ଡୁଙ୍ଗେଶ୍ଵର ମନ୍ଦିର
ଡୁଙ୍ଗେଶ୍ୱର ମନ୍ଦିର (ନେପାଳୀ: डुङ्गेश्वर मन्दिर) କର୍ନାଲୀ ପ୍ରୋଭିନ୍ସର (Karnali Province) ଦଇଲେଖ ଜିଲ୍ଲାରେ (Dailekh district) ଥିବା ଏକ ପବିତ୍ର ସ୍ଥାନ । ଦଇଲେଖ ଜିଲ୍ଲାର ଉଚ୍ଚତମ ସ୍ଥାନରେ ଥିବା ଡୁଙ୍ଗେଶ୍ୱର ସ୍ଥାନରେ ଏହି ମନ୍ଦିର ଅବସ୍ଥିତ । ଏହା ଲୁହରେ ନଦୀ[୧] ଓ କର୍ନାଲୀ ନଦୀର ସଂଗମ ସ୍ଥଳରେ ସମୁଦ୍ର ପତନଠାରୁ ୫୪୪ ମିଟର ଉପରେ ଅବସ୍ଥିତ । ପୁରା କାଳରେ ଏଠାରେ ଦିବସ ଶେଷ ହେଉଥିବା ବିଶ୍ୱାସ କରାଯାଉଥିଲା । ଡୁଙ୍ଗେଶ୍ୱରରେ ସିଦ୍ଧେଶ୍ୱର ମହାଦେବ ଓ ଡୁଙ୍ଗଳ ମନ୍ଦିର ଦ୍ୱୟ ଅବସ୍ଥିତ ।[୨]
Dungeshwor Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Dailekh |
ଦେବାଦେବୀ | Shiva |
Festivals | Bada Dashain |
Location | |
ସ୍ଥାନ | Naule Katuwal, Dullu Municipality |
State | Bheri |
Country | Nepal |
ଭୌଗଳିକ ଅବସ୍ଥିତି | 28°47′N 81°35′E / 28.78°N 81.58°E |
Architecture | |
Type | Pagoda Style |
Specifications | |
Temple(s) | 2 |
Inscriptions | Written in Stone |
Elevation | 544 m (1,785 ft) |
ସ୍ଥାପନ
ସମ୍ପାଦନାଏକ ଜନଶ୍ରୁତି ଅନୁସାରେ ଜଣେ ବ୍ରାହ୍ମଣ ଜ୍ୟୋତିଖ ଉପାଧ୍ୟାୟ ପ୍ରତ୍ୟହ ନିତ୍ୟକର୍ମ ଓ ସଂସ୍କାର ଶେଷ କରି ଏକ ଗୁମ୍ଫାରେ ପ୍ରବେଶ କରୁଥିଲେ । ସେଠାରେ ସେ ଶିବ ପୂଜା ତଥା ଧ୍ୟାନ ସାରି ଘରକୁ ଫେରିବା ପରେ ତାଙ୍କ ହାତରେ କିଛି ଅସୁବିଧା ଦେଖନ୍ତି । ଦୁର୍ବଳ ସ୍ୱାସ୍ଥ୍ୟରେ ସେ ଏହି କାମରେ ଲିପ୍ତ ରହୁଥିଲେ ଓ ୧୯୩୫ ମସିହାରେ କାରଣାଳୀ ନଦୀ କୂଳରେ ସାଗର ଗିରି ନାମକ ଜଣେ ସାଧୁଙ୍କ ଦର୍ଶନ ପାଇଲେ । ନିଜେ ଅକର୍ମଣ୍ୟ ଥିବାରୁ ସେ ଗିରିଙ୍କୁ ପୂଜା ଚାଲୁ ରଖିବାକୁ ଅନୁରୋଧ କରିଥିଲେ । ସେହି ଅନୁରୋଧ ରକ୍ଷା କରି ଗିରି ଉକ୍ତ ଶିବଲିଙ୍ଗକୁ[୩] ଆଣି ଏକ ମନ୍ଦିର ତିଆରି କରେଇ ତା ମଧ୍ୟରେ ସ୍ଥାପନ କଲେ । ରାଜା ପୂଜାର ସମସ୍ତ ବନ୍ଦବୋସ୍ତ କରେଇବାରୁ ଧୀରେ ଧୀରେ ସେଠାକୁ ଜଣ ସମାଗମ ଆରମ୍ଭ ହେଲା ।[୪]
ମନ୍ଦିର ନିର୍ମାଣ
ସମ୍ପାଦନାକିଛି ଦିନ ପରେ ଆଚ୍ଛମ ଜିଲାରୁ ଦୁଇ ଭଉଣୀ ସେହି ସ୍ଥାନକୁ ଅବିବାହିତା ରହି ପୂଜା କରିବା ଲକ୍ଷ ନେଇ ଆସିଥିଲେ । ସେମାନଙ୍କୁ ଦେଖି ପୂଜକ ଗିରି ତାଙ୍କୁ ପୂଜା କରିବାକୁ ସମର୍ପଣ କରି ହିମାଳୟକୁ ଚାଲିଗଲେ । ସେମାନଙ୍କୁ ଦେବକୀ ବା ଦେବୀ ନାମରେ ଲୋକମାନେ ଡାକିବାକୁ ଲାଗିଲେ । ଭକ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା । ପରବର୍ତ୍ତୀ କାଳରେ ଗଙ୍ଗା ଓ ଯମୁନା ବିବାହ କରିଥିଲେ ଓ ସାଗର ଗିରି ତଥା ତାଙ୍କ ପରବର୍ତ୍ତୀ ପିଢୀ ପୂଜା କରିବା ଦାୟିତ୍ୱ ନେଲେ ।[୫] ପରବର୍ତ୍ତୀ କାଳରେ ଗଙ୍ଗା ଓ ଯମୁନା ବିବାହ କରିଥିଲେ ଓ ସାଗର ଗିରି ତଥା ତାଙ୍କ ପରବର୍ତ୍ତୀ ପିଢୀ ପୂଜା କରିବା ଦାୟିତ୍ୱ ନେଲେ । [୫]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Dolma, Tenzin. "Heritage of Surkhet, Dailekh at first glance" (in ଇଂରାଜୀ). Retrieved 2019-03-12.
{{cite web}}
: Unknown parameter|w ebsite=
ignored (help)[permanent dead link] - ↑ "Inseconline » Districts » Dailekh". inseconline.org. Retrieved 2019-03-12.
- ↑ "डुङ्गेश्वर मन्दिर", विकिपिडिया (in ନେପାଳୀ), 2019-03-09, retrieved 2019-03-12
- ↑ "Thousand years old heritages in Dailekh await conservation and promotion". Integration Through Media ....! (in ଆମେରିକୀୟ ଇଂରାଜୀ). 2018-08-31. Retrieved 2019-03-12.
- ↑ ୫.୦ ୫.୧ के.सी. (पोखरेल), विश्व. Kittambam. 1st Edition. pp. 103–105.