ଡେସିପ୍ରାମାଇନ

ଏହା ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡ଼ର ଏବଂ ପୋଷ୍ଟ‌ହରପେଟିକ ସ୍

ଡେସିପ୍ରାମାଇନ, ଏକ ବେପାର ନାମ ନୋରପ୍ରାମିନ ହେଉଛି ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡ଼ର ଏବଂ ପୋଷ୍ଟ‌ହରପେଟିକ ସ୍ନାୟୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ୫ ଦିନ ମଧ୍ୟରେ ଔଷଧର ଉପକାର ଦେଖାଯାଇପାରେ ଓ ପୂର୍ଣ୍ଣ ପ୍ରଭାବ ପାଇଁ ୩ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।

ଡେସିପ୍ରାମାଇନ
Skeletal formula of desipramine
Ball-and-stick model of the desipramine molecule
Clinical data
Trade namesNorpramin, Pertofrane, others
SynonymsDesmethylimipramine; Norimipramine; EX-4355; G-35020; JB-8181; NSC-114901[୧][୨][୩]
AHFS/Drugs.commonograph
MedlinePlusa682387
Pregnancy
category
  • US: N (Not classified yet)
Routes of
administration
By mouth, intramuscular injection
Legal status
Legal status
Pharmacokinetic data
Bioavailability60–70%[୫]
Protein binding91%[୫]
MetabolismLiver (CYP2D6)[୪]
Elimination half-life12–30 hours[୫]
ExcretionUrine (70%), feces[୫]
Identifiers
  • 3-(10,11-dihydro-5H-dibenzo[b,f]azepin-5-yl)-N-methylpropan-1-amine
ECHA InfoCard100.000.037 Edit this at Wikidata
Chemical and physical data
FormulaC18H22N2
Molar mass୨୬୬.୩୯ g·mol−1
3D model (JSmol)
  • c1cc3c(cc1)CCc2c(cccc2)N3CCCNC
  • InChI=1S/C18H22N2/c1-19-13-6-14-20-17-9-4-2-7-15(17)11-12-16-8-3-5-10-18(16)20/h2-5,7-10,19H,6,11-14H2,1H3 checkY
  • Key:HCYAFALTSJYZDH-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ନିଦ୍ରା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା, ମାନିଆ, ଆରିଥମିଆ ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[୬] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା କିପରି କାର୍ଯ୍ୟ କରେ, ତାହା ଅସ୍ପଷ୍ଟ, କିନ୍ତୁ ସେରୋଟୋନିନ୍ ଏବଂ ନରଏପିନେଫ୍ରିନ ଉପରେ ପ୍ରଭାବ ପଡ଼ୁଥିବ ବୋଲି ବିଶ୍ୱାସ କରାଯାଏ ।

୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେସିପ୍ରାମାଇନ ଅନୁମୋଦିତ ହୋଇଥିଲା ।[୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୭] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୫ ଡଲାର ଥିଲା ।[୮] ଏହା ବହୁଳ ଭାବରେ ବ୍ୟବହୃତ ହେଇଛି ।[୭]

ଆଧାର ସମ୍ପାଦନା

  1. J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 363–. ISBN 978-1-4757-2085-3.
  2. Index Nominum 2000: International Drug Directory. Taylor & Francis. 2000. pp. 304–. ISBN 978-3-88763-075-1.
  3. "Desipramine - Drugs.com". drugs.com. Archived from the original on 2018-08-30. Retrieved 2021-02-10.
  4. Sallee, FR; Pollock, BG (May 1990). "Clinical pharmacokinetics of imipramine and desipramine". Clinical Pharmacokinetics. 18 (5): 346–64. doi:10.2165/00003088-199018050-00002. PMID 2185906. S2CID 37529573.
  5. ୫.୦ ୫.୧ ୫.୨ ୫.୩ Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0. Archived from the original on 16 December 2019. Retrieved 10 February 2021.
  6. ୬.୦ ୬.୧ ୬.୨ "Desipramine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 December 2021.
  7. ୭.୦ ୭.୧ "Desipramine".
  8. "Desipramine Prices, Coupons & Savings Tips - GoodRx". GoodRx. Retrieved 23 December 2021.