ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ
ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ distal radius fracture, also known as wrist fracture) ନାମ ଦିଆଯାଏ ଯେତେବେଳେ କଚଟି ପାଖରେ ରାଡିଅସ (radius bone) ଅସ୍ଥି ଭାଙ୍ଗିଯାଏ (break) ।[୧] ଏହି ଭାଙ୍ଗିବା ଫଳରେ ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲିଯିବା ଦେଖାଯାଏ । [୧] କଚଟି ବଙ୍କା ଦେଖାଯାଇପାରେ । [୧] ଅଲନା (ulna bone) ଅସ୍ଥି ମଧ୍ୟ ଏହା ସହିତ ଭାଙ୍ଗିଥାଇପାରେ । [୧]
ଡିସ୍ଟାଲ ରାଡିଅସ ଅସ୍ଥି ଭଗ୍ନ (Distal radius fracture) | |
---|---|
ବ୍ରୋକନ ରିସ୍ଟ (Broken wrist)[୧] | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics) |
ଲକ୍ଷଣ | ଯନ୍ତ୍ରଣା, ବ୍ରୁଇସିଙ୍ଗ ଓ କଚଟି ଫୁଲା [୧] |
ଆକ୍ରାନ୍ତ ସମୟ | ହଠାତ୍[୧] |
କାରଣ | ଆଘାତ[୨] |
ବିପଦ କାରକ | ଓଷ୍ଟିଓପୋରୋସିସ[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) [୧] |
ଔଷଧ | ଯନ୍ତ୍ରଣା ନିବାରକ (Pain medication) ଓ ଉର୍ଦ୍ଧ୍ୱ ସ୍ଥାପନ [୧] |
ଚିକିତ୍ସା | ପ୍ଲାସ୍ଟର (Casting), ଅପରେଶନ[୧] |
Prognosis | ୧-୨ ବର୍ଷରେ ଭଲ ହୋଇଯାଏ [୧] |
ପୁନଃପୌନିକ | ~ସମୁଦାୟ ଅସ୍ଥି ଭଗ୍ନର ପ୍ରାୟ ୩୩% [୨] |
ଯୁବା ବୟସରେ ଖେଳ ସମୟରେ ବା ଗାଡ଼ି ଧକ୍କା ଯୋଗୁ (motor vehicle collision) ଏହି ଭଙ୍ଗା ହୁଏ ।[୨] ଅବୟବ ସିଧା ଅବସ୍ଥାରେ ତଳକୁ ଥାଇ ଅଧିକ ବୟସ୍କ ଲୋକ ପଡ଼ିଗଲେ ମଧ୍ୟ ଏହି ଭଙ୍ଗା ହୁଏ । [୨] ନିର୍ଦ୍ଧଷ୍ଟ ଭାବରେ ବିଭିନ୍ନ ପ୍ରକାର ଭଙ୍ଗା ହୁଏ ଯେପରିକି କୋଲିସ ଅସ୍ଥି ଭଗ୍ନ, ସ୍ମିଥ ଫ୍ରାକଚର (Smith's fracture), ବାରଟନ ଫ୍ରାକଚର (Barton's fracture), ହଚିନସନ ଫ୍ରାକଚର (Hutchinson fracture) । [୨] ଲକ୍ଷଣ ଅନୁଯାୟୀ ଓ ଏକ୍ସ-ରେ (X-rays) ଚିତ୍ର ଦେଖି ଏହି ଭଙ୍ଗା ନିଶ୍ଚିତ କରାଯାଏ । [୧]
ଭଙ୍ଗା ହାଡ଼ ରିଡକସନ କରିବା ପରେ ପ୍ଲାସ୍ଟର (Casting) କରି ୬ ସପ୍ତାହ ରଖାଯାଏ ବା ଅପରେଶନ କରାଯାଏ । [୧] ଗଣ୍ଠି ଭିତରକୁ ଭଙ୍ଗା ଯାଇଥିଲେ, ରାଡିଅସ ଛୋଟ ହୋଇଯାଇଥିଲେ ଓ ଡିସ୍ଟାଲ ଅଂଶ ୧୦୦ ପଛାକୁ ବାଙ୍କିଥିଲେ ଅପରେଶନ କରିବାକୁ ପରାମର୍ଶ ଦିଆଯାଏ । [୩] ପ୍ଲାସ୍ଟର କରାଯିବା ପରେ ମଝିରେ ମଝିରେ ଏକ୍ସ-ରେ କରି ପୋଜିସନ ଠିକ ଅଛି କି ନାହିଁ ଦେଖାଯାଏ ଓ ନଥିଲେ ତାହାକୁ ସଠିକ ସ୍ଥାନକୁ ଅଣାଯାଏ ।[୩]
ସାଧାରଣତଃ ଏହି ଭଙ୍ଗା ଅଧିକ ହେଉଥିବା ଦେଖାଯାଏ ।[୩] ସମୁଦାୟ ହାଡ଼ ଭଙ୍ଗାର ୨୫ରୁ ୫୦% ଭଙ୍ଗା କେବଳ ଏହି ଭଙ୍ଗା ଅଧିକାର କରିଥାଏ ।[୨] ଯୁବକ ଓ ବୃଦ୍ଧାମାନଙ୍କର ଏହି ଭଙ୍ଗା ଅଧିକ ହୁଏ । [୩][୨] ସମ୍ପୁର୍ଣ୍ଣ ଭଲ ହେବାକୁ ପ୍ରାୟ ଏକ ବା ଦୁଇ ବର୍ଷ ଲାଗିଯାଏ । [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Distal Radius Fractures (Broken Wrist)-OrthoInfo - AAOS". orthoinfo.aaos.org. March 2013. Archived from the original on 2 July 2017. Retrieved 18 October 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ MacIntyre, NJ; Dewan, N (2016). "Epidemiology of distal radius fractures and factors predicting risk and prognosis". Journal of hand therapy : official journal of the American Society of Hand Therapists. 29 (2): 136–45. doi:10.1016/j.jht.2016.03.003. PMID 27264899.
- ↑ ୩.୦ ୩.୧ ୩.୨ ୩.୩ Alluri, RK; Hill, JR; Ghiassi, A (August 2016). "Distal Radius Fractures: Approaches, Indications, and Techniques". The Journal of hand surgery. 41 (8): 845–54. doi:10.1016/j.jhsa.2016.05.015. PMID 27342171.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ |
---|
- Orthopaedic Trauma Association Fracture Classification Radius and Ulna
- Wheeless' Textbook of Orthopaedics Archived 2019-01-27 at the Wayback Machine. Fractures of the Radius