦ୍ଦେଶଙ୍କମାନଙ୍କ ସହ ସେ କାମ କରିଥିଲେ ।
୧୯୫୭ ମସିହାରୁ ୧୯୭୨ ମସିହା ମଧ୍ୟରେ ସେ ୪୧ଟି କଥାଚିତ୍ରରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିବିଶେଷ, ଡାକ୍ତର ଏବଂ ବେଳେବେଳେ ବିଚାରପତି କିମ୍ବା ଆଇନଜୀବୀ ଭୂମିକାରେ ଅଭିନୟ କରିଥିଲେ, ଯାହା ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା ।
ଅଭିନୀତ କଥାଚିତ୍ର
ସମ୍ପାଦନା- ଅପରାଧି କୌନ୍? (୧୯୫୭)
- ମଧୁମତି (୧୯୫୮)
- ସୁଜାତା (୧୯୫୯)
- ଉସନେ କାହା ଥା (୧୯୬୦)
- ଶାମା (୧୯୬୧)
- ବେଗାନା (୧୯୬୩)
- ବନ୍ଦିନୀ (୧୯୬୩)
- ମୁଝେ ଜୀନେ ଦୋ (୧୯୬୩)
- କୋହରା (୧୯୬୪)
- ଆକାଶଦୀପ (୧୯୬୫)
- ଫରାର୍ (୧୯୬୫)
- ଗୁମ୍ନାମ୍ (୧୯୬୫)
- ଉଞ୍ଚେ ଲୋଗ୍ (୧୯୬୫)
- ଭୈୟା (୧୯୬୫)
- ଦେବର୍ (୧୯୬୬)
- ଅନୁପମା (୧୯୬୬)
- ଲଭ୍ ଇନ୍ ଟୋକିୟୋ (୧୯୬୬)
- ପ୍ୟାର୍ ମୋହବତ୍ (୧୯୬୬)
- ଛୋଟି ସି ମୁଲାକାତ୍ (୧୯୬୭)
- ଜାଲ୍ (୧୯୬୭)
- ଅନୋଖି ରାତ୍ (୧୯୬୮)
- ଜ୍ୟୋତି (୧୯୬୯)
- ଧର୍ତି କହେ ପୁକାର୍ କେ (୧୯୬୯)
- ଇନ୍ସାଫ୍ କା ମନ୍ଦିର୍ (୧୯୬୯)
- ସତ୍ୟକାମ (୧୯୬୯)
- ମହାରାଜା
- ଗନୱାର୍ (୧୯୭୦)
- ଗୁନାଃ ଔର୍ କାନୁନ୍ (୧୯୭୦)
- ଆନ୍ ମିଲୋ ସଜନା (୧୯୭୦)
- ଜୀବନ ସଂଗ୍ରାମ (୧୯୭୪)
ମୃତ୍ୟୁ
ସମ୍ପାଦନା୧୯୭୨ ମସିହାର ମାର୍ଚ୍ଚ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Tarun Bose Biography". memsaabstory.com. 23 July 2010. Retrieved 27 May 2013.
- ↑ Khageśa Debabarmana (2013). S.D. Burman: The World of His Music. Rupa Publications India. pp. 1959–. ISBN 978-81-291-2063-2. Retrieved 27 January 2015.
- ↑ "Tarun Bose (Part 5): Favourite directors". memsaabstory.com. 24 August 2010. Retrieved 27 May 2013.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତରୁଣ ବୋଷ