ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସଡ ଟେକ୍ନୋଲୋଜି
ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ (ଇଂରାଜୀ: Defence Institute of Advanced Technology) ଭାରତର ଏକ ଉନ୍ନତ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ଅଟେ । ଏହି ସଂସ୍ଥା ଭାରତ ସରକାରଙ୍କର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା, ରକ୍ଷା ମନ୍ତ୍ରଣାଳୟ ଅଧିନରେ ଅଛି । ଏହି ବିଶ୍ୱବିଦ୍ୟାଳୟ ଭାରତର ପୁନେ ଜିଲ୍ଲା ଏବଂ ମହାରାଷ୍ଟ୍ରର ଗିରିନଗରରେ ଖଡ଼କୱାସଲା ଡ୍ୟାମ ପାଖରେ ଅବସ୍ଥିତ ।
ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରତିରକ୍ଷା ସଂସ୍ଥାନ | |
---|---|
ସ୍ଥାପିତ | ୧୯୫୨ |
କୁଳାଧିପତି | ନିର୍ମଳା ସୀତାରମଣ, ପ୍ରତିରକ୍ଷା ମନ୍ତ୍ରୀ |
କୁଳପତି | ଡ଼ା. ହିନା ଏ. ଗୋଖଲେ[୧] |
ଡିନ | ଡ଼ା. ପି. କେ. ଖାନ୍ନା (ବ୍ୟବହାରିକ ବିଜ୍ଞାନ) ଡ଼ା. ଏ. କୁମାରସ୍ୱାମୀ (ପ୍ରଯୁକ୍ତିବିଦ୍ୟା) |
ଅବସ୍ଥାନ | ପୁନେ, ମହାରାଷ୍ଟ୍ର, ଭାରତ 18°25′27″N 73°45′30″E / 18.42417°N 73.75833°E |
ୱେବସାଇଟ | www |
ବିଭାଗ
ସମ୍ପାଦନାବିଶ୍ୱବିଦ୍ୟାଳୟଦ୍ୱାରା ୧୦ଟି ଶିକ୍ଷା ବିଭାଗ ଉପଲବ୍ଧ କରାଯାଇଛି :
- ମହାକାଶ ବୈଷୟିକ ଶିକ୍ଷା
- କମ୍ପ୍ୟୁଟର ବୈଷୟିକ ଶିକ୍ଷା
- ଇଲେକଟ୍ରୋନିକସ୍ ବୈଷୟିକ ଶିକ୍ଷା
- ପଦାର୍ଥଭିତ୍ତିକ ବୈଷୟିକ ଶିକ୍ଷା
- ଯାନ୍ତ୍ରିକ ବୈଷୟିକ ଶିକ୍ଷା
- ଜୀବବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
- ପ୍ରଯୁକ୍ତିବିଦ୍ୟା ପରିଚାଳନା
- ବ୍ୟବହାରିକ ରାସାୟନିକ ବିଜ୍ଞାନ
- ବ୍ୟବହାରିକ ଗଣିତ
- ବ୍ୟବହାରିକ ପଦାର୍ଥ ବିଜ୍ଞାନ
ରହିବା ସୁବିଧା
ସମ୍ପାଦନାବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଏଣ୍ଟସ୍ ନାମକ ଛାତ୍ରାବାସ ଦେୟଯୁକ୍ତ ରହିବାର ସୁବିଧା ରହିଛି । ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୦ରୁ ଅଧିକ କୋଠରୀର ବ୍ୟବସ୍ଥା ଅଛି । ପ୍ରତ୍ୟେକ କୋଠରୀ ସହ ସଂଯୁକ୍ତ ଶୌଚାଳୟ ମଧ୍ୟ ଅଛି । ଗୋଟିଏ କୋଠରୀରେ ୪ ଜଣ ରହିବାର ସୁବିଧା ଅଛି, ଯେଉଁଠି ପ୍ରତି ଛାତ୍ରଙ୍କୁ ଦିନପିଛା ମାତ୍ର ୧୭୫ ଟଙ୍କା ଦେୟ ଦେବାକୁ ପଡିଥାଏ ।
୨୦୧୮ ମସିହା ମାର୍ଚ୍ଚ ମାସରୁ ସେତେବେଳର ଉପକୁଳାଧିପତି ସୁରେନ୍ଦ୍ର ପାଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଛାତ୍ରାବାସ ନିର୍ମାଣ ଆରମ୍ଭ କରିଛନ୍ତି
ଆଧାର
ସମ୍ପାଦନାବାହ୍ୟ ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |