ଡ୍ରୋନାବିନୋଲ

ଏହା ଏକ ଔଷଧ ଯାହା ଏଡସ ରୋଗର ଖାଇବା ଲାଳସାକୁ ଉତ୍ସାହିତ କରିବା ପାଇଁ ଏବଂ କେମୋଥେରାପି ଜନିତ ଅଇ ଓ ବାନ୍ତିର ସାଧା

ଡ୍ରୋନାବିନୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମାରିନୋଲ, ହେଉଛି ଏକ ଔଷଧ ଯାହା ଏଡସ ରୋଗର ଖାଇବା ଲାଳସାକୁ ଉତ୍ସାହିତ କରିବା ପାଇଁ ଏବଂ କେମୋଥେରାପି ଜନିତ ଅଇ ଓ ବାନ୍ତିର ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ୨୪ ଘଣ୍ଟାରୁ ଅଧିକ ସମୟ ଧରି ରହିପାରେ ।[୪]

<span title="International nonproprietary name (INN): <nowiki>Mr. Ibrahem/Dronabinol</nowiki>">ଶ୍ରୀ ଇବ୍ରାହିମ୍ / ଡ୍ରୋନାବିନୋଲ୍ |
କ୍ଲିନିକାଲ୍ ତଥ୍ୟ |
ଉଚ୍ଚାରଣ droe nab 'i nol [୧]
ବାଣିଜ୍ୟ ନାମ ମାରିନୋଲ୍, ସିଣ୍ଡ୍ରୋସ୍, ରେଡୁଭୋ, ଆଡଭର୍ସା, ଅନ୍ୟମାନେ |
AHFS / Drugs.com ମନୋଗ୍ରାଫ୍ ଡ୍ରଗ୍ କ୍ଲାସ୍ | କାନନାବିନଏଡ୍ [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ପରମ ଆନନ୍ଦ ଅନୁଭବ କରିବା, ଅଇ, ବାନ୍ତି, ଏବଂ ଅସ୍ୱାଭାବିକ ଭାବନା ସୃଷ୍ଟି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, ଦ୍ରୁତ ହୃତ୍‌ସ୍ପନ୍ଦନ, ଅପବ୍ୟବହାର ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୨] [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଉତ୍ପାଦିତ କାନନାବିନଏଡ; ଟେଟ୍ରାହାଇଡ୍ରୋକାନାବିନୋଲର ଏକ ଆଇସୋମର୍ ଏବଂ ଗଞ୍ଜେଇର ମୁଖ୍ୟ ମତି-ସକ୍ରିୟକ ଉପାଦାନ ଅଟେ ।[୪] [୧]

୧୯୮୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡ୍ରୋନାବିନୋଲ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ୨.୫ ମିଗ୍ରା ମାତ୍ରା ଦିନକୁ ଦୁଇଥର କ୍ରୟ କଲେ ପ୍ରାୟ ୫୨ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚିତ ତୃତୀୟ ନିୟନ୍ତ୍ରିତ ପଦାର୍ଥ ଅଟେ । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Dronabinol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 27 December 2021.
  2. ୨.୦ ୨.୧ ୨.୨ ୨.୩ "DailyMed - DRONABINOL capsule". dailymed.nlm.nih.gov. Archived from the original on 25 March 2021. Retrieved 27 December 2021.
  3. Badowski ME (September 2017). "A review of oral cannabinoids and medical marijuana for the treatment of chemotherapy-induced nausea and vomiting: a focus on pharmacokinetic variability and pharmacodynamics". Cancer Chemotherapy and Pharmacology. 80 (3): 441–449. doi:10.1007/s00280-017-3387-5. PMC 5573753. PMID 28780725.
  4. ୪.୦ ୪.୧ ୪.୨ "Dronabinol Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 27 December 2021.
  5. ୫.୦ ୫.୧ "Dronabinol Prices, Coupons & Savings Tips - GoodRx". GoodRx. Retrieved 27 December 2021.