ଡୋକ୍ସାପ୍ରାମ (ଇଂରାଜୀ ଭାଷାରେ Doxapram), ଅନ୍ୟମାନଙ୍କ ମଧ୍ୟରେ ଡୋପ୍ରାମ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅସ୍ତ୍ରୋପଚାର ପରେ ଶ୍ୱାସକ୍ରିୟା ଅବସାଦ ହେଲେ ବା ତୀବ୍ର ଶ୍ୱାସକ୍ରିୟା ବିଫଳତା ହେଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା କିନ୍ତୁ ଏକ ପସନ୍ଦର ଚିକିତ୍ସା ନୁହେଁ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଔଷଧର ପ୍ରଭାବ ସାଧାରଣତଃ ପ୍ରାୟ ୩୦ ସେକେଣ୍ଡରେ ଘଟିଥାଏ ଏବଂ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୧]

ଡୋକ୍ସାପ୍ରାମ
Clinical data
Trade namesDopram, Stimulex, Respiram, others
SynonymsDoxapram hydrochloride
AHFS/Drugs.commonograph
Routes of
administration
Intravenous
Legal status
Legal status
  • ℞ (Prescription only)
Pharmacokinetic data
Onset of action30 sec[୧]
Duration of action5 to 12 min[୧]
Identifiers
  • 1-ethyl-4- (2-morpholin-4-ylethyl)- 3,3-diphenyl-pyrrolidin-2-one
ECHA InfoCard100.005.653 Edit this at Wikidata
Chemical and physical data
FormulaC24H30N2O2
Molar mass୩୭୮.୫୨ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଉଚ୍ଚ ରକ୍ତଚାପ, ମୁହଁ ଲାଲ ଦେଖାଯିବା, ଝାଳ ବୋହିବା, ବାନ୍ତି ଏବଂ ଅନୈଚ୍ଛିକ ମାଂସପେଶୀ ସଂକୋଚନ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର, ବାତ ଏବଂ ଲାଲ ରକ୍ତ କଣିକା ଭାଙ୍ଗିବା ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ନିର୍ମାତା ଏହା ଦେବାକୁ ସୁପାରିଶ କରନ୍ତି ନାହିଁ ।[୨] ଏହା ଏକ ଶ୍ୱସକ୍ରିୟା ଉଦ୍ଦୀପକ ଔଷଧ ।[୨]

୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡୋକ୍ସାପ୍ରାମ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୧୦୦ ମିଗ୍ରା ବିଶିଷ୍ଟ ୫ ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୧୩୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୭୨ ଡଲାର ଅଟେ ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Doxapram Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 27 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 315. ISBN 978-0857114105.
  3. "Dopram Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 27 December 2021.