ଡୁଲାଗ୍ଲୁଟାଇଡ

ଟାଇପ ୨ ମଧୁମେହ ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।

ଡୁଲାଗ୍ଲୁଟାଇଡ, ଏକ ବିକ୍ରୟ ନାମ ଟ୍ରୁଲିସିଟି, ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହା ହୃତ୍‌ପିଣ୍ଡ ରୋଗ ଆଶଙ୍କା ହ୍ରାସ କରିପାରେ ।[୩] ଏହା ଖାଦ୍ୟ ଏବଂ ବ୍ୟାୟାମ ସହିତ ଏକତ୍ର ବ୍ୟବହୃତ ହୁଏ ।[୩] ଏହା ସପ୍ତାହରେ ଥରେ ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ | [୩]

ଡୁଲାଗ୍ଲୁଟାଇଡ
Clinical data
Trade namesTrulicity, others[୨]
AHFS/Drugs.commonograph
MedlinePlusa614047
data
Pregnancy
category
Routes of
administration
Subcutaneous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Chemical and physical data
FormulaC2646H4044N704O836S18
Molar mass୫୯,୬୭୦.୬୩ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ଖାଦ୍ୟ ଅରୁଚି ହୁଏ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ନିମ୍ନ ରକ୍ତ ଶର୍କରା, ଆଲର୍ଜି ପ୍ରତିକ୍ରିୟା, ବୃକ୍‌କ ସମସ୍ୟା ଏବଂ କେତେକ ଥାଇରଏଡ୍ ଅର୍ବୁଦ ଅନ୍ତର୍ଭୁକ୍ତ ହୋଇପାରେ । [୩] ଏହା ଏକ ଗ୍ଲୁକାଗନ ସମତୁଲ ପେପ୍ଟାଇଡ୍ -୧ ରିସେପ୍ଟର ଆଗୋନିଷ୍ଟ (GLP-1 agonist) ଔଷଧ ଯାହା ଖାଦ୍ୟର ପ୍ରତିକ୍ରିୟାରେ ଅଗ୍ନାଶୟରୁ ନିର୍ଗତ ଇନସୁଲିନ୍ ପରିମାଣକୁ ବୃଦ୍ଧି କରିଥାଏ ।।[୪]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବ‌ହାର ପାଇଁ ଡୁଲାଗ୍ଲୁଟାଇଡ୍ ଅନୁମୋଦିତ ହୋଇଥିଲା । [୩] [୪] ଯୁକ୍ତରାଜ୍ୟରେ ପ୍ରତି ଚାରି ସପ୍ତାହରେ ୧.୫ ମିଗ୍ରା ଔଷଧ ମାତ୍ରା ନିମନ୍ତେ ୭୩ ପାଉଣ୍ଡ ଖର୍ଚ୍ଚ ହୁଏ ।[୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୭୩୫ ଡଲାର ହୁଏ ।[୬] ୨୦୧୮ ମସିହାରେ, ଏହା ଯୁକ୍ତରାଷ୍ଟ୍ରରେ ଏହା ୧୪୯ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ଥିଲା ।[୭] [୮]

ଆଧାର ସମ୍ପାଦନା

  1. "Dulaglutide (Trulicity) Use During Pregnancy". Drugs.com. 15 July 2019. Archived from the original on 5 February 2020. Retrieved 4 February 2020.
  2. "Dulaglutide international". Drugs.com. 3 January 2020. Archived from the original on 5 February 2020. Retrieved 4 February 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "DailyMed - TRULICITY- dulaglutide injection, solution". dailymed.nlm.nih.gov. Archived from the original on 11 January 2022. Retrieved 27 December 2021.
  4. ୪.୦ ୪.୧ "Trulicity EPAR". European Medicines Agency (EMA). 17 September 2018. Archived from the original on 23 February 2020. Retrieved 23 February 2020.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 738. ISBN 978-0857114105.
  6. "Dulaglutide Prices, Coupons & Savings Tips - GoodRx". GoodRx. Archived from the original on 9 November 2016. Retrieved 27 December 2021.
  7. "The Top 300 of 2021". ClinCalc. Archived from the original on 12 February 2021. Retrieved 18 February 2021.
  8. "Dulaglutide – Drug Usage Statistics". ClinCalc. Archived from the original on 3 March 2021. Retrieved 18 February 2021.