ଅପପଠନ
ଅପପଠନ ବା ଡିସଲେକସିଆ ବା ପଠନ ବିକାର ବା ଆଲେକସିଆ (ଇଂରାଜୀରେ Dyslexia, ବା reading disorder ବା alexia)[୧] ଏକ ଶିକ୍ଷା କରିବା ଦୋଷ ଯେଉଁଥିରେ ପଢ଼ିବାରେ ଅସୁବିଧା ହୁଏ ଯଦିଓ ବୁଦ୍ଧିମତା ସାଧାରଣ ଥାଏ ।[୨] ବିଭିନ୍ନ ଲୋକଙ୍କର ବିଭିନ୍ନ ସ୍ତରର ଅସୁବିଧା ଥାଏ ।[୧] ଶବ୍ଦ ପ୍ରକାଶ କରିବା, ବନାନ କହିବା, ଶୀଘ୍ର ପଢ଼ିବା, ହସ୍ତାକ୍ଷର ଲେଖିବା, ବଡ଼ ପାଟିରେ ଉଚ୍ଚାରଣ କରି ପଢ଼ିବା ଓ ପାଠ ପଢ଼ି ବୁଝିପାରିବା ଇତ୍ୟାଦି ଅସୁବିଧାମାନ ଏହି ରୋଗରେ ହୁଏ ।[୧][୩] ଅଧିକାଂଶ ସମୟରେ ବିଦ୍ୟାଳୟରେ ପ୍ରଥମେ ଏହି ଅସୁବିଧା ନଜରକୁ ଆସେ ।[୪] ଏହି ଅସୁବିଧା ଇଚ୍ଛାକୃତ ନୁହେଁ ଓ ଲୋକମାନଙ୍କର ଶିକ୍ଷା ଇଚ୍ଛା ଥିବା ସତ୍ତ୍ୱେ ଏହା ହୁଏ ।[୧]
ଅପପଠନ | |
---|---|
ବିଭାଗ | Neurology, pediatrics |
ଆଇସିଡ଼ି-୧୦ | R48.0 |
ଆଇସିଡ଼ି-୯-ସିଏମ୍ | 315.02 |
ଓଏମ୍ଆଇଏମ୍ | 127700 |
ରୋଗ ଡାଟାବେସ | 4016 |
ମେଡ଼ିସିନ-ପ୍ଲସ | 001406 |
Patient UK | ଅପପଠନ |
MeSH | D004410 |
ଏହି ରୋଗ ସହିତ ଜେନେଟିକ ଓ ପରିବେଶ ଓତଃପ୍ରୋତ ଭାବରେ ଜଡ଼ିତ ଥିବା ବିଶ୍ୱାସ କରାଯାଏ ।[୪] କେତେକ ପରିବାରରେ ଏହି ରୋଗ ବଂଶାନୁକ୍ରିମିକ ଚାଲେ ।[୧] ଯାହାର ଆଟେନସନ ଡେଫିସିଟ ହାଇପରାଅକ୍ଟିଭିଟି ଡିଜର୍ଡର (attention deficit hyperactivity disorder ବା ADHD) ଥାଏ ଓ ଅଙ୍କ କସିବା ସମସ୍ୟା ଥାଏ ସେମାନଙ୍କର ଏହି ରୋଗ ହେବା ଦେଖାଯାଏ ।[୪] ମସ୍ତିଷ୍କ ଆଘାତ, ସ୍ଟ୍ରୋକ୍ ଓ ଡିମେନସିଆ ରୋଗରେ ମଧ୍ୟ ଅପପଠନ ସମସ୍ୟା ହୁଏ ।[୨] ମସ୍ତିଷ୍କର ଭାଷା ସଂସାଧନ ପ୍ରକ୍ରିୟାରେ ସମସ୍ୟା ଥିଲେ ଏହା ହୁଏ ।[୧] ପର୍ଯ୍ୟାୟକ୍ରମେ ସ୍ମୃତିଶକ୍ତି, ବନାନ, ଦେଖିବା ଶକ୍ତି ଓ ପଢ଼ିବା ଦକ୍ଷତା ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୫] ଏହା ସାଧାରଣ ପଠନ ସମସ୍ୟା, ଦୃଷ୍ଟି ସମସ୍ୟା ଓ ଶିକ୍ଷାଦାନ ସମସ୍ୟାଠାରୁ ପୃଥକ୍ ।[୪]
ଲୋକର ଦରକାର ମୁତାବକ ଶିକ୍ଷା ପଦ୍ଧତି ବଦଳେଇ ଚିକିତ୍ସା କରାଯାଏ ।[୨] ଏହିଦ୍ୱାରା ରୋଗ ଆରୋଗ୍ୟ ନ ହେଲେ ମଧ୍ୟ ଅସୁବିଧା ଗୁଡ଼ିକ କିଛି ପରିମାଣରେ ଦୂର ହୋଇଯାଏ ।[୬] ଦୃଷ୍ଟି ଶକ୍ତି ନିମନ୍ତେ ଚିକିତ୍ସା ସଫଳ ହୁଏ ନାହିଁ ।[୭] ଅପପଠନ ରୋଗରେ ସବୁଠାରୁ ଅଧିକ ବିଦ୍ୟା ଶିକ୍ଷା ଅସୁବିଧା ହୁଏ,।[୮] ଓ ଏହାଦ୍ୱାରା ୩ରୁ ୭ % ଲୋକ ପ୍ରଭାବିତ ହୁଅନ୍ତି ।[୪][୯] ପୁରୁଷମାନଙ୍କର ରୋଗ ନିର୍ଣ୍ଣୟ ଅଧିକ ହେଲେ ମଧ୍ୟ[୪] ଅନେକ ବିଶ୍ୱାସ କରନ୍ତି, ଏହା ପୁରୁଷ ଓ ମହିଳାମାନଙ୍କୁ ସମ ପରିମାଣରେ ହୁଏ ।[୮] ଏହି ରୋଗରେ ଲୋକସଂଖ୍ୟାର ୨୦ % ଲୋକଙ୍କର କେତେକ ଲକ୍ଷଣ ଥାଇପାରେ ।[୧୦] ପୃଥିବୀରେ ସମସ୍ତ ସ୍ଥାନରେ ଏହି ରୋଗ ଦେଖାଯାଏ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "What are reading disorders?". National Institutes of Health. Retrieved 15 March 2015.
- ↑ ୨.୦ ୨.୧ ୨.୨ "NINDS Dyslexia Information Page". National Institute of Neurological Disorders and Stroke. National Institutes of Health. 30 September 2011. Archived from the original on 2 December 2016. Retrieved 29 April 2015.
- ↑ "What are the symptoms of reading disorders?". National Institutes of Health. Retrieved 15 March 2015.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Peterson, RL; Pennington, BF (26 May 2012). "Developmental dyslexia" (PDF). Lancet. 379 (9830): 1997–2007. doi:10.1016/s0140-6736(12)60198-6. PMID 22513218. Archived from the original (PDF) on 2 April 2015. Retrieved 26 July 2015.
- ↑ "How are reading disorders diagnosed?". National Institutes of Health. Retrieved 15 March 2015.
- ↑ "What are common treatments for reading disorders?". National Institutes of Health. Retrieved 15 March 2015.
- ↑ Handler, SM; Fierson, WM; Section on, Ophthalmology; Council on Children with, Disabilities; American Academy of, Ophthalmology; American Association for Pediatric Ophthalmology and, Strabismus; American Association of Certified, Orthoptists (March 2011). "Learning disabilities, dyslexia, and vision". Pediatrics. 127 (3): e818-56. doi:10.1542/peds.2010-3670. PMID 21357342.
- ↑ ୮.୦ ୮.୧ Darcy Ann Umphred; Rolando T. Lazaro; Margaret Roller; Gordon Burton (2013). Neurological Rehabilitation. Elsevier Health Sciences. p. 383. ISBN 978-0-323-26649-9.
- ↑ Kooij, J. J. Sandra (2013). Adult ADHD diagnostic assessment and treatment (3rd ed. ed.). London: Springer. p. 83. ISBN 9781447141389.
{{cite book}}
:|edition=
has extra text (help) - ↑ "How many people are affected by/at risk for reading disorders?". National Institutes of Health. Retrieved 15 March 2015.