ତରଳ ବାୟୁ (ଇଂରାଜୀ: Liquid air) ବାୟୁର ଏକପ୍ରକାର ଅବସ୍ଥା ଯାହାକୁ ନିମ୍ନ ତାପକ୍ରମରେ ଚାପ ପ୍ରଦାନ କରି ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ ଅଣାଯାଏ । ଏଥିପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର ଅଛି । ଏହି ଯନ୍ତ୍ର ସାହାଯ୍ୟରେ ସାଧାରଣ ବାୟୁରୁ ତରଳ ବାୟୁ ପ୍ରସ୍ତୁତ କରାଯାଏ । ଏହା ତରଳାବସ୍ଥାରେ ଜଳ ଭଳି ବର୍ଣ୍ଣହୀନ କିମ୍ବା ସାମାନ୍ୟ ନୀଳରଙ୍ଗର[୧] ଦିଶେ ।
ତରଳ ବାୟୁକୁ ଆବଦ୍ଧ ପାତ୍ର ଭିତରେ ରଖାଯାଏ, ଖୋଲା ପାତ୍ରରେ ରଖିଦେଲେ ଏହା ସଙ୍ଗେ ସଙ୍ଗେ ବାଷ୍ପୀଭୂତ ହୋଇ ଉଡ଼ିଯାଏ । ଏହାର ଏକ ନିର୍ଦ୍ଧିଷ୍ଟ ସ୍ପୁଟନାଙ୍କ ନାହିଁ ।

ତରଳ ନାଇଟ୍ରୋଜେନ

ବୈଶିଷ୍ଠ୍ୟ ସମ୍ପାଦନା

ତରଳ ବାୟୁର ଘନତ୍ୱ ପ୍ରାୟ ୮୭୦ କିଲୋଗ୍ରାମ ପ୍ରତି ଘନମିଟର । ମାତ୍ର ମୌଳିକ ଉପାଦାନର ପ୍ରକାର ଭିତ୍ତିରେ ଏହାର ଘନତ୍ୱ ନିର୍ଭର କରେ । ତରଳ ବାୟୁ ୫୮କେଲଭିନ ତଥା -୨୧୫° ସେଲସିଅସରେ ବରଫରେ ପରିଣତ ହୋଇପାରେ । ଏହାର ସ୍ପୁଟନାଙ୍କ ୧୯୪.୩୫° ସେଲସିଅସ । ବାୟୁମଣ୍ଡଳୀୟ ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୋଇଯାଏ ।

ବ୍ୟବହାର ସମ୍ପାଦନା

  • ଫୁଏଲ ଗ୍ୟାସ ୱେଲଡ଼ିଙ୍ଗ ଆଣ୍ଡ କଟିଙ୍ଗ: ଇନ୍ଧନଗ୍ୟାସ ଏବଂ ଅମ୍ଳଜାନ ସାହାଯ୍ୟରେ ଧାତବୀୟ ପଦାର୍ଥକୁ କାଟିବା ଓ ଯୋଡ଼ିବା
  • କମ ତାପମାତ୍ରାରେ ଶ୍ୱାସନେବାରେ ସାହାଯ୍ୟ କରିବା[୨]
  • ଯବକ୍ଷାରଜାନ ସାଧାରଣ ତାପମାତ୍ରାରେ ତଥା ଗ୍ୟାସୀୟ ଅବସ୍ଥାରେ ବିଶେଷ ବ୍ୟବହୃତ ହେଉନଥିବାବେଳେ ତରଳ ଅବସ୍ଥାରେ ଅଧିକ ବ୍ୟବହୃତ ହୋଇଥାଏ
  • ୧୮୯୯-୧୯୦୨ ମସିହା ମଧ୍ୟରେ ଲିକ୍ୟୁଇଡ ଏୟାର ନାମକ ଏକ ଗାଡ଼ି କମ୍ପାନୀ ଏକ କାର ତିଆରି କରିଥିଲା, ଯାହା ତରଳ ବାୟୁ ଇନ୍ଧନରୂପେ ବ୍ୟବହାର କରି ଚାଲିପାରିଥାନ୍ତା । ଏଣୁ ତରଳ ବାୟୁ ଶକ୍ତି ସଂରକ୍ଷଣର ଏକ ମାଧ୍ୟମ

ଚିତ୍ରାବଳୀ ସମ୍ପାଦନା

ଆଧାର ସମ୍ପାଦନା

  1. Babbage (Oct 15, 2012). "Difference Engine: End of the electric car?". The Economist. Retrieved Oct 21, 2012.
  2. https://www.stirlingcryogenics.com/EN/markets/applications/life-support-with-liquid-air[permanent dead link]

ଆହୁରି ଦେଖିପାରିବେ ସମ୍ପାଦନା